Advertisment

ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ସ୍ଥିତି ସମ୍ଭାଳିଲେ ମହମ୍ମଦୁଲ୍ଲା ଓ ଲିଟନ ଦାସ

ଦଳକୁ ପାକିସ୍ତାନର ଦୁଇ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଓ ହାରିସ ରୌଫ ପ୍ରାରମ୍ଭିକ ଝଟକା ଦେଇଛନ୍ତି।

author-image
Hemant Lenka
Pak

Pak

ବିଶ୍ୱକପରେ କର ବା ମର ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ ଓ ବାଂଲାଦେଶ। କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଉଥିବା ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଦଳକୁ ପାକିସ୍ତାନର ଦୁଇ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଓ ହାରିସ ରୌଫ ପ୍ରାରମ୍ଭିକ ଝଟକା ଦେଇଛନ୍ତି।

Advertisment

୨୩ ରନରେ ୩ ୱିକେଟ ହରାଇଥିବା ବାଂଲାଦେଶକୁ ଏହାପରେ ଓପନର ଲିଟନ ଦାସ ଓ ମହମ୍ମଦୁଲ୍ଲା ସମ୍ଭାଳିଛନ୍ତି। ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରିବା ସହ ପାକିସ୍ତାନ ବୋଲରଙ୍କୁ କାଉଣ୍ଟର ଆଟାକ ମଧ୍ୟ କରିଛନ୍ତି। ଆଜି ମ୍ୟାଚ୍‌ର ପ୍ରଥମ ଓଭରର ୫ମ ବଲରେ ଆଫ୍ରିଦି ବାଂଲାଦେଶର ଓପନର ତାଞ୍ଜିଦ ହାସନ(୦)ଙ୍କୁ ଆଉଟ କରିଥିଲେ।

ସେ ନିଜର ଦ୍ୱିତୀୟ ତଥା ବାଂଲାଦେଶ ଇନିଂସର ତୃତୀୟ ଓଭରରେ ନଜମୁଲ ହୁସେନ ସାଣ୍ଟୋ(୪)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୬ ରନରେ ଦୁଇ ୱିକେଟ ହରାଇବାରୁ ବାଂଲାଦେଶ ତା’ର ବ୍ୟାଟିଂ ଲାଇନ ଅପ୍‌ରେ ପରିବର୍ତ୍ତନ କରିଥିଲା। ଅଧିନାୟକ ସାକିବ ଅଲ ହାସନଙ୍କ ସ୍ଥାନରେ ମୁସଫିକର ରହିମ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ରୌଫ ତାଙ୍କୁ ବେଶୀ ସମୟ କ୍ରିଜରେ ରହିବାକୁ ଦେଇ ନଥିଲେ। ରହିମ ୫ ରନ କରିଥିବା ବେଳେ ତାଙ୍କୁ ଆଉଟ କରି ରୌଫ ବାଂଲାଦେଶକୁ ତୃତୀୟ ଝଟକା ଦେଇଥିଲେ।

Advertisment

୨୩ ରନରେ ବାଂଲାଦେଶ ତୃତୀୟ ୱିକେଟ ହରାଇଥିଲା। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅନ୍ୟତମ ଓପନର ଲିଟନ ଦାସ କ୍ରିଜ୍‌ରେ ଛିଡ଼ା ହୋଇଥିଲେ। ତାଙ୍କୁ ସାଥ ଦେବାକୁ ଆସିଥିଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଥିବା ମହମ୍ମଦୁଲ୍ଲା। ଉଭୟ ବେଶ ଦମଦାର ଷ୍ଟାଇଲରେ ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି। ଏଥିସହ ୪ର୍ଥ ୱିକେଟ ପାଇଁ ୬୪ ବଲରେ ୫୦ ରନର ଭାଗିଦାରୀ ମଧ୍ୟ କରିନେଇଛନ୍ତି। 

ରିପୋର୍ଟ ଲେଖା ହେବା ବେଳକୁ ବାଂଲାଦେଶ ୧୭ ଓଭର୍‌ରେ ୩ ୱିକେଟ ହରାଇ ୭୫ ରନ କରି ନେଇଛି। ଲିଟନ ଦାସ ୩୩ ଓ ମହମ୍ମଦୁଲ୍ଲା ୩୧ ରନ କରି ଅପରାଜିତ ଅଛନ୍ତି।

ICC ICC World Cup 2023 ICC World Cup ICCC World Cup