Advertisment

Pakistan cricket: ପିସିବି ଅଧ୍ୟକ୍ଷଙ୍କ ଉପରେ ବର୍ଷିଲେ ଶାହିଦ ଆଫ୍ରିଦି; ପଦ ଛାଡ଼ିବାକୁ କହିଲେ

ଏସିଆ କପ୍‌ରେ ପାକିସ୍ତାନର (ଭାରତ ବିପକ୍ଷରେ) ଖରାପ ପ୍ରଦର୍ଶନ ପାଇଁ ମୋହଶିନଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ପୂର୍ବତନ ପାକ୍‌ କ୍ରିକେଟର ଶାହିଦ ଆଫ୍ରିଦି। ପିସିବି ଅଧ୍ୟକ୍ଷ ପଦରୁ ମୋହଶିନ ନକଭୀ ଇସ୍ତଫା ଦେବା ଉଚିତ ବୋଲି ସେ କହିଛନ୍ତି।

Mohsin Naqvi

Mohsin Naqvi Photograph: (ଫାଇଲ ଫଟୋ)

Advertisment

ଏସିଆ କପ୍‌ ଟ୍ରଫିକୁ ନେଇ ବିବାଦରେ ରହିଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ତଥା ଏସିଆନ କ୍ରିକେଟ କାଉନସିଲ (ACC) ଅଧ୍ୟକ୍ଷ ମୋହଶିନ ନକଭୀଙ୍କୁ ଲାଗିଛି ବଡ଼ ଝଟକା। ଏସିଆ କପ୍‌ରେ ପାକିସ୍ତାନର (ଭାରତ ବିପକ୍ଷରେ) ଖରାପ ପ୍ରଦର୍ଶନ ପାଇଁ ମୋହଶିନଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ପୂର୍ବତନ ପାକ୍‌ କ୍ରିକେଟର ଶାହିଦ ଆଫ୍ରିଦି। ପିସିବି ଅଧ୍ୟକ୍ଷ ପଦରୁ ମୋହଶିନ ନକଭୀ ଇସ୍ତଫା ଦେବା ଉଚିତ ବୋଲି ସେ କହିଛନ୍ତି।

Advertisment

ଶାହିଦ କହିଛନ୍ତି, ଜଣେ ବ୍ୟକ୍ତି ପାକିସ୍ତାନର ଅନ୍ତରୀଣ ମନ୍ତ୍ରୀ ରହି ପିସିବିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ଅବାସ୍ତବ କଥା। ଏହି ଦୁଇଟି ଯାକ ପଦ ବହୁତ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦାୟିତ୍ୱ ନିର୍ବାହ ପାଇଁ ସମୟ ଆବଶ୍ୟକ। ଅନ୍ତରୀଣ ମନ୍ତ୍ରଣାଳୟଠାରୁ ପିସିବି ସଂପୂର୍ଣ୍ଣ ଭିନ୍ନ। ସେଥିପାଇଁ ଏହି ଦୁଇଟିର ଦାୟିତ୍ୱ ଭିନ୍ନ ଭିନ୍ନ ବ୍ୟକ୍ତି ନେବା ଉଚିତ। ଏହା ଏକ ବଡ଼ ନିଷ୍ପତ୍ତି ହୋଇପାରେ। କିନ୍ତୁ ଯେତେ ଶୀଘ୍ର ନିଆଯିବ ସେତେ ଭଲ। ପାକିସ୍ତାନ କ୍ରିକେଟ ସ୍ୱତନ୍ତ୍ର ଦୃଷ୍ଟି ଆବଶ୍ୟକ କରୁଛି। ଏଥିପାଇଁ ନକଭୀ କେବଳ ପରାମର୍ଶଦାତାମାନଙ୍କ ଉପରେ ନିର୍ଭର କରିପାରିବେ ନାହିଁ। ଏହି ପରାମର୍ଶଦାତାମାନେ ତାଙ୍କୁ ବୁଡ଼ାଇ ଦେବେ। ସେ ତ ନିଜେ କହୁଛନ୍ତି ଯେ ତାଙ୍କୁ କ୍ରିକେଟ ବିଷୟରେ ବିଶେଷ କିଛି ଜଣାନାହିଁ। 

ପ୍ରଥମ ଥର ପାଇଁ ଶାହିଦ ଆଫ୍ରିଦି ପିସିବି ଅଧ୍ୟକ୍ଷ ମୋହଶିନ ନକଭୀଙ୍କୁ ସମାଲୋଚନା କରି ନାହାନ୍ତି। ଚାମ୍ପିୟନ୍ସ ଟ୍ରଫି ପରେ ମଧ୍ୟ ଆଫ୍ରିଦି କହିଥିଲେ ଯେ ନକଭୀ ପିସିବି ଅଧ୍ୟକ୍ଷ ପଦକୁ ଏକ ପୂର୍ଣ୍ଣକାଳୀନ ଦାୟିତ୍ୱ ଭାବେ ବିଚାର କରିବା ଉଚିତ। କିନ୍ତୁ ଏସିଆ କପ୍ ୨୦୨୫ରେ ପାକିସ୍ତାର ପରାଜୟ ପରେ ଶାହିଦ ଆଫ୍ରିଦି ପିସିବି ଅଧ୍ୟକ୍ଷଙ୍କ ବିରୋଧରେ ତାଙ୍କ ସମାଲୋଚନାକୁ ଆହୁରି ଶାଣିତ କରିଦେଇଛନ୍ତି। 

Advertisment

ମୋହଶିନ ନକଭୀ କେବଳ ପାକିସ୍ତାନର ଅନ୍ତରୀଣ ମନ୍ତ୍ରୀ ଓ ପିସିବି ଅଧ୍ୟକ୍ଷ ନାହାନ୍ତି, ସେ ଏସିଆନ କ୍ରିକେଟ କାଉନସିଲ (ଏସିସି) ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ଭାରତ ଚାମ୍ପିୟନ ହୋଇଛି। କିନ୍ତୁ ଫାଇନାଲ ମ୍ୟାଚ୍ ପରେ ଭାରତୀୟ ଖେଳାଳିମାନେ ଟ୍ରଫି କିମ୍ବା ବିଜୟୀ ପଦକ ଗ୍ରହଣ କରି ନଥିଲେ। କାରଣ ଏସିସି ଅଧ୍ୟକ୍ଷ ଭାବେ ମୋହଶିନ ନକଭୀ ଏହି ପୁରସ୍କାର ପ୍ରଦାନ କରିବା ପାଇଁ ପୋଡିୟମରେ ଉପସ୍ଥିତ ଥିଲେ। ‘ଅପରେସନ ସିନ୍ଦୂର’ ସମୟରେ ଭାରତ ପ୍ରତି ନକଭୀ କଟୁ ମନ୍ତବ୍ୟ ଦେଇଥିବାରୁ ଭାରତୀୟ ଖେଳାଳିମାନେ ତାଙ୍କ ହାତରୁ ପୁରସ୍କାର ଗ୍ରହଣ କରିବାରୁ ନିବୃତ୍ତ ରହିଥିଲେ। ଭାରତୀୟ ଖେଳାଳିମାନେ ଟ୍ରଫି ଗ୍ରହଣ କରିବାକୁ ନଆସିବାରୁ ନକଭୀ ଏହାକୁ ନିଜ ସହିତ ହୋଟେଲକୁ ନେଇ ଯାଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏସିସି ବୈଠକରେ ସେ ବିସିସିଆଇକୁ କ୍ଷମା ମାଗିବା ସହିତ ଟ୍ରଫି ଫେରାଇ ଦେବା ପାଇଁ ରାଜି ହୋଇଥିବା ଖବର ଆସିଥିଲା। ତେବେ ସଦ୍ୟ ସୂଚନା ଅନୁଯାୟୀ, ବିସିସିଆଇକୁ କ୍ଷମା ମାଗିବା କଥାକୁ ସେ ଖଣ୍ଡନ କରିଛନ୍ତି। ଫଳରେ ବିବାଦ ଆହୁରି ଘନେଇଛି। ଅବଶ୍ୟ ସେ ଟ୍ରଫି ଫେରାଇବେ ବୋଲି କହିଛନ୍ତି।     
 

PCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe