Advertisment

Mohammed Shami: ସିଧା ଭାରତୀୟ ଟିମ ମ୍ୟାନେଜମେଣ୍ଟକୁ ଟାର୍ଗେଟ କଲେ ମହମ୍ମଦ ଶାମି

ଫିଟନେସ ଯୋଗୁ ତାଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବା ବିସିସିଆଇ କହୁଛି। ଖାସ ଏଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରୁ ମଧ୍ୟ ତାଙ୍କୁ ବାଦ ଦିଆଯାଇଛି। କିନ୍ତୁ ଫିଟନେସ କାରଣକୁ ନେଇ ଶାମି ସିଧା ଭାରତୀୟ ଟିମ ମ୍ୟାନେଜମେଣ୍ଟକୁ ଟାର୍ଗେଟ କରିଛନ୍ତି।

Shami

ମହମ୍ମଦ ଶାମି (ଫାଇଲ ଫଟୋ)

Advertisment

ବାରମ୍ବାର ଜାତୀୟ ଟିମରୁ ବାହାରେ ରହି ଆସୁଥିବା ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି ଏଥର ନିଜର ଧୈର୍ଯ୍ୟ ହରାଇଛନ୍ତି। ତାଙ୍କୁ ଭାରତୀୟ ଟିମରେ ଚୟନ କରାଯାଉ ନଥିବାରୁ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଫିଟନେସ ଯୋଗୁ ତାଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବା ବିସିସିଆଇ କହୁଛି। ଖାସ ଏଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରୁ ମଧ୍ୟ ତାଙ୍କୁ ବାଦ ଦିଆଯାଇଛି। କିନ୍ତୁ ଫିଟନେସ କାରଣକୁ ନେଇ ଶାମି ସିଧା ଭାରତୀୟ ଟିମ ମ୍ୟାନେଜମେଣ୍ଟକୁ ଟାର୍ଗେଟ କରିଛନ୍ତି।

ଶାମିଙ୍କ ଫିଟନେସ ସମସ୍ୟା ରହିଥିବା ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଟିମ ଘୋଷଣ ବେଳେ କହି ଆସୁଛନ୍ତି। କିନ୍ତୁ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ଶାମି। ସେ ସୀମିତ ଓଭର କ୍ରିକେଟରେ ସ୍ଥାନ ପାଉ ନଥିଲେ ହେଁ ଏଥିପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି।

Advertisment

ମ୍ୟାନଜେମେଣ୍ଟର ଯୋଗାଯୋଗରେ ସମସ୍ୟା ରହିଛି। ଏଥିରେ ତାଙ୍କର କିଛି ଭୁଲ ନାହିଁ। ଯଦି ସେ ୪ ଦିନିଆ ରଣଜୀ ଟ୍ରଫି ଖେଳିବାକୁ ଫିଟ ଅଛନ୍ତି, ତା’ହେଲେ ୫୦ ଓଭର କ୍ରିକେଟ ଖେଳିବାକୁ ମଧ୍ୟ ଫିଟ ବୋଲି ଶାମି ମତ ରଖିଛନ୍ତି। 

ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ବାଦ ପଡ଼ିଥିବା ଶାମିଙ୍କ ନାଁ ୨୦୨୫-୨୬ ରଣଜୀ ଟ୍ରଫି ପାଇଁ ଘୋଷଣା ହୋଇଥିବା ବେଙ୍ଗଲ ଦଳରେ ରହିଛନ୍ତି। ବେଙ୍ଗଲର ନେତୃତ୍ୱ ଅଭିମନ୍ୟୁ ଈଶ୍ୱରନ ନେବେ। ଶାମି ବେଙ୍ଗଲ ପାଇଁ ଖେଳିବେ। ‌ଆସନ୍ତାକାଲି ଠାରୁ ରଣଜୀ ମ୍ୟାଚ ଆରମ୍ଭ ହେଉଥିବା ବେଳେ ଶାମି ଆଜି ବଡ଼ ବୟାନ ଦେଇଛନ୍ତି। 
ସେ କହିଛନ୍ତି, “ଭାରତୀୟ ଟିମ ମ୍ୟାନେଜମେଣ୍ଟ ମୋ ସହ ଫିଟନେସକୁ ନେଇ କୌଣସି ପ୍ରକାରର ଯୋଗାଯୋଗ କରିନାହିଁ। ମୁଁ ସେମାନଙ୍କ ମଧ୍ୟରୁ ଜଣେ ନୁହେଁ ଯେ ଯିଏ ନିଜର ଫିଟନେସ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବ। ସେମାନଙ୍କୁ ଏନେଇ ମୋତେ ପଚାରିବାକୁ ପଡ଼ିବ।

ଯଦି ମୁଁ ୪ ଦିନିଆ ରଣଜୀ ଟ୍ରଫି ମ୍ୟାଚ୍‌ଗୁଡ଼ିକ ଖେଳି ପାରିବି, ତା’ହେଲେ କାହିଁକି ୫୦ ଓଭର ମ୍ୟାଚ୍‌ ଖେଳିପାରିବି ନାହିଁ? ଯଦି ମୁଁ ଫିଟ ନୁହେଁ, ତା’ହେଲେ ମୁଁ ଏନସିଏରେ ରହିବା କଥା। ଏଠାରେ ରଣଜୀ ଟ୍ରଫି(Cricket) ଖେଳିବା କଥା ନୁହେଁ।” 

ଶାମି(Mohammed Shami) ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଶେଷଥର ପାଇଁ ଭାରତ ପାଇଁ ଖେଳିଥିଲେ। ଏହା ପରଠାରୁ ଫିଟନେସ ସମସ୍ୟା ପାଇଁ ତାଙ୍କୁ ବାରମ୍ବାର ଜାତୀୟ ଦଳରୁ ବାହାରେ ରଖାଯାଇଛି। 

Cricket Mohammed Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe