Advertisment

ଧମାକା କଲେ ଶାହରୁଖ୍ ଖାନ୍‌

ନୂଆଦିଲ୍ଲୀ: ଧମାକା କଲେ ଶାହରୁଖ ଖାନ। ଶାହରୁଖଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ତାମିଲନାଡୁ ୪ ୱିକେଟରେ କର୍ଣ୍ଣାଟକକୁ ହରାଇ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟ ଜିତିଛି। ଏହି ମ୍ୟାଚରେ କର୍ଣ୍ଣାଟକ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୫୧ ରନ କରିଥିଲା। ଜବାବରେ ଶାହରୁଖ୍ ଖାନ୍ ଶେଷ ବଲରେ ଛକା ମାରି ତାମିଲନାଡୁକୁ ବିଜେତା କରାଇଛନ୍ତି। ଶେଷ ଓଭରରେ ତାମିଲନାଡୁକୁ ବିଜୟ ପାଇଁ ୧୬ ରନ୍ ଆବଶ୍ୟକ ଥିଲା। ପ୍ରଥମ ୫ଟି ବଲରେ ଟିମ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଧମାକା କଲେ ଶାହରୁଖ୍ ଖାନ୍‌

tamilnadu

ନୂଆଦିଲ୍ଲୀ: ଧମାକା କଲେ ଶାହରୁଖ ଖାନ। ଶାହରୁଖଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ତାମିଲନାଡୁ ୪ ୱିକେଟରେ କର୍ଣ୍ଣାଟକକୁ ହରାଇ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟ ଜିତିଛି। ଏହି ମ୍ୟାଚରେ କର୍ଣ୍ଣାଟକ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୫୧ ରନ କରିଥିଲା। ଜବାବରେ ଶାହରୁଖ୍ ଖାନ୍ ଶେଷ ବଲରେ ଛକା ମାରି ତାମିଲନାଡୁକୁ ବିଜେତା କରାଇଛନ୍ତି।

Advertisment

ଶେଷ ଓଭରରେ ତାମିଲନାଡୁକୁ ବିଜୟ ପାଇଁ ୧୬ ରନ୍ ଆବଶ୍ୟକ ଥିଲା। ପ୍ରଥମ ୫ଟି ବଲରେ ଟିମ୍ ୧୧ ରନ୍ କରିଥିବା ତାମିଲନାଡୁକୁ ଶେଷ ବଲରେ ୫ ରନ୍ ଦରକାର ହେଉଥିଲା। ଷ୍ଟ୍ରାଇକର ଏଣ୍ଡରେ ଥିବା ଶାହରୁଖ୍ ଶେଷ ବଲରେ ଛକା ମାରି ନିଜ ଟିମକୁ ଜିତାଇଥିଲେ। ଶାହରୁଖ୍ ମାତ୍ର ୧୫ ବଲରେ ୧ ଚୌକା ଓ ୩ ଛକା ସହ ଅପରାଜିତ ୩୩ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିଜେତା ହୋଇଛନ୍ତି।

https://twitter.com/BCCIdomestic/status/1462724664195633152?s=20

https://twitter.com/BCCIdomestic/status/1462733300825407493?s=20

୧୫୨ ରନର ଲକ୍ଷ୍ୟର ପିଛା କରୁଥିବା ତାମିଲନାଡୁ ଆରମ୍ଭରୁ ଦ୍ରୁତ ଆରମ୍ଭ କରିଥିଲା। କିନ୍ତୁ ମିଡଲ୍ ଓଭର ଗୁଡ଼ିକରେ ଦଳର ରନ୍ ଗତି ହ୍ରାସ ପାଇଥିଲା। ହେଲେ ଶେଷ ୫ ଓଭରରେ ଟିମ୍ ଦ୍ରୁତ ରନ୍ କରି ମୁକାବିଲାକୁ ଜିତି ନେଇଥିଲା। ଦଳ ପକ୍ଷରୁ ନାରାୟଣ ଜଗଦୀଶାନ ୪୧, ହରି ନିଶାନ୍ତ ୨୩, କ୍ୟାପଟେନ୍ ବିଜୟ ଶଙ୍କର ୧୮, ସାଇ ସୁଧୀରନ ୯, ସଞ୍ଜୟ ଯାଦବ ୫, ଏମ୍ ମହମ୍ମଦ ୫ ରନ୍ କରିଥିଲେ। ରବିଶ୍ରୀନିବାସନ୍ ସାଇ କିଶୋର ୬ ରନ୍ କରି ଅପରାଜିତ ଥିଲେ। କର୍ଣ୍ଣାଟକ ପକ୍ଷରୁ କେପି କାରିଆପ୍ପା ୨ଟି ୱିକେଟ୍ ନେଇଥିଲେ।

Advertisment

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା କର୍ଣ୍ଣାଟକ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ତେବେ ମିଡଲ୍ ଅର୍ଡରରେ ଅଭିନବ ମନୋହର, ପ୍ରବୀଣ ଦୁବେ ଓ ସୁଚିତଙ୍କ ଦ୍ରୁତ ରନ୍ ବଳରେ କର୍ଣ୍ଣାଟକ ୧୫୧ ରନ କରିବାକୁ ସକ୍ଷମ ହୋଇଥିଲା। ଅଭିନବ ୩୭ ବଲରେ ୪୬, ପ୍ରବୀଣ ୨୫ ବଲରେ ୩୩ ଓ ସୁଚିତ୍ ଦ୍ରୁତ ୧୮ (୭ ବଲ୍, ୧ଚୌକା, ୧ ଛକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କରୁଣ ନାୟର ୧୮, ଶ୍ରୀକର ଭରତ ୧୬ ଓ କ୍ୟାପଟେନ୍ ମନିଷ ପାଣ୍ଡେ ୧୩ ରନ୍ କରିଥିଲେ। ତାମିଲନାଡୁ ପକ୍ଷରୁ ସାଇ କିଶୋର ୩ଟି ୱିକେଟ୍ ହାସଲ କରିଥିଲେ।