Advertisment

ଶାମି ପୂରା ଫିଟ୍‌, ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳିବେ!

ଆହତ ସମସ୍ୟା କାରଣରୁ ଶାମି ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ।

shami

shami

Advertisment

ଭାରତୀୟ ଟିମର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଖେଳିବେ। ଟେଷ୍ଟ ସିରିଜର ଶେଷ ଦୁଇ ମ୍ୟାଚ୍‌ ସେ ନଜର ଆସି ପାରନ୍ତି। ତାଙ୍କ ଖେଳ କିଟ୍‌କୁ ଏବେ ଠାରୁ ହିଁ ଅଷ୍ଟ୍ରେଲିଆ ପଠାଯାଇ ସାରିଲାଣି।

Advertisment

ଆହତ ସମସ୍ୟା କାରଣରୁ ଶାମି ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ। ପ୍ରଥମେ ସେ ରଣଜୀ ଟ୍ରଫି ଓ ଏବେ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳୁଛନ୍ତି। ସେ ‌ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ପୂରା ଫିଟ ହୋଇ ସାରିଛନ୍ତି।

ଏବେ କେବଳ ନ୍ୟାଶନାଲ କ୍ରିକେଟ ଏକାଡେମୀ ବା ଏନସିଏ ମେଡିକାଲ ଟିମ ପକ୍ଷରୁ ତାଙ୍କୁ ଫିଟନେସ ପ୍ରମାଣପତ୍ର ମିଳିବାର ବାକି ରହିଛି। ଏହା କେବଳ ଗୋଟିଏ ଔପଚାରିକ। ଏହି ଔପଚାରିକ ପରେ ଶାମି ଅଷ୍ଟ୍ରେଲିଆ ଗସ୍ତ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ବ୍ରିସବେନରେ ଭାରତ ଓ ଅଷ୍ଟ୍ରେଲିଆ ଡିସେମ୍ବର ୧୪ରୁ ମ୍ୟାଚ୍‌ ଖେଳିବେ। ସମ୍ଭବତଃ ଏହି ମ୍ୟାଚ୍‌ରେ ଶାମି ସାମିଲ ହୋଇ ନ ପାରନ୍ତି। କିନ୍ତୁ ଡିସେମ୍ବର ୨୬ରୁ ମେଲବର୍ଣ୍ଣରେ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ ଟେଷ୍ଟ ବେଳକୁ ସେ ଟିମ ଇଣ୍ଡିଆରେ ଯୋଗ ଦେଇ ସାରିଥିଲବେ। ତାଙ୍କୁ ଏନସିଏ ପକ୍ଷରୁ ଖୁବଶୀଘ୍ର ଫିଟନେସ ପ୍ରମାଣପତ୍ର ମିଳିବାକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଏହି ସୂତ୍ରରେ କୁହାଯାଇଛି ଯେ ଶାମିଙ୍କ ଭାରତୀୟ କିଟ ଏବେ ଠାରୁ ହିଁ ଅଷ୍ଟ୍ରେଲିଆକୁ ପଠାଯାଇ ସାରିଲାଣି। ସେ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିବା ଶେଷ କରିବେ ଓ ଅଷ୍ଟ୍ରେଲିଆ ଗସ୍ତ କରିବେ।

୩୪ ବର୍ଷୀୟ ଶାମି ଭାରତ ପାଇଁ ଶେଷଥର ୨୦୨୩ ଦିନିକିଆ ବିଶ୍ୱକପରେ ନଜର ଆସିଥିଲେ। ଏହାପରେ ଗୋଇଠି ସର୍ଜରୀ ପାଇଁ ସେ ଟିମ ଇଣ୍ଡିଆରୁ ବାହାରେ ରହିଥିଲେ। ନିକଟରେ ଶେଷ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ଶାମି କମବ୍ୟାକ କରିବାର ଥିଲା। କିନ୍ତୁ ଆଣ୍ଠୁରେ ପୁଣି ଫୁଲା ଦେଖାଯିବାରୁ ତାଙ୍କ ଫେରିବା ବିଳମ୍ବ ହୋଇଥିଲା।

ବେଙ୍ଗାଲୁରୁରେ ସୟଦ ମୁସ୍ତାକ ଅଲୀ ଟ୍ରଫିର ନକଆଉଟ ମ୍ୟାଚ ଚାଲିଛି। ଏହି ସମୟରେ ଏନସିଏ ମେଡିକାଲ ଟିମ ମୁଖ୍ୟ ଡାକ୍ତର ନୀତୀନ ପଟେଲ ଓ ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଂ ଟ୍ରେନର ନିଶାନ୍ତ ବୋରଡୋଲୋଇ ବେଙ୍ଗଲର ମ୍ୟାଚ୍‌ ପରେ ଶାମିଙ୍କ ଫିଟନେସର ଆକଳନ କରିବେ। ଏହାପରେ ତାଙ୍କୁ ଫିଟ ରହିଥିବାର ପ୍ରମାଣପତ୍ର ମିଳିବ।

ଶାମି ବେଙ୍ଗଲ ପାଇଁ ଚଣ୍ଡିଗଡ଼ ବିପକ୍ଷରେ ପ୍ରି-କ୍ୱାର୍ଟର ଫାଇନାଲ ଖେଳିବାର ଅଛି। ଆସନ୍ତାକାଲି ସେ ବେଙ୍ଗାଲୁରୁ ଠାରେ ଦଳରେ ଯୋଗଦେବେ। ଯଦି ବେଙ୍ଗଲ କ୍ୱାର୍ଟର ଫାଇନାଲ ଓ ସେମି ଫାଇନାଲକୁ ଯାଉଛି, ତା’ହେଲେ ମଧ୍ୟ ଶାମି ଖେଳିବେ। ଶାମି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଟେଷ୍ଟ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଙ୍ଗଲର ମୁଖ୍ୟ କୋଚ ଲକ୍ଷ୍ମୀ ରତନ ଶୁକ୍ଳା କହିଛନ୍ତି।

Mohammed Shami Test Cricket Test Match Border Gavaskat Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe