ପାକିସ୍ତାନ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଆଉ ଗୋଟିଏ ଏକତରଫା ବିଜୟ ହାସଲ କରିଛି। ୫ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ଆୟୋଜନ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ଜିତି ନେଇଛି। ଏହି ବିଜୟ ସହ ଟି-୨୦ ସିରିଜରେ କ୍ୱିୱି ଟିମ ୨-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ମ୍ୟାଚ୍କୁ ଦଳ ୯ ୱିକେଟରେ ୧୦ ଓଭର ପୂର୍ବରୁ ଜିତିଥିଲା। ପାକିସ୍ତାନ ପ୍ରଥମ ମ୍ୟାଚ୍ରେ କେବଳ ୯୧ ରନ କରି ପାରିଥିଲା।
ଦ୍ୱିତୀୟ ଟି-୨୦ ବର୍ଷା ଯୋଗୁ ୧୫ ଓଭର ବିଶିଷ୍ଟ ହୋଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୯ ୱିକେଟ ହରାଇ ଚ୍ୟାଲେଞ୍ଜିଂ ୧୩୫ ରନ କରିଥିଲା। କିନ୍ତୁ ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟିଂ ଆଗରେ ଏହି ସ୍କୋର ଫିକା ପଡ଼ି ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ୧୩.୧ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି। ପ୍ରଥମ ଟି-୨୦ ଭଳି ଦ୍ୱିତୀୟ ମ୍ୟାଚରେ ମଧ୍ୟ ପାକିସ୍ତାନୀ ବୋଲର ନ୍ୟୁଜିଲ୍ୟାଣ୍ଡ ବ୍ୟାଟରଙ୍କ ଆଗରେ ଫିକା ପଡ଼ି ଯାଇଛନ୍ତି।
ଦଳର ଷ୍ଟାର ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ କ୍ୱିୱି ଟିମର ଓପନର ଟିମ ଶୈଫର୍ଟ ୪ ବଲରେ ୪ ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି। ୨୨ ବଲରେ ୪୫ ରନର ଇନିଂସ ଖେଳିଥିବା ଶୈଫର୍ଟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ଶାହୀନ ୩ ଓଭରରେ ମୋଟ ୩୧ ରନ ଦେଇଛନ୍ତି। କିନ୍ତୁ ଏହା ମଧ୍ୟରୁ ୨୬ ରନ ଗୋଟିଏ ଓଭରରୁ ଆସିଛି। ଏହି ଓଭରରେ ନ୍ୟୁଜିଲ୍ୟାଣ୍ଡର ୱିକେଟ କିପର ବ୍ୟାଟର ଶୈଫର୍ଟ ତାଙ୍କୁ ୪ ବଲରେ ୪ ଛକା ମାରିଥିଲେ।
ପ୍ରଥମ ଓଭରରେ କୌଣସି ରନ ଦେଇ ନଥିବା ଆଫ୍ରିଦି ନିଜର ଦ୍ୱିତୀୟ ଓଭରର ପ୍ରଥମ ଦୁଇ ବଲରେ ୨ଟି ଛକା ଖାଇଥିଲେ। ପରବର୍ତ୍ତୀ ବଲ ଡଟ ହୋଇଥିଲା। ୪ର୍ଥ ବଲରେ ୨ ରନ ନେଇ ଶୈଫର୍ଟ ଷ୍ଟ୍ରାଇକ ନିଜ ପାଖରେ ରହିଥିଲା। ଏହାପରେ ଶେଷ ଦୁଇ ବଲରେ ୨ଟି ଛକା ମାରିଥିଲେ। ସେ ଗୋଟିଏ ଛକା ୧୧୯ ମିଟର ଦୂରତାକୁ ମଧ୍ୟ ମାରିଛନ୍ତି।
୩୦ ବର୍ଷୀୟ ଶୈଫର୍ଟଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୦୧୮ରୁ ଆରମ୍ଭ ହୋଇଛି। ଆରମ୍ଭରୁ ସେ ବିସ୍ଫୋରକ ବ୍ୟାଟର ଭାବେ ପରିଚିତ। ପ୍ରଥମ ଟି-୨୦ରେ ମଧ୍ୟ ସେ ପାକିସ୍ତାନ ବୋଲରଙ୍କ ଧୂଲେଇ କରିଥିଲେ। ପ୍ରଥମ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୯୨ ରନର ଟାର୍ଗେଟ ମିଳିଥିଲା। ଏହା ମଧ୍ୟରୁ ଶୈଫର୍ଟ ଏକାକୀ ୪୪ ରନର ଇନିଂସ ଖେଳିଥିଲେ। ୨୯ ବଲରେ ସାମ୍ନା କରିଥିବା ଶୈଫର୍ଟ ୭ଟି ଚୌକା ଓ ୧ ଛକା ମାରିଥିଲେ।
Shaheen Afridi keeps improving his position inside Dinda Academy- pic.twitter.com/Y63EnBbemz
— Dinda Academy (@academy_dinda) March 18, 2025
ଆଜି ୨୨ ବଲରେ ୪୫ ରନର ଇନିଂସ ଖେଳିଥିବା ଶୈଫର୍ଟ ୫ଟି ଛକା ଓ ୩ଟି ଚୌକା ମାରିଛନ୍ତି। ତାଙ୍କ ବ୍ୟାଟିଂ ଆଗରେ କୌଣସି ପାକିସ୍ତାନୀ ବୋଲର କୌଣସି ପ୍ରଭାବ ଦେଖାଇ ପାରି ନଥିଲେ। ତାଙ୍କ ବ୍ୟତୀତ ଦ୍ୱିତୀୟ ଟି-୨୦ରେ ଫିନ ଆଲେନ ୧୬ ବଲରେ ୩୮ ରନ କରିଛନ୍ତି। ମାର୍କ ଚାମ୍ପମାନ ୧, ଡାରେଲ ମିଚେଲ ୧୪ ଓ ଜିମ୍ମି ନୀଶମ ୫ ରନ କରିପାରିଛନ୍ତି। ମିଚେଲ ହେ ୨୧ ରନ ଓ ଅଧିନାୟକ ମାଇକେଲ ବ୍ରେସୱେଲ ୨ ବଲରେ ୫ ରନ କରି ଶେଷ ଯାଏ କ୍ରିଜରେ ରହିବା ସହ ଦଳକୁ ୫ ୱିକେଟରେ ବିଜୟ ଭେଟି ଦେଇଥିଲେ।
Seifert has 7 letters, so does Maximum 🤌
— FanCode (@FanCode) March 18, 2025
Tim Seifert took Shaheen Afridi to the cleaners in his second over, smashing four sixes in it 🤯#NZvPAK pic.twitter.com/F5nFqmo7G6
ପାକିସ୍ତାନ ପ୍ରଦର୍ଶନକୁ ବିଚାରକୁ ନେଲେ ପ୍ରଥମ ମ୍ୟାଚ୍ ତୁଳନାରେ ଆଜି ଖେଳାଳିମାନେ ସାମାନ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଅଧିନାୟକ ସଲମାନ ଆଘା ମଧ୍ୟ ସାମାନ କଥା ମ୍ୟାଚ୍ ପରେ ସ୍ୱୀକାର କରିଛନ୍ତି। ଆଘା ଏକାକୀ ୪୬ ରନର ଇନିଂସ ଖେଳିଥିବା ବେଳେ ଶଦାବ ଖାନ ୨୬ ଓ ଶାହୀନ ଶେଷ ଭାଗରେ ୧୪ ବଲରେ ଅପରାଜିତ ୨୨ ରନର ଇନିଂସ ଖେଳିଥିଲେ।