Advertisment

ଶାମି ଓ ସିରାଜଙ୍କ ସୁଇଂରେ ଶ୍ରୀଲଙ୍କା ୫୫ରେ ଅଲଆଉଟ୍‌, ଭାରତକୁ ସେମି ଟିକେଟ୍‌

ଶାମି ଓ ସିରାଜଙ୍କ ସୁଇଂରେ ଶ୍ରୀଲଙ୍କା ଛିନଛତ୍ର, ଭାରତକୁ ସେମି ଟିକେଟ୍‌

SL

SL

Advertisment

ଅପରାଜେୟ ଟିମ ଇଣ୍ଡିଆ। ୭ ମ୍ୟାଚ୍‌ରୁ ୭ ବିଜୟ ସହ ଚଳିତ ବିଶ୍ୱକପ ପ୍ରଥମ ଟିମ ଭାବେ ଭାରତ ବିଧିବଦ୍ଧ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଆଜି ବିଶ୍ୱକପରେ ନିଜର ୭ମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କାକୁ ଏକତରଫା ଭାବେ ୩୦୨ ରନରେ ପରାସ୍ତ କରିଛି। ମହମ୍ମଦ ଶାମି ୫ ୱିକେଟ ନେଇ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତଛନ୍ତି। 

Advertisment

ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୩୫୭ ରନ କରିଥିଲା। ଶ୍ରୀଲଙ୍କା ୩୫୮ ରନର ଟାର୍ଗେଟ ପାଇଥିବା ବେଳେ ଦଳ ୧୯.୪ ଓଭର୍‌ରେ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି। ବିଶ୍ୱକପ ଇତିହାସରେ ଏହା ଦ୍ୱିତୀୟ ସର୍ବବୃହତ୍ତ ବିଜୟ। 

ଆଜିର ବୃହତ୍ତ ବିଜୟ ପରେ ଭାରତ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ସେହିପରି ଶ୍ରୀଲଙ୍କା ୭ମ ମ୍ୟାଚ୍‌ରୁ ୫ ପରାଜୟ ସହ ସେମି ଫାଇନାଲ ଦୌଡ଼ରୁ ଏକପ୍ରକାରର ବାଦ ପଡ଼ିଛି।

Advertisment

ଆଜିର ମ୍ୟାଚ୍‌ରେ ମହମ୍ମଦ ଶାମି ପୁଣିଥରେ ୫ ୱିକେଟ ନେଇଛନ୍ତି। ଚଳିତ ବିଶ୍ୱକପରେ ସେ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ୧୪ ୱିକେଟ ନେଇ ନିଜର ଜଲୱା ଦେଖାଇଛନ୍ତି। ସେହିପରି ଶାମି ଭାରତ ପାଇଁ ବିଶ୍ୱକପରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ମଧ୍ୟ ବନି ଯାଇଛନ୍ତି। ପୂର୍ବରୁ ୪୪ ୱିକେଟ ସହ ଜହିର ଖାନ ଓ ଜବାଗଲ ଶ୍ରୀନାଥ ମିଳିତ ଭାବେ ୧ନଂ ସ୍ଥାନରେ ରହିଥିଲେ। କିନ୍ତୁ ଏବେ ୪୫ ୱିକେଟ ସହ ଶାମି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ଶାମିଙ୍କ ବ୍ୟତୀତ ଆଜି ମହମ୍ମଦ ସିରାଜ ମଧ୍ୟ କମାଲ କରିଛନ୍ତି। ସେ ଶ୍ରୀଲଙ୍କାର ଟପ୍‌ ଅର୍ଡରର ୩ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe