Advertisment

ଆଇସିସି ରାଙ୍କିଙ୍ଗ: ଏବେ ଶାହୀନ ଶାହ ଆଫ୍ରିଦି ବିଶ୍ୱର ୧ନଂ ବୋଲର୍‌

ବାଂଲାଦେଶ ବିପକ୍ଷ ମ୍ୟାଚରେ ଶାହୀନ ବିଶ୍ୱର ତୃତୀୟ ଦ୍ରୁତତମ ବୋଲର ଭାବେ ଦିନିକିଆରେ ୧୦୦ ୱିକେଟ ଦଖଲ କରିଥିଲେ। ସେହିପରି ସେ ପ୍ରଥମ ପେସ ବୋଲର ଭାବେ ମାତ୍ର ୫୧ଟି ମ୍ୟାଚରେ ୧୦୦ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଥିଲେ।

author-image
Hemant Lenka
Pakistan

Pakistan

ଚଳିତ ବିଶ୍ୱକପରେ ପାକିସ୍ତାନର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ତଥାପି ଦଳର ବାମହାତୀ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ ମିଳିଛି ବଡ଼ ସଫଳତା। ସେ ସମସ୍ତଙ୍କୁ ପଛରେ ପକାଇ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ପୂର୍ବରୁ ୧ନଂ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଜୋଶ ହେଜେଲଉଡଙ୍କୁ ପଛରେ ପକାଇ ସେ ଏପରି ସଫଳତା ପାଇଛନ୍ତି। ଗତ ସପ୍ତାହରେ ଶାହୀନ ୮ମ ସ୍ଥାନରେ ଥିଲେ। କିନ୍ତୁ ଅପଡେଟ ରାଙ୍କିଙ୍ଗରେ ସେ ୭ଟି ସ୍ଥାନ ଉପରକୁ ଉଠି ୧ନଂରେ ପହଞ୍ଚି ଯାଇଛନ୍ତି।

ଗତକାଲି ବାଂଲାଦେଶ ବିପକ୍ଷ ମ୍ୟାଚରେ ଶାହୀନ ବିଶ୍ୱର ତୃତୀୟ ଦ୍ରୁତତମ ବୋଲର ଭାବେ ଦିନିକିଆରେ ୧୦୦ ୱିକେଟ ଦଖଲ କରିଥିଲେ। ସେହିପରି ସେ ପ୍ରଥମ ପେସ ବୋଲର ଭାବେ ମାତ୍ର ୫୧ଟି ମ୍ୟାଚରେ ୧୦୦ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଥିଲେ।

Advertisment

ଏହାର ଦିନକ ପରେ ତାଙ୍କୁ ଆଇସିସି ଦିନିକିଆ ରାଙ୍କିଙ୍ଗରେ ମଧ୍ୟ ବଡ଼ ସଫଳତା ମିଳିଛି। ଚଳିତ ବିଶ୍ୱକପରେ ଶାହୀନ ଏଯାଏ ୭ଟି ମ୍ୟାଚ ଖେଳା ୧୬ଟି ୱିକେଟ ନେଇ ସାରିଲେଣି। ତାଙ୍କ ବୋଲିଂ ହାର ୫.୨୨ ରହିଛି।

ଶାହୀନ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ବେଳେ ହେଜେଲଉଡ ଦ୍ୱିତୀୟ, ଭାରତର ମହମ୍ମଦ ସିରାଜ ତୃତୀୟ, ଦକ୍ଷିଣ ଆଫ୍ରିକାର କେଶବ ମହାରାଜ, ୪ର୍ଥରେ ଟ୍ରେଣ୍ଟ ବୋଲ୍ଡ, ୬ଷ୍ଠରେ ରାଶିଦ ଖାନ, ୭ମରେ କୁଲଦୀପ ଯାଦବ, ୮ମରେ ମୁଜିବ ଉର ରହମାନ, ୯ମରେ ଆଡାମ ଜାମ୍ପା ଓ ୧୦ମ ସ୍ଥାନରେ ମହମ୍ମଦ ନବି ରହିଛନ୍ତି।

ଅନ୍ୟପକ୍ଷରେ ବ୍ୟାଟିଂ ରାଙ୍କିଙ୍ଗରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ। ବାବର ଆଜମ ୧ନଂ ଓ ଶୁବମନ ଗିଲ ୨ନଂରେ ରହିଛନ୍ତି।

Pakistan ICC ICC World Cup 2023