Advertisment

କେକେଆରର ୧୦୦ତମ ବିଜୟ, ଖୁସିରେ ଗଦଗଦ ହେଲେ କିଙ୍ଗ୍ ଖାନ୍

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ କୋଲକାତା ନାଇଟ୍ ରାଇଡର୍ସ ତା’ର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି। ଏହା କେକେଆରର ୧୦୦ତମ ଆଇପିଏଲ୍ ବିଜୟ। ଟିମର ବିଜୟରେ ଫ୍ରାଞ୍ଚାଇଜି ସହମାଲିକ ଓ ବଲିଉଡ୍ ସୁପରଷ୍ଟାର୍ ଶାହରୁଖ୍ ଖାନ୍ ନିଜ ଖୁସିକୁ ରୋକିପାରିନାହାନ୍ତି। ଶାହରୁଖ୍ ଏକ ଟ୍ୱିଟ୍ କରି ଟିମକୁ ବଧେଇ ଜଣାଇଛନ୍ତି। ଟ୍ୱିଟରେ ଶାହରୁଖ୍ ବିଶେଷକରି ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହଙ୍କୁ ଟ୍ୟାଗ୍ କରିଛନ୍ତି, ଯିଏ […]

କେକେଆରର ୧୦୦ତମ ବିଜୟ, ଖୁସିରେ ଗଦଗଦ ହେଲେ କିଙ୍ଗ୍ ଖାନ୍

Shahrukh-Khan

Advertisment

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ କୋଲକାତା ନାଇଟ୍ ରାଇଡର୍ସ ତା’ର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି। ଏହା କେକେଆରର ୧୦୦ତମ ଆଇପିଏଲ୍ ବିଜୟ। ଟିମର ବିଜୟରେ ଫ୍ରାଞ୍ଚାଇଜି ସହମାଲିକ ଓ ବଲିଉଡ୍ ସୁପରଷ୍ଟାର୍ ଶାହରୁଖ୍ ଖାନ୍ ନିଜ ଖୁସିକୁ ରୋକିପାରିନାହାନ୍ତି। ଶାହରୁଖ୍ ଏକ ଟ୍ୱିଟ୍ କରି ଟିମକୁ ବଧେଇ ଜଣାଇଛନ୍ତି।

Advertisment

ଟ୍ୱିଟରେ ଶାହରୁଖ୍ ବିଶେଷକରି ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହଙ୍କୁ ଟ୍ୟାଗ୍ କରିଛନ୍ତି, ଯିଏ କେକେଆର୍ ପକ୍ଷରୁ ଡେବ୍ୟୁ କରିଛନ୍ତି। ଶାହରୁଖ୍ ଟ୍ୱିଟ୍ କରି କହିଛନ୍ତି, ଆଇପିଏଲରେ ୧୦୦ତମ ମ୍ୟାଚ୍ ଜିତିବା ଜବରଦସ୍ତ ଥିଲା। ଏହି ଟ୍ୱିଟରେ ଶାହରୁଖ୍ ପ୍ରସିଦ୍ଧ କୃଷ୍ଣ, ଦିନେଶ କାର୍ତ୍ତିକ, ନୀତୀଶ ରାଣା, ରାହୁଲ୍ ତ୍ରିପାଠୀ, ଆନ୍ଦ୍ରେ ରସେଲ୍, ହରଭଜନ ସିଂହଙ୍କୁ ଟ୍ୟାଗ୍ କରିଛନ୍ତି। ଏହାସହ ଶାହରୁଖ୍ ଶାକିବ୍ ଅଲ୍ ହାସନ୍ ଓ ପ୍ୟାଟ୍ କମିନ୍ସଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

https://twitter.com/iamsrk/status/1381301821256261636?s=20

ଆଇପିଏଲ୍ ଇତିହାସରେ ସର୍ବାଧିକ ବିଜୟର ରେକର୍ଡ ପାଞ୍ଚଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ନାଁରେ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ୧୨୦ ମ୍ୟାଚ୍ ଜିତିଥିବା ବେଳେ ଏହା ପରକୁ ଚେନ୍ନାଇ ସୁପର୍ କିଙ୍ଗସ୍ ୧୦୬ ମ୍ୟାଚ୍ ଜିତିଛନ୍ତି। ଏବେ କେକେଆର୍ ୧୦୦ ମ୍ୟାଚ୍ ଜିତି ଏହି କ୍ଲବରେ ସାମିଲ୍ ହୋଇଛି।

Advertisment

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ଆଇପିଏଲର ତୃତୀୟ ମ୍ୟାଚରେ କେକେଆର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୭ ରନ୍ କରିଥିଲା। ଦଳ ପକ୍ଷରୁ ନୀତୀଶ ରାଣା ସର୍ବାଧିକ ୮୦ (୫୬ ବଲ୍) ଓ ରାହୁଲ୍ ତ୍ରିପାଠୀ ୫୩ (୨୯ ବଲ୍) ରନ୍ କରିଥିଲେ। ସେହିପରି ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ୯ ବଲରେ ଦ୍ରୁତ ୨୨ ରନ୍ କରି ଦଳକୁ ମଜଭୁତ୍ ସ୍କୋରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ।

ଏହାର ଜବାବରେ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୩ ଓଭର ଭିତରେ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର ଓ ଋଦ୍ଧିମାନ ସାହାଙ୍କ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ମନିଷ ପାଣ୍ଡେ ଓ ଜନ୍ନି ବେୟାରଷ୍ଟୋ ୯୨ ରନର ପାର୍ଟନରଶିପ୍ କରି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ଶେଷ ୬ ଓଭରରେ ମନିଷ ମାତ୍ର ଗୋଟିଏ ବାଉଣ୍ଡ୍ରୀ ମାରିବାକୁ ସକ୍ଷମ ହୋଇଥିଲେ, ଯାହାର ଫାଇଦା ଉଠାଇ କେକେଆର୍ ମ୍ୟାଚକୁ ୧୦ ରନରେ ଜିତି ନେଇ ଥିଲା। ହାଇଦ୍ରାବାଦ ପକ୍ଷରୁ ମନିଷ ୪୪ ବଲରେ ୬୧ ରନ୍ ଓ ବେୟାରଷ୍ଟୋ ୫୫ ରନ୍ କରିଥିଲେ। ଅବଦୁଲ୍ ସମାଦ୍ ମାତ୍ର ୮ ବଲରେ ଦ୍ରୁତ ୧୯ ରନ୍ କରିଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe