Advertisment

ବିରାଟ କୋହଲିଙ୍କ ସମର୍ଥନରେ ବାହାରିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ: ବିରାଟ କୋହଲି ୨୦୧୯ ନଭେମ୍ବର ୨୨ ପରଠୁ ଆଉ ଶତକ ମାରି ନାହାନ୍ତି। ଏହାକୁ ନେଇ ତାଙ୍କ ଦକ୍ଷତା ଉପରେ କେହି କେହି ପ୍ରଶ୍ନ ଉଠାଉଛନ୍ତି। କୋହଲି ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ସାରିଛନ୍ତି ବୋଲି କେହି କେହି ସମାଲୋଚନା ଛଳରେ କହୁଛନ୍ତି। ତେବେ ଏଭଳି ସ୍ଥିତିରେ କୋହଲିଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ସାଥୀ ଖେଳାଳି ମହମ୍ମଦ ଶାମି। ସେ କୋହଲିଙ୍କ ସମାଲୋଚକଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ଶାମି କହିଛନ୍ତି, କ’ଣ ହୋଇଗଲା ଯଦି ସେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ବିରାଟ କୋହଲିଙ୍କ ସମର୍ଥନରେ ବାହାରିଲେ ମହମ୍ମଦ ଶାମି

Mohmmad Shami and Virat

ନୂଆଦିଲ୍ଲୀ: ବିରାଟ କୋହଲି ୨୦୧୯ ନଭେମ୍ବର ୨୨ ପରଠୁ ଆଉ ଶତକ ମାରି ନାହାନ୍ତି। ଏହାକୁ ନେଇ ତାଙ୍କ ଦକ୍ଷତା ଉପରେ କେହି କେହି ପ୍ରଶ୍ନ ଉଠାଉଛନ୍ତି। କୋହଲି ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ସାରିଛନ୍ତି ବୋଲି କେହି କେହି ସମାଲୋଚନା ଛଳରେ କହୁଛନ୍ତି। ତେବେ ଏଭଳି ସ୍ଥିତିରେ କୋହଲିଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ସାଥୀ ଖେଳାଳି ମହମ୍ମଦ ଶାମି। ସେ କୋହଲିଙ୍କ ସମାଲୋଚକଙ୍କ ଉପରେ ଖୁବ୍ ବର୍ଷିଛନ୍ତି।

Advertisment

ଶାମି କହିଛନ୍ତି, କ’ଣ ହୋଇଗଲା ଯଦି ସେ (କୋହଲି) ଶତକଟିଏ କରିପାରି ନାହାନ୍ତି। ସେ କେତେ ବଡ଼ ଖେଳାଳି, ତାହା ଏକ ଶତକ ନିର୍ଦ୍ଧାରଣ କରେ ନାହିଁ। ନିକଟ ଅତୀତରେ ସେ ଲଗାତାର ଭାବେ ଦଳ ପାଇଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏକ ଅର୍ଦ୍ଧଶତକ ବା ୬୦ ରନ୍‌ ବି ଏକ ସ୍କୋର। ଆଉ ଯେତେବେଳ ଏହା ଟିମ୍‌ ପାଇଁ ସହାୟତା ହେଉଛି, ତାକୁ ନେଇ ଅଭିଯୋଗ କରିବାର କିଛି କାରଣ ନାହିଁ।

ଏହା ସହିତ କୋହଲିଙ୍କୁ ‘ବୋଲରଙ୍କ ଅଧିନାୟକ’ ବୋଲି କହିଛନ୍ତି ଶାମି। ସେ କହିଛନ୍ତି, କୋହଲି ସବୁବେଳେ ବୋଲରଙ୍କୁ ସେମାନଙ୍କ ମତ ପ୍ରକାଶ କରିବା ପାଇଁ ସ୍ୱାଧୀନତା ଦିଅନ୍ତି। ସେ ସବୁ ବେଳେ ଆମ ପରାମର୍ଶ ନିଅନ୍ତି ଓ ବିକଳ୍ପ କଥା ପଚାରନ୍ତି।

Advertisment

ବିରାଟ କୋହଲି ନିକଟରେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଛନ୍ତି। ଦକ୍ଷିଣ ଆଫ୍ରିକା ଠାରୁ ୨-୧ରେ ଟେଷ୍ଟ ସିରିଜ୍ ହାରିବା ପରେ ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ସେ ଟିମ୍ ଇଣ୍ଡିଆର ଟି-ଟ୍ୱେଣ୍ଟି ଅଧିନାୟକ ପଦ ଛାଡ଼ିଥିଲେ। ସେହିପରି ଗତ ଡିସେମ୍ବର ମାସରେ ତାଙ୍କୁ ଦଳର ଦିନିକିଆ ଅଧିନାୟକ ପଦରୁ ବିଦା କରାଯାଇଥିଲା।

ସୂଚନାଯୋଗ୍ୟ, ବିରାଟ ଉଭୟ ଟେଷ୍ଟ ଓ ଦିନିକିଆରେ ମିଶି ୭୦ଟି ଶତକ ମାରିଛନ୍ତି। ୯୯ ଟେଷ୍ଟରୁ ସେ ୨୭ ଶତକ ହାସଲ କରିଥିବା ବେଳେ ୨୫୭ଟି ଦିନିକିଆରୁ ୪୩ଟି ଶତକ ହାସଲ କରିଛନ୍ତି। ଶେଷ ଶତକ ସେ କୋଳକାତାରେ ବାଂଲାଦେଶ ବିରୋଧରେ ମାରିଥିଲେ।

Virat Kohli