Advertisment

ପ୍ରଥମ ବୋଲର ଭାବେ ବିଶ୍ୱକପରେ ଏମିତି ରେକର୍ଡ କେଲେ ମହମ୍ମଦ ଶାମି

ଶାମି ତାଙ୍କ ଦିନିକିଆ କ୍ୟାରିୟରରେ ତୃତୀୟ ଥର ପାଇଁ ୫ ୱିକେଟ ସଫଳତା ପାଇଛନ୍ତି। ଏହି ସଫଳତା ପରେ ସେ ହରଭଜନ ସିଂହ ଓ ଜବାଗଲ ଶ୍ରୀନାଥଙ୍କ ସମକକ୍ଷ ହୋଇଛନ୍ତି।

author-image
Hemant Lenka
Shami

Shami

ଚଳିତ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଭାରତର ସ୍ପିଡଷ୍ଟର ମହମ୍ମଦ ଶାମି ନୂଆ ରେକର୍ଡ କରିଛନ୍ତି। ସେ ଭାରତର ପ୍ରଥମ ବୋଲର ଭାବେ ବିଶ୍ୱକପରେ ୨ ଥର ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି। ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଶାମିଙ୍କୁ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ସୁଯୋଗ ମିଳିଥିଲା। ସେ ପ୍ରଥମ ବଲରେ ହିଁ ୱିକେଟ ନେଇ ନିଜର ଯାଦୁ ଦେଖାଇଥିଲେ।

Advertisment

ସେ ପ୍ରଥମେ ୱିଲ ୟଙ୍କ, ପରେ ରଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ମ୍ୟାଟ ହେନରୀ ଓ ଶେଷରେ ସେ ଶତକଧାରୀ ଡାରେଲ ମିଚେଲଙ୍କୁ ଆଉଟ କରି ନିଜର ୫ମ ୱିକେଟ ପୂରଣ କରିଥିଲେ। ଶାମି ଆଜି ୧୦ ଓଭର ବୋଲିଂ କରି ୫୪ ରନ ଦେବା ସହ ୫ ୱିକେଟ ଦଖଲ କରିଛନ୍ତି। ଶାମିଙ୍କ ୫ ୱିକେଟ ସଫଳତା ଯୋଗୁ ନ୍ୟୁଜିଲ୍ୟାଣ୍ତ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୩ରେ ଅଟକି ଯାଇଛି।

ଶାମି ଏହା ପୂର୍ବରୁ ୨୦୧୯ ବିଶ୍ୱକପରେ ମଧ୍ୟ ୫ ୱିକେଟ ୱିକେଟ ଦଖଲ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ୬୯ ରନ ଦେଇ ୫ ୱିକେଟ ନେଇଥିଲେ। ଶାମିଙ୍କ ପୂର୍ବରୁ ଭାରତ ପାଇଁ ବିଶ୍ୱକପରେ ଥରେ ଲେଖାଏ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ଦଖଲ କରିଥିବା ତାଲିକାରେ ଆଶିଷ ନେହରା, ଭେଙ୍କଟେଶ ପ୍ରସାଦ, ରବିନ ସିଂହ, ଯୁବରାଜ ସିଂହ ଓ କପିଲ ଦେବ ରହିଛନ୍ତି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ବିଶ୍ୱର ଏକମାତ୍ର ବୋଲର ଯିଏ ଦୁଇରୁ ଅଧିକ ଥର ବିଶ୍ୱକପରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି।

Advertisment

ଅନ୍ୟପକ୍ଷରେ ଶାମି ତାଙ୍କ ଦିନିକିଆ କ୍ୟାରିୟରରେ ତୃତୀୟ ଥର ପାଇଁ ୫ ୱିକେଟ ସଫଳତା ପାଇଛନ୍ତି। ଏହି ସଫଳତା ପରେ ସେ ହରଭଜନ ସିଂହ ଓ ଜବାଗଲ ଶ୍ରୀନାଥଙ୍କ ସମକକ୍ଷ ହୋଇଛନ୍ତି।

ଏହାବାଦ ବିଶ୍ୱକପରେ ଶାମି ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ବନି ଯାଇଛନ୍ତି। ସେ କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେଙ୍କୁ ଅତିକ୍ରମ କରିଛନ୍ତି। କୁମ୍ବଲେ ୧୮ଟି ବିଶ୍ୱକପ ମ୍ୟାଚ୍‌ରେ ୩୧ଟି ୱିକେଟ ଦଖଲ କରିଥିଲେ। ତାଙ୍କ ବୋଲିଂ ହାର ୨୨.୮୩ ଥିଲା। କିନ୍ତୁ ଶାମି ତାଙ୍କୁ ପଛରେ ପକାଇ ଦେଇଛନ୍ତି।

ଶ୍ରୀନାଥ ଓ ଜହିର ଖାନ ଭାରତ ପାଇଁ ବିଶ୍ୱକପରେ ୪୪ଟି ଲେଖାଏ ୱିକେଟ ନେଇ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି। ବିଶ୍ୱକପରେ ଶାମିଙ୍କ ବୋଲିଂ ହାର ୧୫.୦୨ ରହିଛି। ଏଯାଏ ବିଶ୍ୱକପର ୧୨ଟି ମ୍ୟାଚ୍‌ରେ ନଜର ଆସିଥିବା ଶାମି ୩୬ଟି ୱକେଟ ନେଇଛନ୍ତି। ସେ ୨୦୧୫, ୨୦୧୯ ଓ ଏବେ ୨୦୨୩ରେ ଭାରତ ପାଇଁ ବିଶ୍ୱକପ ଖେଳୁଛନ୍ତି।

ICC ICC Men’s Cricket World Cup 2023 ICCC World Cup