Advertisment

ବିଶ୍ୱକପରେ ଏକାଧିକ ରେକର୍ଡ କଲେ ମହମ୍ମଦ ଶାମି, ସମସ୍ତଙ୍କୁ ପଛରେ ପକାଇଲେ

ଶାମି ୧୪ଟି ମ୍ୟାଚ୍‌ରେ ୪୫ ୱିକେଟ ଦଖଲ କରିଛନ୍ତି। ଜହିର ଖାନ ୨୩ ମ୍ୟାଚ୍‌ ୪୪ଟି ଓ ଶ୍ରୀନାଥ ୩୪ ମ୍ୟାଚ୍‌ରେ ଭାରତ ପାଇଁ ସମାନ ୪୪ଟି ୱିକେଟ ନେଇଥିଲେ। କିନ୍ତୁ ଶାମି ଆଜି ଉଭୟଙ୍କୁ ପଛରେ ପକାଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
Shami

Shami

Advertisment

ଶ୍ରୀଲଙ୍କା ବିପକ୍ଷରେ ୫ ୱିକେଟ ଦଖଲ କରିଥିବା ଭାରତୀୟ ଟିମର ସ୍ପିଡଷ୍ଟାର ମହମ୍ମଦ ଶାମି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ ଓ ଇଂଲଣ୍ଡ ବିପକ୍ଷରେ ୪ ୱିକେଟ ଦଖଲ କରିଥିବା ଶାମି ଆଜି ଶ୍ରୀଲଙ୍କା ଟିମର ୫ ବ୍ୟାଟର୍ସଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ଶାମିଙ୍କ ଘାତକ ବୋଲିଂ ଯୋଗୁ ୩୫୮ ରନ ଟାର୍ଗେଟର ପିଛା କରୁଥିବା ଶ୍ରୀଲଙ୍କା ୫୫ ରନରେ ଅଲଆଉଟ ହୋଇ ଯାଇଛି।

Advertisment

୩୦୨ ରନର ବୃହତ୍ତ ବିଜୟ ସହ ଭାରତ ବିଶ୍ୱକପ ସେମି ଫାଇନାଲରେ ବିଧିବଦ୍ଧ ଭାବେ ପ୍ରବେଶ କରିଛି। ୫ ୱିକେଟ ଦଖଲ କରିଥିବା ଶାମିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି। ଆଜି ସଫଳତା ପରେ ଶାମି ଇତିହାସ ପୃଷ୍ଠାରେ ନିଜ ନାଁ ଲେଖିଛନ୍ତି।

ସେ କିମ୍ବଦନ୍ତୀ କ୍ରିକେଟର ଜହିର ଖାନ ଓ ଜବାଗଲ ଶ୍ରୀନାଥଙ୍କୁ ପଛରେ ପକାଇ ଭାରତ ପାଇଁ ବିଶ୍ୱକପରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ବନି ଯାଇଛନ୍ତି। ଆଜି ଶାମି ତାଙ୍କର ପ୍ରଥମ ୩ ଓଭର୍‌ରେ ୪ ୱିକେଟ ଦଖଲ କରିଥିଲେ। ଏହାପରେ ସେ ଆଉ ଗୋଟିଏ ୱିକେଟ ଦଖଲ କରି ଭାରତ ପାଇଁ ବିଶ୍ୱକପରେ ନୂଆ ଇତିହାସ ସୃଷ୍ଟି କରିଥିଲେ।

Advertisment

ଶ୍ରୀଲଙ୍କା ୧୦ ଓଭରରେ ଶାମି ବୋଲିଂ କରିବାକୁ ଆସିବା ବେଳେ ଶ୍ରୀଲଙ୍କା ୧୪ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଶାମି ଏହାକୁ ଆହୁରି ବିପର୍ଯ୍ୟସ୍ତ କରି ଦେଇଥିଲେ।

ସେ ତୃତୀୟ ଥର ପାଇଁ ବିଶ୍ୱକପରେ ୫ ୱିକେଟ ଦଖଲ କରିଛନ୍ତି। ଏଥିସହ ବିଶ୍ୱକପରେ ସର୍ବାଧିକ ଥର ୫ ୱିକେଟ ନେଇଥିବା ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ସମକକ୍ଷ ହୋଇଛନ୍ତି। ବିଶ୍ୱକରେ ଶାମିଙ୍କ ୱିକେଟ ସଂଖ୍ୟା ୪୫ରେ ପହଞ୍ଚି ଯାଇଛି।

ସେ ୧୪ଟି ମ୍ୟାଚ୍‌ରେ ୪୫ ୱିକେଟ ଦଖଲ କରିଛନ୍ତି। ଜହିର ଖାନ ୨୩ ମ୍ୟାଚ୍‌ ୪୪ଟି ଓ ଶ୍ରୀନାଥ ୩୪ ମ୍ୟାଚ୍‌ରେ ଭାରତ ପାଇଁ ସମାନ ୪୪ଟି ୱିକେଟ ନେଇଥିଲେ। କିନ୍ତୁ ଶାମି ଆଜି ଉଭୟଙ୍କୁ ପଛରେ ପକାଇ ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶାମି ଚଳିତ ବିଶ୍ୱକପରେ ଏଯାଏ ମାତ୍ର ୩ଟି ମ୍ୟାଚ ଖେଳିଥିବା ବେଳେ ୧୪ଟି ୱିକେଟ ନେଇ ସାରିଲେଣି। ଶାମି, ଜହିର ଓ ଶ୍ରୀନାଥଙ୍କ ବ୍ୟତୀତ ଭାରତ ପାଇଁ ବିଶ୍ୱକପରେ ସର୍ବାଧିକ ୱିକେଟ ଦଖଲ କରିଥିବା ଖେଳାଳିଙ୍କ ମଧ୍ୟରେ ଯଶପ୍ରୀତ ବୁମ୍ରା ୩୩ ୱିକେଟ ସହ ୪ର୍ଥ ସ୍ଥାନରେ, ଅନୀଲ କୁମ୍ବଲେ ୩୧ ୱିକେଟ ସହ ୫ମ ସ୍ଥାନରେ ଓ କପିଲ ଦେବ ୨୮ ୱିକେଟ ସହ ୬ଷ୍ଠ ସ୍ଥାନରେ ଅଛନ୍ତି।

ଏହାବାଦ ବିଶ୍ୱକପରେ କୌଣସି ଗୋଟିଏ ସଂସ୍କରଣରେ ସର୍ବାଧିକ ଥର ୪ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଥିବା ତାଲିକାରେ ମଧ୍ୟ ଶାମି ନିଜକୁ ଦୁଇ ଥର ସାମିଲ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି।

୨୦୧୯ ବିଶ୍ୱକପରେ ଶାମି ୩ ଥର ୪ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିବା ବେଳେ ୨୦୨୩ରେ ଏହାର ପୁନରାବୃତ୍ତି ଘଟିଛି। ସେହିପରି ଭାରତ ପାଇଁ ଦିନିକିଆରେ ସର୍ବାଧିକ ଥର ୫ ୱିକେଟ ନେଇଥିବା ତାଲିକାରେ ମଧ୍ୟ ଶାମି ୧ନଂ ସ୍ଥାନରେ ରହିଛନ୍ତି। ଶାମି ୪ଥର ଏପରି କରିଥିବା ବେଳେ ଶ୍ରୀନାଥ ଓ ହରଭଜନ ସିଂହ ୩ ଥର ଲେଖାଏ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିଲେ।

Mohammed Shami ICCC World Cup ICC Men’s Cricket World Cup 2023 CWC 2023 ICC World Cup ICC ICC World Cup 2023 ICC WC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe