Advertisment

ଶାହୀନ ଆଫ୍ରିଦିଙ୍କ ବିଶ୍ୱ ରେକର୍ଡ : ଇଣ୍ଡିଜକୁ ହରାଇଲା ପାକିସ୍ତାନ

୬୫ ମ୍ୟାଚରେ ୧୩୧ଟି ୱିକେଟ ଦଖଲ କରି ଶାହୀନ ବିଶ୍ୱ ରେକର୍ଡ କରିଛନ୍ତି। ୬୫ଟି ଦିନିକିଆ ପରେ ସର୍ବାଧିକ ୱିକେଟ ନେଇଥିବା ଖେଳାଳିଙ୍କ ତାଲିକାରେ ଶାହୀନ ଏବେ ଏକ ନମ୍ବରରେ ପହଞ୍ଚି ଯାଇଛନ୍ତି।

shaheen

shaheen

Advertisment

ପାକିସ୍ତାନ କ୍ରିକେଟ ଟିମର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଐତିହାସିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଶୁକ୍ରବାର ତ୍ରିନାଦରେ ଖେଳା ଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଶାହୀନ ବିଶ୍ୱ ରେକର୍ଡ କରିଛନ୍ତି। ପ୍ରଥମ ଦିନିକିଆରେ ଟସ ଜିତି ବୋଲିଂ କରିଥିବା ପାକିସ୍ତାନ ୨୮୦ ରନରେ ୱେଷ୍ଟଇଣ୍ଡିଜକୁ ଅଲଆଉଟ କରି ଦେଇଥିଲା। ଇଣ୍ଡିଜ ପକ୍ଷରୁ ଇଭିନ ଲୁଇସ, ରୋଷ୍ଟନ ଚେଜ ଓ ଅଧିନାୟକ ଶାଇ ହୋପ ଅର୍ଦ୍ଧଶତକ ହାସଲ କରିଥିଲେ।

Advertisment

୨୮୧ ରନର ପିଛା କରୁଥିବା ପାକିସ୍ତାନ ୪୮.୫ ଓଭରରେ ୫ ୱିକେଟ ହରାଇ ବିଜୟ ହାସଲ କରିଥିଲା। ପାକିସ୍ତାନର ଏହି ବିଜୟରେ ହାସନ ନୱାଜ ୫୪ ବଲରେ ଅପରାଜିତ ୬୩ ଓ ମହମ୍ମଦ ରିଜୱାନ ୫୩ ରନ କରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ନୱାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଛି।

ହେଲେ ଏହାପୂର୍ବରୁ ବୋଲିଂରେ କମାଲ କରିଥିଲେ ଶାହୀନ। ସେ ୪ ୱିକେଟ ଦଖଲ କରି ଇଣ୍ଡିଜ ଟିମର ରନ ସଂଗ୍ରହହାରରେ ବ୍ରେକ ଲଗାଇଥିଲେ। ଏହି ୪ ସଫଳତା ବଳରେ ଶାହୀନଙ୍କ ଦିନିକିଆ ୱିକେଟ ସଂଖ୍ୟା ୧୩୧ରେ ପହଞ୍ଚିଛି। ସେ ୬୫ଟି ଦିନିକିଆରେ ଏପରି ସଫଳତା ହାସଲ କରିଛନ୍ତି।

Advertisment

୬୫ ମ୍ୟାଚରେ ୧୩୧ଟି ୱିକେଟ ଦଖଲ କରି ଶାହୀନ ବିଶ୍ୱ ରେକର୍ଡ କରିଛନ୍ତି। ୬୫ଟି ଦିନିକିଆ ପରେ ସର୍ବାଧିକ ୱିକେଟ ନେଇଥିବା ଖେଳାଳିଙ୍କ ତାଲିକାରେ ଶାହୀନ ଏବେ ଏକ ନମ୍ବରରେ ପହଞ୍ଚି ଯାଇଛନ୍ତି। ପୂର୍ବରୁ ଏହି ରେକର୍ଡ ଆଫଗାନିସ୍ତାନ ସ୍ପିନର ରାଶିଦ ଖାନଙ୍କ ନାଁରେ ଥିଲା। ସେ ୬୫ଟି ଦିନିକିଆରେ ୧୨୮ଟି ୱିକେଟ ନେଇଥିଲେ। କିନ୍ତୁ ତାଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛନ୍ତି ଶାହୀନ।

ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ସିରିଜ କଥା ବିଚାରକୁ ନେଲେ ଦ୍ୱିତୀୟ ଦିନିକିଆ ରବିବାର ଓ ତୃତୀୟ ତଥା ଶେଷ ମ୍ୟାଚ୍‌ ମଙ୍ଗଳବାର ଅନୁଷ୍ଠିତ ହେବ। ଦିନିକିଆ ପୂର୍ବରୁ ଦୁଇ ଦେଶ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ ଖେଳା ଯାଇଥିଲା। ଏହାକୁ ପାକିସ୍ତାନ ୨-୧ରେ କବଜା କରିଥିଲା। ଏବେ ଦିନିକିଆ ସିରିଜରେ ମଧ୍ୟ ଭ୍ରମଣକାରୀ ପାକିସ୍ତାନ ୧-୦ରେ ଆଗୁଆ ହୋଇଯାଇଛି।

Pakistan Shaheen Shah Afridi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe