Advertisment

ଭାରତ ବିପକ୍ଷ ଦିନିକିଆ ସିରିଜ୍‌କୁ ଫେରିଲେ ସାକିବ

ଢାକା: ଭାରତ ବିପକ୍ଷ ୩ଟିକିଆ ସିରିଜ୍‌ ପାଇଁ ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଏହି ସିରିଜ୍‌କୁ ବାଂଲାଦେଶର ଟି-୨୦ ଅଧିନାୟକ ସାକିବ ଅଲ ହାସନ କମବ୍ୟାକ କରିଛନ୍ତି। ସାକିବ ଏହାପୂର୍ବରୁ ବ୍ୟକ୍ତିଗତ କାରଣ ପାଇଁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ଖେଳି ନଥିଲେ। ହେଲେ ଡିସେମ୍ବର ୪ରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରେ ତାଙ୍କୁ ଦେଖିବାକୁ ମିଳିବ। ସାକିବ ଅଗଷ୍ଟ ମାସରେ ଜିମ୍ବାୱେ ଟୁରରେ ଯାଇ ନଥିଲେ। […]

ଭାରତ ବିପକ୍ଷ ଦିନିକିଆ ସିରିଜ୍‌କୁ ଫେରିଲେ ସାକିବ

sakib

Advertisment

ଢାକା: ଭାରତ ବିପକ୍ଷ ୩ଟିକିଆ ସିରିଜ୍‌ ପାଇଁ ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଏହି ସିରିଜ୍‌କୁ ବାଂଲାଦେଶର ଟି-୨୦ ଅଧିନାୟକ ସାକିବ ଅଲ ହାସନ କମବ୍ୟାକ କରିଛନ୍ତି। ସାକିବ ଏହାପୂର୍ବରୁ ବ୍ୟକ୍ତିଗତ କାରଣ ପାଇଁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ଖେଳି ନଥିଲେ। ହେଲେ ଡିସେମ୍ବର ୪ରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରେ ତାଙ୍କୁ ଦେଖିବାକୁ ମିଳିବ।

Advertisment

ସାକିବ ଅଗଷ୍ଟ ମାସରେ ଜିମ୍ବାୱେ ଟୁରରେ ଯାଇ ନଥିଲେ। ଫଳରେ ବାଂଲାଦେଶକୁ ଉଭୟ ଟି-୨୦ ଓ ଦିନିକିଆ ସିରିଜ ହାରିବାକୁ ପଡ଼ିଥିଲା। ଜିମ୍ବାୱେ ସିରଜ ପୂର୍ବରୁ ସାକିବଙ୍କ ଦମରେ ବାଂଲା ଟାଇଗର ପ୍ରଥମଥର ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ହରାଇଥିଲା। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶ ୨-୧ରେ ଦିନିକିଆ ସିରିଜ ମଧ୍ୟ ଜିତିଥିଲା।

ସାକିବ ଭାରତ ବିପକ୍ଷ ସିରିଜ୍‌କୁ ଫେରିଥିବା ବେଳେ ତାମିମ ଇକବାଲଙ୍କ ବାଂଲାଦେଶର ଦିନିକିଆ ସ୍କ୍ୱାଡରୁ ଅଲରାଉଣ୍ଡର ମୋସାଡେକ ହୁସେନ, ପେସ୍‌ ବୋଲର ଶୋରିପୁଲ ଇସଲାମ ଓ ବାମହାତୀ ସ୍ପିନର ତାଇଜୁଲ ଇସଲାମା ବାଦ ପଡ଼ିଛନ୍ତି।

Advertisment

୫୦ ଓଭର ଫର୍ମାଟକୁ ୟାସିର ଅଲୀଙ୍କ କମବ୍ୟାକ ହୋଇଛି। ସେହିପରି ଇବାଦତ ହୁସେନ ନିଜର ସ୍ଥାନ ବଜାୟୀ ରଖିଛନ୍ତି। ସେ ଏଯାଏ ଗୋଟିଏ ଦିନିକିଆ ମ୍ୟାଚ୍‌ ଜିମ୍ବାୱେ ବିପକ୍ଷରେ ଖେଳିଛନ୍ତି।

ବିସିବିର ମୁଖ୍ୟ ଚୟନକର୍ତ୍ତା ମିନାହଜୁଲ ଆବେଦିନ କହିଛନ୍ତି, “ସାକିବଙ୍କ କମବ୍ୟାକ ଆମ ଦିନିକିଆ ସ୍କ୍ୱାଡକୁ ବୁଷ୍ଟ ଦେବ। ଭାରତ ଗୋଟିଏ ଶକ୍ତିଶାଳୀ ଦଳ। କିନ୍ତୁ ଆମେ ଘରୋଇ ମାଟିରେ ଖେଳୁ ଥିବାରୁ ଆମ ପାଖରେ ମଧ୍ୟ ଜିତିବାର ସୁଯୋଗ ରହିଛି। ଏହି ସ୍କ୍ୱାଡ ଭାରତକୁ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ।”

୨୦୧୫ ପରେ ଭାରତ ପ୍ରଥମଥର ପାଇଁ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ବାଂଲାଦେଶ ଆସୁଛି। ଶେଷଥର ବାଂଲାଦେଶ ୨-୧ରେ ସିରିଜ ଜିତିଥିଲା। ଦିନିକିଆ ସିରିଜ୍‌ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ୨ଟିକିଆ ଟେଷ୍ଟ ସିରିଜ ମଧ୍ୟ ଖେଳାଯିବ। ଡିସେମ୍ବର ୪, ୭ ଓ ୧୦ରେ ଦିନିକିଆ ମ୍ୟାଚ୍‌ ଗୁଡ଼ିକ ଅନୁଷ୍ଠିତ ହେବ। ଏହାପରେ ୧୪ରୁ ୧୮ ପ୍ରଥମ ଟେଷ୍ଟ ଓ ୨୨ରୁ ୨୬ ଦ୍ୱିତୀୟ ଟେଷ୍ଟ ଖେଳାଯିବ।

ବାଂଲାଦେଶ ସ୍କ୍ୱାଡ: ତାମିମ ଇକବାଲ(ଅଧିନାୟକ), ଲିଟନ ଦାସ, ଅନାମୁଲ ହକ, ସାକିବ ଅଲ ହାସନ, ମୁସ୍ତାଫିକୁର ରହିମ, ଆଫିଫ ହୁସେନ, ୟାସିର ଅଲୀ ଚୌଧୁରୀ, ମେହିଦ ହାସନ ମିର୍ଜା, ମୁସ୍ତାଫିଜୁର ରହମନ, ତସ୍କିନ ଅହମଦ, ହାସନ ମହମ୍ମଦ, ଇବାଦତ ହୁସେନ ଚୌଧୁରୀ, ନସୁମ ଅହମଦ, ମହମ୍ମଦୁଲ୍ଲା, ନଜମୁଲ ହୁସେନ ଶାଣ୍ଟୋ ଓ ନୁରୁଲ ହାସନ ଶୋହନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe