Advertisment

ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳୁ ଥିବା ଶାମି ପ୍ରଥମ ବଲରେ ନେଲେ ୱିକେଟ୍‌

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାରୁ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି।

Shami

Shami

Advertisment

ଚଳିତ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଟିମ ଇଣ୍ଡିଆର ସ୍ପିଡଷ୍ଟର ମହମ୍ମଦ ଶାମି ପ୍ରଥମ ବଲରେ ହିଁ ୱିକେଟ ଦଖଲ କରିଛନ୍ତି। ସେ ନିଜର ପ୍ରଥମ ବଲରେ ନ୍ୟୁଜିଲ୍ୟାଣ୍ଡର ଯୁବ ଓପନର ୱିଲ ୟଙ୍ଗ(୧୭)ଙ୍କୁ କ୍ଲିନବୋଲ୍ଡ କରିଛନ୍ତି। ନିଜର ଟ୍ରେଡ ମାର୍କ ଲେନ୍ଥ ବଲ ମାଧ୍ୟମରେ ସଫଳତା ପାଇଛନ୍ତି। ଶାମିଙ୍କ ପୂର୍ବରୁ ମହମ୍ମଦ ସିରାଜ ନ୍ୟୁଜିଲ୍ୟାଣ୍ଡର ଅନ୍ୟତମ ଓପନର ଡେଭନ କନୱେଙ୍କ ୱିକେଟ ନେଇଥିଲେ।

Advertisment

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାରୁ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଶାମି ଓ ହାର୍ଦ୍ଦିକଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଖେଳୁଛନ୍ତି। ଚଳିତ ବିଶ୍ୱକପରେ ଶାମି ଓ ସୂର୍ଯ୍ୟ କୁମାର ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଛନ୍ତି।

ଧର୍ମଶାଲାରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଯାଏ ଭାରତୀୟ ବୋଲରମାନେ ସଠିକ ସାବ୍ୟସ୍ତ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଇନିଂସର ୪ର୍ଥ ଓଭର୍‌ରେ ସିରାଜ ପ୍ରଥମେ କନୱେଙ୍କୁ ଆଉଟ କରିଥିଲେ। ସେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ୧୦ମ ଓଭର୍‌ରେ ରୋହିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଶାମିଙ୍କୁ ବଲ ଦେଇଥିଲେ। ସେ ପ୍ରଥମ ବଲରେ ହିଁ ୟଙ୍ଗଙ୍କୁ ଆଉଟ କରି ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ।

Advertisment

୧୧ତମ ଓଭର ବେଶ ଘଟଣା ବହୁଳ ଥିଲା। ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଫିଲ୍ଡର ରବୀନ୍ଦ୍ର ଜାଡେଜା ପଏଣ୍ଟ ଅଞ୍ଚଳରେ ରଚିନ ରବୀନ୍ଦ୍ରଙ୍କ ଅତ୍ୟନ୍ତ ସହଜ କ୍ୟାଚ୍‌କୁ ହାତ ଛଡ଼ା କରିଥିଲେ। ଶାମିଙ୍କ ବଲରେ ଜାଡେଜା କ୍ୟାଚ୍‌ ଛାଡ଼ିଛନ୍ତି। ରଚିନ ଏହି ସମୟରେ ମାତ୍ର ୧୨ ରନ କରିଥିଲେ। ଗତ ମ୍ୟାଚରେ ଜାଡେଜାଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ ମିଳିଥିବା ବେଳେ ସେ ଆଜି କ୍ୟାଚ୍‌ ଛାଡ଼ିବା ସମସ୍ତଙ୍କୁ ନିରାଶ କରିଛି।

ରିପୋର୍ଟ ଲେଖା ହେବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୧୪ ଓଭର୍‌ରେ ୨ ୱିକେଟ ହରାଇ ୫୬ ରନ କରିଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup India Vs New Zealand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe