Advertisment

ବିଶ୍ୱକପର ଶେଷ ମ୍ୟାଚ୍‌ରୁ ସାକିବ ଅଲ ହାସନ ଆଉଟ୍‌

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ବେଳେ ସାକିବଙ୍କ ବାମ ହାତର ଗୋଟିଏ ଅଙ୍ଗୁଳିରେ ବଲ ମାଡ଼ ହୋଇଥିଲା। ଏହି କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି।

author-image
Hemant Lenka
Shakib

Shakib

ବିଶ୍ୱକପର ଶେଷ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି ବାଂଲାଦେଶର ଅଧିନାୟକ ସାକିବ ଅଲ ହାସନ। ଦିନକ ତଳେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସାକିବ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଥିଲେ। ଏଥିସହ ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସଙ୍କ ଟାଇମଡ ଆଉଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲେ ସାକିବ।

Advertisment

ଏବେ ସେ ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପର ଶେଷ ମ୍ୟାଚ ଖେଳିବେ ନାହିଁ। ବାଂଲାଦେଶ ବିଶ୍ୱକପର ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। ତେଣୁ ବାଂଲାଦେଶ ପାଇଁ ଶେଷ ମ୍ୟାଚ୍‌ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ବାଂଲାଦେଶକୁ ଲଢ଼େଇ କରିବାକୁ ପଡ଼ିବ। ବିଶ୍ୱକପର ଟପ୍‌ ୮ ଟିମ ହିଁ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେବେ।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ବେଳେ ସାକିବଙ୍କ ବାମ ହାତର ଗୋଟିଏ ଅଙ୍ଗୁଳିରେ ବଲ ମାଡ଼ ହୋଇଥିଲା। ଏହି କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ବାଂଲାଦେଶ ଟିମର ଫିଜିଓ ବାୟଜେଦୁଲ ଇସଲାମ କହିଛନ୍ତି, “ବାମ ହାତର ମଝି ଅଙ୍ଗୁଳିରେ ବଲ ମାଡ଼ ହୋଇଥିଲେ ମଧ୍ୟ ସାକିବ ବ୍ୟାଟିଂ କରିଥିଲେ। ସେ ଟେପ୍‌ ଓ ପେନ କିଲର୍ସ ନେଇଥିଲେ।

Advertisment

ମ୍ୟାଚ ପରେ ତୁରନ୍ତ ତାଙ୍କର ଏକ୍ସ ରେ ହୋଇଥିଲା। ଏଥିରୁ ଅଙ୍ଗୁଳିରେ ସମାନ୍ୟ ଫ୍ୟାକଚର ଥିବା ସ୍ପଷ୍ଟ ହୋଇଛି। ଏଥିରୁ ସୁସ୍ଥ ହେବା ପାଇଁ ତାଙ୍କୁ ୩ରୁ ୪ ସପ୍ତାହ ଲାଗିପାରେ। ସେ ମଙ୍ଗଳବାର ହିଁ ବାଂଲାଦେଶ ଚାଲି ଯାଇଛନ୍ତି। ସେଠାରେ ତାଙ୍କର ରିହାବ ଆରମ୍ଭ ହେବ।”

ଶ୍ରୀଲଙ୍କା ବିପକ୍ଷରେ ସାକିବ ୮୨ ରନ କରିବା ସହ ୨ଟି ୱିକେଟ ନେଇଥିଲେ। ଏହାବାଦ ନଜମୁଲ ହୁସେନ ସାଣ୍ଟୋ ୯୦ ରନର ଇନିଂସ ଖେଳିଥିଲେ। ଏହି ଦୁଇ ଇନିଂସ ବଳରେ ଶ୍ରୀଲଙ୍କା ଦେଇଥିବା ୨୮୦ ରନର ଟାର୍ଗେଟକୁ ବାଂଲାଦେଶ ୭ ୱିକେଟ ହରାଇ ୫୩ ବଲ ପୂର୍ବରୁ ହାସଲ କରି ନେଇଥିଲା।

ICC ICC Men’s Cricket World Cup 2023 ICC World Cup 2023 ICC World Cup