Advertisment

ଦେଶବାସୀଙ୍କୁ କ୍ଷମା ମାଗିଲେ ସାକିବ ଅଲ ହାସନ

ବାଂଲାଦେଶର ମୀରପୁରରେ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ୟ ରଖିଥିବା ସାକିବ ଦେଶବାସୀଙ୍କୁ କ୍ଷମା କରିଦେବାକୁ ଅନୁରୋଧ କରିଛନ୍ତି।

Shakib

Shakib

Advertisment

ବାଂଲାଦେଶରେ ନିକଟରେ ହୋଇଥିବା ଭୟଙ୍କର ଛାତ୍ର ଆନ୍ଦୋଳନ ଓ ସରକାର ପତନ ବେଳେ ବାଂଲାଦେଶ କ୍ରିକେଟର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନ ତୁଣ୍ଡ ଖୋଲି ନଥିଲେ। ହିଂସାରେ ଅନେକ ଲୋକ ପ୍ରାଣ ହରାଇବା ସହ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ି ପଳାଇଥିଲେ।

Advertisment

ଏତେ ସବୁ ପରେ ବି ସାକିବ ଚୁପ ରହିଥିଲେ। ଏହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏବେ ସେ ନିଜର ନୀରବତା ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି।

ବାଂଲାଦେଶର ମୀରପୁରରେ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ୟ ରଖିଥିବା ସାକିବ ଦେଶବାସୀଙ୍କୁ କ୍ଷମା କରିଦେବାକୁ ଅନୁରୋଧ କରିଛନ୍ତି। ଦେଶ ଛାଡ଼ି ଦେଇଥିବା ହସିନାଙ୍କ ଆବାମୀ ଲିଗ ନେତୃତ୍ୱାଧୀନ ସରକାରର ସାଂସଦ ଥିଲେ ସାକିବ।

Advertisment

ହସନା ଦେଶ ଛାଡ଼ିବା ପରେ ସାକିବଙ୍କ ଅଡ଼ୁଆ ବଢ଼ିଥିଲା। ତାଙ୍କ ନାଁରେ ଏକାଧିକ ହତ୍ୟା ମାମଲା ବାଂଲାଦେଶରେ ରୁଜୁ କରାଯାଇଥିଲା। ଏପରି ସ୍ଥିତିରେ ସେ ବାଂଲାଦେଶରେ ଟେଷ୍ଟ ଖେଳି ପାରିବେ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଏବୁ ଭିତରେ ସାକିବ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି।

ସେ କହିଛନ୍ତି, “ପ୍ରଥମତଃ ମୁଁ ଆନ୍ଦୋଳନ ବେଳେ ବଳିଦାନ ଦେଇଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଶୋକ ପ୍ରକାଶ କରି ସମ୍ମାନ ଜଣାଉଛି। ଲୋକଙ୍କୁ ଦମନ ବେଳେ ସହିଦ ହୋଇଥିବା ଓ ଆହତ ହୋଇଥିବା ଲୋକଙ୍କ ପ୍ରତି ମୋର ସମବେଦନା ରହିଛି। ସେମାନଙ୍କୁ ଓ ସେମାନଙ୍କ ପରିବାର ବର୍ଗକୁ ମୁଁ ଶୋକ ଜଣାଉଛି।

ନିଜ ପ୍ରିୟଜନଙ୍କୁ ହରାଇବାର ଶୂନ୍ୟତାକୁ କୌଣସି କ୍ଷତିପୂରଣ ଭରଣ କରିପାରିବ ନାହିଁ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମୋ ନୀରବତା ଯୋଗୁ ଆଘାତ ପାଇଥିବା ଲୋକଙ୍କ ଭାବନାକୁ ମୁଁ ହୃଦୟରୁ ସମ୍ମାନ କରୁଛି ଓ ବେଶ ନମ୍ରତାର ସହ କ୍ଷମା ମାଗୁଛି। ଯଦି ମୁଁ ଆପଣଙ୍କ ସ୍ଥାନରେ ଥାଆନ୍ତି, ତା’ହେଲେ ମୁଁ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥାଆନ୍ତି।”

ଆନ୍ଦୋଳନ ବେଳେ ସାକିବ Bangla Tigers Mississaugaର ନେତୃତ୍ୱ Global T20 Canadaରେ ନେଉଥିଲେ। ବାଂଲାଦେଶରେ ପ୍ରବଳ ହିଂସାକାଣ୍ଡ ଚାଲିଥିବା ବେଳେ ସେ ଚୁପ ରହିଥିଲେ। ପାକିସ୍ତାନ ବିପକ୍ଷ ଟେଷ୍ଟରେ ସେ ରାୱଲପିଣ୍ଡିରେ ଖେଳୁଥିବା ବେଳେ ବାଂଲାଦେଶରେ ଆବାମୀ ଲିଗର ଅନେକ ନେତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା। ଏମାନଙ୍କ ମଧ୍ୟରେ ସାକିବଙ୍କ ନାଁ ମଧ୍ୟ ରହିଥିଲା। 

ଅକ୍ଟୋବର ୨୧ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ନିଜର ଶେଷ ଟେଷ୍ଟ ଖେଳିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ। ହେଲେ ବାଂଲାଦେଶ କ୍ରିକେଟ ବୋର୍ଡ ତାଙ୍କ ସୁରକ୍ଷାର ଗ୍ୟାରେଣ୍ଟୀ ନେଇ ପାରିବ ନାହିଁ କହିଥିଲା।

ନିଜର ଫେସବୁକ ପୋଷ୍ଟରେ ସାକିବ କ୍ରିକେଟରେ ସଫଳତା ପାଇବା ସତ୍ତ୍ୱେ କାହିଁକି ରାଜନୀତିରେ ଯୋଗ ଦେଇଥିଲେ, ସେକଥା ମଧ୍ୟ କହିଛନ୍ତି। ସେ କହିଛନ୍ତି, “ମୁଁ କିଛି ସମୟ ପାଇଁ ମାଗୁରା-୧ ନିର୍ବାଚନ ମଣ୍ଡଳୀରୁ ସାଂସଦ ହୋଇଥିଲି। ମାଗୁରାର ବିକାଶ ପାଇଁ ମୁଁ ରାଜନୀତିକୁ ଆସିବାକୁ ଇଚ୍ଛା ପ୍ରକାଶ କରିଥିଲି। ବାଂଲାଦେଶରେ ନିଜର ଅଞ୍ଚଳକୁ ବିକାଶ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ଜରୁରୀ ବୋଲି ଆପଣମାନେ ଭଲ ଭାବେ ଜାଣିଛନ୍ତି।

ମୋ ଅଞ୍ଚଳର ବିକାଶ ପାଇଁ ମୁଁ ସାଂସଦ ହେବାକୁ ଇଚ୍ଛା କରିଥିଲି। ତଥାପି ବାଂଲାଦେଶରେ ମୋର ପ୍ରମୁଖ ପରିଚୟ ହେଉଛି ଯେ ମୁଁ ଜଣେ କ୍ରିକେଟର। ମୁଁ ଯେଉଁ ରୁହେ ଓ ଯେଉଁ ସ୍ଥାନରେ ରହିଲେ ମଧ୍ୟ କ୍ରିକେଟ ସବୁବେଳେ ମୋ ହୃଦୟରେ ରହିବ।”

ସାକିବ ନିଜର ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ହେଉଥିବାରୁ ବାଂଲାଦେଶ ଫ୍ୟାନ୍ସକୁ ତାଙ୍କ ପଛରେ ଛିଡ଼ା ହେବାକୁ ଅନୁରୋଧ କରିଛନ୍ତି।

Bangladesh Shakib Al Hasan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe