/odisha-reporter/media/post_attachments/uploadimage/library/16_9/16_9_0/IMAGE_1678516733.jpg)
Shakib Al Hasan
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ହେଉଛନ୍ତି ବାଂଲାଦେଶର ସାକିବ ଅଲ ହାସନ। ତାଙ୍କ କ୍ରିକେଟ ଦକ୍ଷତା ଉପରେ କାହାର ବି ସନ୍ଦେହ ନାହିଁ। କିନ୍ତୁ ପଡ଼ିଆ ଭିତରେ ଓ ବାହାରେ ତାଙ୍କର ବ୍ୟବହାର ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଅନେକ ସମୟରେ ସାକିବ ନିଜ ରାଗକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି।
କେତେବେଳେ ପଡ଼ିଆ ଭିତରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ତ ଆଉ କେତେବେଳେ ପଡ଼ିଆ ବାହାରେ ଫ୍ୟାନ୍ସଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ଏହିକ୍ରମରେ ସାକିବଙ୍କ ଆଉ ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସାକିବ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ତାଙ୍କର ଜଣେ ପ୍ରଶଂସକଙ୍କୁ ପ୍ରବଳ ପିଟିଛନ୍ତି।
ସାମ୍ନାକୁ ଆସିଥିବା ଭିଡିଓରେ ସାକିବ କଡ଼ା ସୁରକ୍ଷା ଓ ପ୍ରବଳ ଭିଡ଼ ମଧ୍ୟରେ ଯାଉଛନ୍ତି। ଏହି ସମୟରେ ତାଙ୍କ ଫ୍ୟାନ୍ସମାନେ ଗୋଟିଏ ଫଟୋ ନେବାକୁ ପେଲାଠେଲା କରୁଛନ୍ତି। ଏହି ପ୍ରବଳ ଭିଡ଼ ଭିତରେ ସାକିବ ହଠାତ୍ ରାଗି ଯିବା ସହ ଜଣେ ଫ୍ୟାନ ପିନ୍ଧିଥିବା ଟୋପିକୁ କାଢ଼ି ଆଉ ଆଉ ଜଣେ ଯୁବକଙ୍କୁ ମାଡ଼ ମାରିବାରେ ଲାଗିଥିଲେ। ଏହାପରେ ଅନ୍ୟମାନେ ତାଙ୍କୁ ସେଠାରୁ ଭିଡ଼ି ନେଇ ଯାଇଥିଲେ। ଏହି ଘଟଣାର ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦେଖି ଅନେକ ଲୋକ ସାକିବଙ୍କୁ ସମାଲୋଚନା କରିଛନ୍ତି।
#ShakibAlHasan
One of the most popular cricketers of #Bangladesh.🇧🇩After leaving the field with #England yesterday, a fan attempted to hit him with a cap for taking a selfie.#BANvENG#Dhaka#Cricketpic.twitter.com/sS0AG9TwRQ
— shahinur (@shahinu_r) March 10, 2023
ବର୍ତ୍ତମାନ ସାକିବ ବାଂଲାଦେଶ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜରେ ବ୍ୟସ୍ତ ଅଛନ୍ତି। ବାଂଲାଦେଶ ଟିମର ନେତୃତ୍ୱ ନେଉଥିବା ସାକିବ ନେଉଥିବା ବେଳେ ଦଳ ପ୍ରଥମ ଟି-୨୦ରେ ଇଂଲଣ୍ଡକୁ ପରାସ୍ତ ମଧ୍ୟ କରିଛି। ବାଂଲାଦେଶର ବିଜୟ ପାଇଁ ସମସ୍ତେ ସାକିବଙ୍କୁ ପ୍ରଶଂସା କରୁଥିବା ବେଳେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
