Advertisment

ଲକ୍ଷ୍ନୌ ପାଇଁ ଖେଳିବେ ଚର୍ଚ୍ଚାରେ ଥିବା ଶମର ଯୋଶେଫ, ପୂର୍ବତନ ବ୍ୟାଟର କହିଲେ ଏମିତି କଥା

ଦୀର୍ଘ ୩୬ ବର୍ଷ ପରେ ୱେଷ୍ଟଇଣ୍ଡିଜ ଗାବାରେ କୌଣସି ଟେଷ୍ଟ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆକୁ ବେଶ ଚମତ୍କାର ଢଙ୍ଗରେ ଇଣ୍ଡିଜ ଟିମ ୮ ୱିକେଟରେ ହରାଇଥିଲା।

Shamar Joseph

Shamar Joseph

Advertisment

ଚଳିତ ବର୍ଷ ଆଇପିଏଲରେ ନଜର ଆସିବେ ଚର୍ଚ୍ଚାରେ ଥିବା ୱେଷ୍ଟଇଣ୍ଡିଜ ପେସର ଶମର ଯୋଶେଫ। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଜ ସହ ସାମିଲ କରିଛି। ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ ୨୦୨୪ ଆଇପିଏଲ ଖେଳିବେ ନାହିଁ।

Advertisment

ତାଙ୍କ ବଦଳରେ ଯୋଶେଫଙ୍କୁ ଏଲଏସ୍‌ଜି ୩ କୋଟି ଟଙ୍କାରେ ନିଜ ପାଖକୁ ଆଣିଛି। ଏହାକୁ ନେଇ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟର ଆକାଶ ଚୋପ୍ରା।

ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟରେ ଦମଦାର ବୋଲିଂ କରି ଯୋଶେଫ ଚର୍ଚ୍ଚାକୁ ଆସିଥିଲେ। ଆହତ ସତ୍ତ୍ୱେ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ମାତ ଦେଇଥିଲେ ଯୋଶେଫ। ସେ ଦ୍ୱିତୀୟ ଇନିଂସରେ ୭ ୱିକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଏବେ ଏଲଏସ୍‌ଜି ଏଥିପାଇଁ ତାଙ୍କୁ ନିଜ ଟିମରେ ସାମିଲ କରିଛି।

Advertisment

ଯୋଶେଫ ଏଲଏସଜିରେ ସାମିଲ ହେବା ପରେ ଆକାଶ ଚୋପ୍ରା ବଡ଼ ବୟାନ ଦେଇଛନ୍ତି। ନିଜର ୟୁଟ୍ୟୁବ ଚ୍ୟାନେଲରେ ଆକାଶ ଚୋପ୍ରା କହିଛନ୍ତି ଯେ ଏଲଏସଜି ଆଇପିଏଲରେ ଟ୍ରଫି ଜିତିବା ମୁଡରେ ରହିଛି। ଗତ ଦୁଇ ସଂସ୍କରଣରେ ଦଳ ପ୍ଲେଅଫକୁ ଯାଇ ସେଠାରେ ନିରାଶ ହୋଇଥିଲା। ତେଣୁ ଏଥର ଦଳକୁ ଆଗକୁ ନେବାରେ ଯୋଶେଫଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିପାରେ। ଯୋଶେଫ ଏଯାଏ ୨ଟି ଟେଷ୍ଟ ଖେଳି ୧୩ ୱିକେଟ ନେଇଛନ୍ତି।

ମାର୍କ ଉଡ ୨୦୨୪ ଆଇପିଏଲରେ ଉପଲବ୍ଧ ହେବେ ନାହିଁ। ତେଣୁ ଏଲଏସ୍‌ଜି ବେଶ ଚମତ୍କାର ଢଙ୍ଗରେ ଯୋଶେଫଙ୍କୁ ନିଜ ସହ ସାମିଲ କରିଛି। ସେ ୨୦୨୪ର ସବୁ ମ୍ୟାଚ୍‌ ମଧ୍ୟ ଖେଳି ପାରନ୍ତି ବୋଲି ଚୋପ୍ରା କହିଛନ୍ତି।

ଦୀର୍ଘ ୩୬ ବର୍ଷ ପରେ ୱେଷ୍ଟଇଣ୍ଡିଜ ଗାବାରେ କୌଣସି ଟେଷ୍ଟ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆକୁ ବେଶ ଚମତ୍କାର ଢଙ୍ଗରେ ଇଣ୍ଡିଜ ଟିମ ୮ ୱିକେଟରେ ହରାଇଥିଲା।

କାଠ କଟାଳୀରୁ କ୍ରିକେଟର ବନିଥିବା ଯୋଶେଫଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ ମଧ୍ୟ ଆକାଶ ଚୋପ୍ରା। ସେ କହିଛନ୍ତି, “ଜଣେ କାଠ କଟାଳୀଙ୍କ ଷ୍ଟୋରୀ। ତାଙ୍କ ଗାଁ ଲୋକମାନେ କାଠ କାମ କରନ୍ତି। ତେଣୁ ସେଠାରୁ ତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ଏବେ ସେ ବିଶ୍ୱ ଦରବାରରେ ପରିଚିତ। ଏହା ଅତ୍ୟନ୍ତ ଚମତ୍କାର। ଶମର ଯୋଶେଫ ଏବେ ଆଇପିଏଲ ଖେଳିବେ। ସେ ଗୋଟିଏ ଭଲ ଚୁକ୍ତି ପାଇଛନ୍ତି। ଏହା ଅତ୍ୟନ୍ତ ଉତ୍ସାହନଜନକ।”

୨୦୨୩ ଆପିଏଲରେ ଏଲଏସ୍‌ଜି କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ଲେଅଫ ଖେଳିଥିଲା। କିନ୍ତୁ ଦଳକୁ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରିବାକୁ ପଡ଼ିଥିଲା।

IPL IPL 2024 Shamar Joseph LSG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe