ସେମିରେ ଚମକିଲେ ଶାମି, ତାଙ୍କ ନାଁରେ ଯୋଡ଼ି ହେଲା ୯ଟି ରେକର୍ଡ

ବୁଧବାର ମୁମ୍ବାଇର ୱାଙ୍ଖେଡେରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ଟି ବିରାଟ କୋହଲିଙ୍କ ସହିତ ବୋଲର ମହମ୍ମଦ ଶାମିଙ୍କ ପାଇଁ ସ୍ମରଣୀୟ ହୋଇରହିବ।

 Mohammed Shami

ମହମ୍ମଦ ଶାମି

Jitendra Garnayak
  • Published: Thursday, 16 November 2023
  • Updated: 16 November 2023, 02:52 PM IST

Sports

Latest News

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବୁଧବାର ବିଶ୍ୱକପ କ୍ରିକେଟର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନ୍‌ରେ ପରାସ୍ତ କରିଛି ଭାରତ। ଏହା ସହିତ ଫାଇନାଲରେ ପହଞ୍ଚିଛି ଦଳ। ତେବେ ଏହି ମ୍ୟାଚ୍‌ ମନେ ରହିବ ଆହୁରି ଅନେକ କାରଣ ପାଇଁ।

ଏହି ମ୍ୟାଚ୍‌ରେ ଭାଙ୍ଗିଛି ବହୁ ରେକର୍ଡ। ତିଆରି ହୋଇଛି ବହୁ କୀର୍ତ୍ତିମାନ। ବିଶ୍ୱକପ୍‌ରେ ୫୦ଟି ଛକା ମାରିବାରେ ରୋହିତ ଶର୍ମା ହୋଇଯାଇଛନ୍ତି ପ୍ରଥମ ବ୍ୟାଟର। ଦିନିକିଆରେ ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଶତକ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ କୋହଲି। ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସଚିନ ସର୍ବାଧିକ ୭ ଥର ଅର୍ଦ୍ଧଶତକ ମାରିଥିବା ବେଳେ ତାକୁ ଭାଙ୍ଗିଛନ୍ତି ବିରାଟ। ସେହିପରି ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି ବିରାଟ। ଏଥିରେ ମଧ୍ୟ ସେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଏହି ସେମି ଫାଇନାଲ ମ୍ୟାଚ୍‌ଟି ବିରାଟଙ୍କ ସହିତ ବୋଲର ମହମ୍ମଦ ଶାମିଙ୍କ ପାଇଁ ସ୍ମରଣୀୟ ହୋଇରହିବ। ୯.୫ ଓଭରରେ ୫୭ ରନ୍‌ ଦେଇ ୭ ୱିକେଟ୍ ନେଇ ଭାରତର ବିଜୟରେ ପ୍ରମୁଖ ଭୂମିବା ନିର୍ବାହ କରିଥିବା ଶାମି ନିଜ ନାଁରେ ଯୋଡ଼ିଛନ୍ତି ୯ଟି ରେକର୍ଡ।

ଦିନିକିଆ ବିଶ୍ୱକପରେ ୫୦ଟି ୱିକେଟ୍ ନେବାରେ ମହମ୍ମଦ ଶାମି ହେଉଛନ୍ତି ପ୍ରଥମ ଭାରତୀୟ ବୋଲର। ସେହିପରି ମୋଟାମୋଟି ଭାବେ ଏହି କ୍ଲବରେ ସାମିଲ ହେବାରେ ସେ ହେଉଛନ୍ତି ସପ୍ତମ ବୋଲର। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍‌ଗ୍ରାଥ, ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଶ୍ରୀଲଙ୍କାର ଲସିଥ ମାଲିଙ୍ଗା, ପାକିସ୍ତାନର ୱାସିମ ଆକ୍ରମ ଓ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ଏହି କ୍ଲବରେ ସାମିଲ ହୋଇଥିଲେ।

ଦିନିକିଆ ବିଶ୍ୱକପ୍ କ୍ରିକେଟରେ ୫୦ଟି ୱିକେଟ୍‌ ନେବାରେ ଶାମି ପାଲଟି ଯାଇଛନ୍ତି ଦ୍ରୁତତମ ବୋଲର। ସେ ୧୭ଟି ଇନିଂସରୁ ୫୦ଟି ୱିକେଟ୍ ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ଥିଲା। ସେ ୧୯ଟି ଇନିଂସରୁ ଏହି ରେକର୍ଡ ହାସଲ କରିଥିଲେ। ଶାମି ୧୭ଟି ଇନିଂସରୁ ୫୪ଟି ୱିକେଟ୍ ପାଇଛନ୍ତି।

ବିଶ୍ୱକପ୍‌ରେ ନକ୍‌ଆଉଟ୍ ମ୍ୟାଚ୍‌ରେ ୭ଟି ୱିକେଟ୍‌ ନେଇ ନୂଆ ରେକର୍ଡ କରିଛନ୍ତି ମହମ୍ମଦ ଶାମି। ଏହି କ୍ଷେତ୍ରରେ ସେ ୪୮ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ୧୯୭୫ ବିଶ୍ୱକପ୍‌ ସେମି ଫାଇନାଲରେ ଅଷ୍ଟ୍ରେଲିଆର ଗ୍ୟାରୀ ଗିଲ୍‌ମର ୬ଟି ୱିକେଟ୍ ନେଇଥିଲେ।

ଦିନିକିଆ କ୍ରିକେଟରେ ଗୋଟିଏ ମ୍ୟାଚ୍‌ରେ ପ୍ରଥମ ଭାରତୀୟ ବୋଲର ଭାବେ ଶାମି ସର୍ବାଧିକ ୭ଟି ୱିକେଟ୍ ନେବାର ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଷ୍ଟୁଆର୍ଟ ବିନ୍ନୀଙ୍କ ନାଁରେ ଥିଲା। ୨୦୧୪ ଜୁନ୍‌ରେ ମିରପୁରରେ ବାଂଲାଦେଶ ବିପକ୍ଷରେ ଷ୍ଟୁଆର୍ଟ ବିନ୍ନୀ ୬ଟି ୱିକେଟ୍ ନେଇଥିଲେ। ୪.୪ ଓଭରରେ ୪ ରନ୍ ଦେଇ ସେହି ଏହି ୱିକେଟ୍ ହାସଲ କରିଥିଲେ।

ଦିନିକିଆ ବିଶ୍ୱକପ୍‌ କ୍ରିକେଟ୍‌ରେ ସର୍ବାଧିକ ଥର ୫ଟି ୱିକେଟ୍‌ ନେବାର ରେକର୍ଡ ମହମ୍ମଦ ଶାମିଙ୍କ ନାଁରେ ଯୋଡ଼ି ହୋଇଯାଇଛି। ସେ ୪ଥର ୫ଟି ୱିକେଟ୍‌ ନେଇଛନ୍ତି। କେବଳ ଚଳିତ ବିଶ୍ୱକପ୍‌ରେ ସେ ୩ ଥର ୫ଟି ୱିକେଟ୍ ନେଇଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ନାଁରେ ଥିଲା। ସେ ୩ ଥର ୫ଟି ୱିକେଟ୍ ନେଇଥିଲେ।

ବିଶ୍ୱକପ୍ କ୍ରିକେଟରର ଗୋଟିଏ ସଂସ୍କରଣରେ ସର୍ବାଧିକ ଥର ୫ଟି ୱିକେଟ୍‌ ନେବାର ଗୌରବ ହାସଲ କରିଛନ୍ତି ଶାମି। ଚଳିତ ବିଶ୍ୱକପ୍‌ରେ ସେ ୩ ଥର ୫ଟି ୱିକେଟ୍ ନେଇ ସାରିଲେଣି। ପୂର୍ବରୁ ଗ୍ୟାରୀ ଗିଲ୍‌ମର (୧୯୭୫), ଅସ୍ଥାନା ଡି ମେଲ (୧୯୮୩), ବାସବର୍ଟ ଡ୍ରେକ୍ସ (୨୦୦୩), ଶାହିଦ ଆଫ୍ରିଦି (୨୦୧୧), ମୁସ୍ତାଫିଜୁର ରହମାନ (୨୦୧୯) ଦୁଇ ଥର ଲେଖାଏଁ ୫ ୱିକେଟ୍ ନେଇଥିଲେ।

ଦିନିକିଆ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ ହାସଲକାରୀ ଭାରତୀୟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି ମହମ୍ମଦ ଶାମି। ଏହି କ୍ଷେତ୍ରରେ ସେ ପୂର୍ବତନ ଭାରତୀୟ ବୋଲର ଜାହିର ଖାନଙ୍କୁ ଅତିକ୍ରମ କରିଛନ୍ତି। ୨୦୧୧ ବିଶ୍ୱକପରେ ଜାହିର ଖାନ ୨୧ଟି ୱିକେଟ ନେଇଥିଲେ। ଅନ୍ୟପକ୍ଷରେ ଚଳିତ ବିଶ୍ୱକପ୍‌ରେ ଶାମିଙ୍କ ୱିକେଟ୍ ସଂଖା ୨୩ରେ ପହଞ୍ଚିଛି।

ଦିନିକିଆ କ୍ରିକେଟ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମହମ୍ମଦ ଶାମିଙ୍କ ବୋଲିଂ ଫିଗର ନୂଆ ରେକର୍ଡ ସୃଷ୍ଟି କରିଛି। ସେ ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୯.୫ ଓଭରରେ ୫୭ ରନ୍‌ ଦେଇ ୭ ୱିକେଟ୍ ନେଇଥିଲେ। ଏହା ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ସୋଏବ ଅଖତରଙ୍କ ନାଁରେ ଥିଲା। ୨୦୦୨ ମସିହା ଏପ୍ରିଲ ମାସରେ କରାଚିରେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୯ ଓଭରରେ ୧୬ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ତା’ ମଧ୍ୟରେ ଗୋଟିଏ ମେଡେନ୍ ଓଭର ଥିଲା।

ଗ୍ଲେନ୍ ମ୍ୟାକ୍‌ଗ୍ରାଥ, ଆଣ୍ଡି ବିକେଲ, ଟିମ୍ ସାଉଦି ଓ ୱିନ୍‌ସନ୍ ଡାଭିସଙ୍କ ପରେ ଶାମି ହେଉଛନ୍ତି ପଞ୍ଚମ ବୋଲର ଯିଏ ବିଶ୍ୱକପ୍ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ୭ଟି ୱିକେଟ୍ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story