ଘାଇଲା କଲେ ଶାମି, ଟିମ୍ ଇଣ୍ଡିଆକୁ ବଡ଼ ଲିଡ୍

ସେଞ୍ଚୁରିଅନ୍: ସେଞ୍ଚୁରିଅନ୍ ଟେଷ୍ଟରେ ଭାରତକୁ ମିଳିଛି ବଡ଼ ଲିଗ୍। ଜବରଦସ୍ତ ବ୍ୟାଟିଂ ପରେ ଆକର୍ଷଣୀୟ ବୋଲିଂ ବଳରେ ଭାରତୀୟ ଟିମ୍ ଘରୋଇ ଦଳକୁ ପ୍ରଥମ ଇନିଂସରେ ୧୯୭ ରନରେ ଅଲଆଉଟ୍ କରିଦେଇଛି। ଏଥିସହ ଭାରତ ୧୩୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୩୨୭ ରନ୍ କରିଥିବା ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୧ ୱିକେଟ୍ ହରାଇ ୧୬ ରନ୍ କରିଛି। ଫଳରେ ଭାରତ ମୋଟ ୧୪୬ ରନର […]

shami1

shami1

Ranjit Kumar Jena
  • Published: Tuesday, 28 December 2021
  • Updated: 28 December 2021, 10:06 PM IST

Sports

Latest News

ସେଞ୍ଚୁରିଅନ୍: ସେଞ୍ଚୁରିଅନ୍ ଟେଷ୍ଟରେ ଭାରତକୁ ମିଳିଛି ବଡ଼ ଲିଗ୍। ଜବରଦସ୍ତ ବ୍ୟାଟିଂ ପରେ ଆକର୍ଷଣୀୟ ବୋଲିଂ ବଳରେ ଭାରତୀୟ ଟିମ୍ ଘରୋଇ ଦଳକୁ ପ୍ରଥମ ଇନିଂସରେ ୧୯୭ ରନରେ ଅଲଆଉଟ୍ କରିଦେଇଛି। ଏଥିସହ ଭାରତ ୧୩୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୩୨୭ ରନ୍ କରିଥିବା ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୧ ୱିକେଟ୍ ହରାଇ ୧୬ ରନ୍ କରିଛି। ଫଳରେ ଭାରତ ମୋଟ ୧୪୬ ରନର ଅଗ୍ରଣୀ ସହ ମଜଭୁତ୍ ସ୍ଥିତିରେ ରହିଛି।

ପ୍ରଥମ ଇନିଂସରେ ଶତକ ମାରିଥିବା ଲୋକେଶ ରାହୁଲ୍ ୫ ଓ ନାଇଟ୍ ୱାଚମ୍ୟାଚ୍ ଭାବେ ଆସିଥିବା ଶାର୍ଦ୍ଦୁଲ ଠାକୁର ୪ ରନ୍ କରି ଅପରାଜିତ ରହିଛନ୍ତି। ମୟଙ୍କ ଅଗ୍ରୱାଲ୍ ୪ ରନ୍ କରି ଆଉଟ୍ ହୋଇଛନ୍ତି। ତାଙ୍କୁ ମାର୍କୋ ଜାନସେନ୍ ପ୍ୟାଭିଲିୟନ୍ ପଠାଇଛନ୍ତି।

Temba Bavuma celebrates his fifty, South Africa vs India, 1st Test, Centurion, 3rd day, December 28, 2021

ଭାରତର ୩୨୭ ରନ୍ ଜବାବରେ ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ତେବେ ମିଡଲ୍ ଅର୍ଡରରେ ଅଭିଜ୍ଞ ତେମ୍ବା ବାଭୁମାଙ୍କ ଅର୍ଦ୍ଧଶତକ ବଳରେ ଦଳ ସମ୍ମାନଜନକ ସ୍କୋରରେ ପହଞ୍ଚିପାରିଥିଲା। ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଯଶପ୍ରୀତ ବୁମ୍ରା। ଦକ୍ଷିଣ ଆଫ୍ରିକାର ଇନିଂସର ପଞ୍ଚମ ବଲରେ କ୍ୟାପଟେନ୍ ଡିନ୍ ଏଲଗାର (୧)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ବୁମ୍ରା। ଅନ୍ୟତମ ଓପ୍ନର ଏଡେନ୍ ମାର୍କରମ (୧୩) ଓ କୀଗାନ ପିଟରନସ୍ (୧୫)ଙ୍କୁ ଶାମି ଆଉଟ୍ କରିଥିଲେ। ରାସି ଭାନ୍ ଡର୍ ଡୁସେନ୍ (୩)ଙ୍କୁ ମହମ୍ମଦ ସିରାଜ ନିଜର ଶିକାର ବନାଇଥିଲେ। ଏହିପରି ଭାବେ ଦକ୍ଷିଣ ଆଫ୍ରିକା ୩୨ ରନ୍ ଭିତରେ ଟପ୍ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିଲା।

https://twitter.com/BCCI/status/1475861122158718980?s=20

ଏହି ସମୟରେ ବାଭୁମା ଓ କ୍ୱିଣ୍ଟନ୍ ଡି କକ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ପଞ୍ଚମ ୱିକେଟ ପାଇଁ ୭୨ ରନର ଲଢ଼ୁଆ ପାର୍ଟନରଶିପ୍ କରିଥିଲେ। ସେଟ୍ ହୋଇସାରିଥିବା ଡି କକ୍ (୩୪)ଙ୍କୁ ଆଉଟ୍ କରି ଶାର୍ଦ୍ଦୁଲ ଦକ୍ଷିଣ ଆଫ୍ରିକାକୁ ପୁଣିଥରେ ବ୍ୟାକଫୁଟକୁ ଠେଲିଦେଇଥିଲେ। ଡି’କକଙ୍କ ସ୍ଥାନରେ ଆସିଥିବା ୱିଆନ୍ ମୁଲ୍ଡର (୧୨) ନିରାଶ କରିଥିଲେ। ତେବେ ବାଭୁମାଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଶେଷକ୍ରମରେ ଜାନସେନ୍ (୧୯) ଓ କାଗିସୋ ରବାଡା (୨୫)ଙ୍କ ମୂଲ୍ୟବାନ୍ ଯୋଗଦାନ ବଳରେ ଦକ୍ଷିଣ ଆଫ୍ରିକାର ସ୍କୋର ୧୯୭ ରନରେ ପହଞ୍ଚିଥିଲା। ବାଭୁମା ୧୦୩ ବଲରେ ୧୦ ଚୌକା ସହ ସର୍ବାଧିକ ୫୨ ରନ୍ କରିଥିଲେ। କେଶବ ମହାରାଜ ୧୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଲୁଙ୍ଗି ଏନଗିଡି କୌଣସି ରନ୍ ନକରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଶାମି ୪୪ ରନ୍ ଦେଇ ୫ଟି, ବୁମ୍ରା ଓ ଶାର୍ଦ୍ଦୁଲ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Jasprit Bumrah dismissed Dean Elgar in his very first over, South Africa vs India, 1st Test, Centurion, 3rd day, December 28, 2021

ଏହା ପୂର୍ବରୁ ପ୍ରଥମ ଦିବସରେ ଜବରଦସ୍ତ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆର ବ୍ୟାଟିଂ ସକାଳେ ପୂରା କୋଲାପ୍ସ କରିଥିଲା। ଲୁଙ୍ଗି ଏନଗିଡି ଓ କାଗିସୋ ରବାଡାଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ୩୨୭ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା। ହେଲେ ଆଜି ୫୫ ରନରେ ଭାରତ ତା’ର ଶେଷ ୭ ୱିକେଟ୍ ହରାଇଥିଲା। ଭାରତ ପକ୍ଷରୁ ଲୋକେଶ ରାହୁଲ୍ ୧୨୩ ଓ ଅଜିଙ୍କ୍ୟ ରାହାଣେ ୪୮ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ଏନଗିଡି ୬ଟି ଓ ରବାଡା ୩ଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story