Advertisment

ବିବାଦ ସୃଷ୍ଟି କରୁଥିବା ପାକ୍‌ର ପୂର୍ବତନ କ୍ରିକେଟରଙ୍କୁ ଶାମିଙ୍କ ଚେତାବନୀ, କହିଲେ- ସୁଧୁରି ଯାଅ

ରବିବାର ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ଶାମି ନିଜର ଜଲୱା ଦେଖାଇଥିଲେ। ସେ ୭ ମ୍ୟାଚ୍‌ରେ ୨୪ ୱିକେଟ ନେଇଥିଲେ।

Shami

Shami

Advertisment

ବିଶ୍ୱକପ ବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କୁ ଚେତାବନୀ ଦେଇଛନ୍ତି ଭାରତର ସ୍ପିଡଷ୍ଟର ମହମ୍ମଦ ଶାମି। ଭାରତୀୟ କ୍ରିକେଟର ଓ ବିସିସିଆଇକୁ ବିଶ୍ୱକପ ବେଳେ ପାକିସ୍ତାନର କିଛି ପୂର୍ବତନ କ୍ରିକେଟର ବେଶ ସମାଲୋଚନା କରିଥିଲେ। ଏବେ ସେମାନଙ୍କୁ ଶାମି କଡ଼ା ଜବାବ ଦେଇଛନ୍ତି।

Advertisment

ରବିବାର ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ଶାମି ନିଜର ଜଲୱା ଦେଖାଇଥିଲେ। ସେ ୭ ମ୍ୟାଚ୍‌ରେ ୨୪ ୱିକେଟ ନେଇଥିଲେ। ଭାରତର ପ୍ରଥମ ୪ ବିଶ୍ୱକପ ମ୍ୟାଚ୍‌ରେ ଶାମି ବେଞ୍ଚରେ ବସିଥିଲେ। କିନ୍ତୁ ବାଂଲାଦେଶ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାରୁ ଶାମିଙ୍କୁ ନ୍ୟୁଜିଲ୍ୟାଣ୍ଡ ମ୍ୟାଚରୁ ସୁଯୋଗ ମିଳିଥିଲା। ଏହାପରେ ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ଦଖଲକାରୀ ବୋଲରର ମାନ୍ୟତା ପାଇ ବିଶ୍ୱକପ ଅଭିଯାନ ଶେଷ କରିଛନ୍ତି।

ଶାମି ୭ ମ୍ୟାଚ୍‌ରୁ ୩ ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି। ସେ ଦ୍ରୁତତମ ବୋଲରମାନେ ବିଶ୍ୱକପରେ ୫୦ ୱିକେଟ ଦଖଲ କରିବାର ରେକର୍ଡ ମଧ୍ୟ କରିଛନ୍ତି। ତେବେ ଫାଇନାଲରେ ଶାମି ତାଙ୍କ ଜଲୱା ଦେଖାଇ ପାରି ନଥିଲେ। ଫାଇନାଲରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା।

Advertisment

ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାରିବା ଶାମିଙ୍କୁ ଯେତିକି କଷ୍ଟ ଦେଇ ନାହିଁ, ତା’ ଠାରୁ ଅଧିକ ଯନ୍ତ୍ରଣା ସେ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ଦେଇଥିବା ଅଜବ ବୟାନରୁ ପାଇଛନ୍ତି। ବିଶେଷ କରି ପାକିସ୍ତାନର ପୂର୍ବତନ ବ୍ୟାଟର ହାସନ ରାଜାଙ୍କ ବୟାନ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଥିଲା। ଭାରତୀୟ ବୋଲରମାନେ କମାଲ କରୁଥିବାରୁ ହାସନ ରାଜା ଅଜବ କଥା କହିଥିଲେ। ଭାରତୀୟ ବୋଲରଙ୍କୁ ଭିନ୍ନ ଏକ ବଲ ଦିଆଯାଉଥିବା ସେ ଦାବି କରିଥିଲେ।

ଏହା ଉପରେ ଶାମି କହିଛନ୍ତି, “ବିଶ୍ୱକପ ଆରମ୍ଭରୁ ମୁଁ ଖେଳୁ ନଥିଲି। ଯେତେବେଳେ ମୁଁ ଖେଳିଳି ସେତେବେଳେ ପ୍ରଥମେ ୫ ୱିକେଟ, ପରେ ୪ ୱିକେଟ ଓ ପରବର୍ତ୍ତୀ ମ୍ୟାଚ୍‌ରେ ୫ ୱିକେଟ ପାଇଲି। କିଛି ପାକିସ୍ତାନ ଖେଳାଳି ଏହାକୁ ହଜମ କରିପାରୁ ନଥିଲେ। ମୁଁ ଏଥିରେ କ’ଣ କରିପାରିବି?

ମୋତେ କେବେ ହେଲେ କାହା ପ୍ରଦର୍ଶନରେ ଈର୍ଷା ହୁଏ ନାହିଁ। ଅନ୍ୟମାନଙ୍କ ସଫଳତାକୁ ଯେତେବେଳେ ଆପଣ ଉପଭୋଗ କରିବେ ସେତେବେଳେ ହିଁ ଆପଣ ଜଣେ ଭଲ ଖେଳାଳି ହୋଇପାରିବେ। କିଛି ପାକିସ୍ତାନ ଖେଳାଳି ଭାବି ନେଇଛନ୍ତି ଯେ ସେମାନଙ୍କ ଠାରୁ କେହି ଭଲ ନାହାନ୍ତି। ସେମାନେ ହିଁ ଶ୍ରେଷ୍ଠ। କିନ୍ତୁ ଶ୍ରେଷ୍ଠ ସିଏ ଯିଏ ଠିକଣା ସମୟରେ ଭଲ ପ୍ରଦର୍ଶନ କରେ। କିନ୍ତୁ ଆପଣମାନେ କେବଳ ଭଲ ପ୍ରଦର୍ଶନରୁ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଥିପାଇଁ ଭାରତୀୟ ବୋଲର ଭିନ୍ନ ରଙ୍ଗ ଓ ଭିନ୍ନ କମ୍ପାନୀର ବଲ ପାଉଥିବା କହୁଛନ୍ତି। ଏସବୁ ଛାଡ଼ନ୍ତୁ। ସୁଧୁରି ଯାଅ ବନ୍ଧୁ।”

ହାସନ ରାଜାଙ୍କ ‘ଭିନ୍ନ ବଲ୍‌’ ବୟାନକୁ ପାକିସ୍ତାନର କିମ୍ବଦନ୍ତୀ ଦ୍ରୁତ ବୋଲର ୱାସିମ ଆକ୍ରମ ମଧ୍ୟ ସମାଲୋଚନା କରିଥିଲେ। ଏଥିସହ ବଲ ଦୁଇ ଅମ୍ପାୟର ଉଭୟ ଦଳ ସହ ଆଲୋଚନା କରି କେମିତି ଚୟନ କରନ୍ତି ବୋଲି ସେକଥା ଆକ୍ରମ ଭଲ ଭାବେ ସମସ୍ତଙ୍କୁ ବୁଝାଇ ଦେଇଥିଲେ। ଏହା ଉପରେ ଶାମି କହିଛନ୍ତି, “ୱାସିମ(ଆକ୍ରମ) ଭାଇ ସମାନ କଥା ଗୋଟିଏ ଇଣ୍ଟରଭ୍ୟୁରେ କହିଥିଲେ। ସମାନ ପ୍ରକ୍ରିୟାରେ ହିଁ ବଲ ଚୟନ ହୋଇଥାଏ। 

ଯଦି ଜଣେ ଖେଳାଳି ଏପରି କଥା କହିଥାଆନ୍ତେ(ଭିନ୍ନ ବଲ ବୟାନ) ତା’ହେଲେ ସେକଥା ମୁଁ ବୁଝି ପାରିଥାଆନ୍ତି। କିନ୍ତୁ ବୟାନ ଦେଇଥିବା ବ୍ୟକ୍ତି ଜଣଙ୍କ ପୂର୍ବତନ ଖେଳାଳି। ଏକଥା ଶୁଣି ଲୋକମାନେ ହସିବା ଛଡ଼ା ଆଉ କିଛି ବୋଧେ ଭାବୁ ନଥିବେ।”

Pakistan CWC 2023 Mohammed Shami CWC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe