Advertisment

ଶାହୀନ ଶାହ ଆଫ୍ରିଦିଙ୍କ ନାଁରେ ଯୋଡ଼ି ହେଲା ଏହି ବିଶ୍ୱ ରେକର୍ଡ

ଆଜି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଐତିହାସିକ ଇଡେନ ଗାର୍ଡେନ୍ସରେ ମୁକାବିଲା ହେଉଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି।

ଅଦ୍ୟତନ ହୋଇଛି
Pakistan

Pakistan

Advertisment

ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ବିଶ୍ୱ ରେକର୍ଡ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ଦ୍ରୁତ ବୋଲର ଭାବେ ଦ୍ରୁତତମ ୧୦୦ ୱିକେଟ ପୂରଣ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ସେହିପରି ଦିନିକିଆ କ୍ରିକେଟରେ ଦ୍ରୁତତମ ୧୦୦ ୱିକେଟ ହାସଲ କରିଥିବା ବୋଲରଙ୍କ ମଧ୍ୟରେ ଶାହୀନ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ଆଜି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଐତିହାସିକ ଇଡେନ ଗାର୍ଡେନ୍ସରେ ମୁକାବିଲା ହେଉଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। କିନ୍ତୁ ଶାହୀନ ନିଜ ପ୍ରଥମ ଓଭର୍‌ର ୫ମ ବଲରେ ବାଂଲାଦେଶର ତାଞ୍ଜିଦ ହାସନଙ୍କୁ ଆଉଟ କରିଥିଲେ। ଏହି ସଫଳତା ପରେ ଶାହୀନ ତୃତୀୟ ଦ୍ରୁତତମ ବୋଲର ଭାବେ ଦିନିକିଆରେ ୧୦୦ ୱିକେଟ ପୂରଣ କରିଥିଲେ।

ତାଙ୍କ ଉପରେ ନେପାଳର ସନ୍ଦୀପ ଲାମିଚାନେ ଓ ଆଫଗାନିସ୍ତାନର ରାଶିଦ ଖାନ ରହିଛନ୍ତି। ସନ୍ଦୀପ ୪୨ଟି ମ୍ୟାଚ୍‌ରେ ଓ ରାଶଦି ୪୪ଟି ମ୍ୟାଚ୍‌ରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ। ଉଭୟ ହେଉଛନ୍ତି ଲେଗ୍‌ ସ୍ପିନର। କିନ୍ତୁ ଶାହୀନ ୧୦୦ ୱିକେଟ ଦଖଲ କରିଥିବା ଦ୍ରୁତ ବୋଲରଙ୍କ ମଧ୍ୟରେ ୧ ନଂ ସ୍ଥାନରେ ରହିଛନ୍ତି।

Advertisment

ପୂର୍ବରୁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ନାଁରେ ଏହି ରେକର୍ଡ ଥିଲା। ସେ ୫୨ଟି ମ୍ୟାଚ୍‌ରେ ତାଙ୍କ ଦିନିକିଆ କ୍ୟାରିୟରର ୧୦୦ତମ ୱିକେଟ ଦଖଲ କରିଥିଲେ। ଷ୍ଟାର୍କ ୨୦୧୬ରେ ଶ୍ରୀଲଙ୍କା ବିପକ୍ଷରେ ଏପରି କୀର୍ତ୍ତିମାନ ହାସଲ କର ୧୦୦ତମ ୱିକେଟ ଦଖଲ କରିଥିଲେ। କିନ୍ତୁ ଶାହୀନ ୫୧ତମ ମ୍ୟାଚ୍‌ରେ ୧୦୦ ୱିକେଟ ଦଖଲ କରି ଷ୍ଟାର୍କଙ୍କୁ ପଛରେ ପକାଇ ଦେଇଛନ୍ତି।

ଏହାବାଦ ଶାହୀନ ଶାହ ଆଫ୍ରିଦି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ସାକଲିନ ମୁସ୍ତାକଙ୍କ ନାଁରେ ୨୬ ବର୍ଷ ଧରି ଜାରି ରହିଥିବା ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ସାକଲିନ ୧୯୯୭ ମସିହା ମେ’ ୧୨ରେ ପାକିସ୍ତାନର ଦ୍ରୁତତମ ବୋଲର ଭାବେ ୧୦୦ ୱିକେଟ ଦଖଲ କରିବାର ରେକର୍ଡ କରିଥିଲେ। ଏଯାଏ ଏହି ରେକର୍ଡକୁ କେହି ବି ଭାଙ୍ଗି ପାରି ନଥିଲେ। କିନ୍ତୁ ଆଫ୍ରିଦି ଇତିହାସକୁ ବଦଳାଇ ଦେଇଛନ୍ତି।

ଆଜି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଏଯାଏ ଆଫ୍ରିଦି ୬ ଓଭର ବୋଲିଂ କରିଥିବା ବେଳେ ୩ ୱିକେଟ ନେଇ ସାରିଲେଣି। ଏହାର ଅର୍ଥ ଦିନିକିଆରେ ତାଙ୍କ ୱିକେଟ ସଂଖ୍ୟା ୧୦୨ରେ ପହଞ୍ଚି ଯାଇଛି।

ଦିନିକିଆରେ ୧୦୨ ୱିକେଟ ନେଇଥିବା ଶାହୀନ ଟେଷ୍ଟରେ ୧୦୫ଟି ଓ ଟି-୨୦ରେ ୬୪ଟି ୱିକେଟ ଦଖଲ କରିଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe