Advertisment

ବାବାଙ୍କ ଜୟ ହେଉ! କାହିଁକି ସଞ୍ଜୟ ମଞ୍ଜରେକରଙ୍କୁ ଏମିତି କହି ଧୋଇଲେ ଶାମି?

ଆଇପିଏଲ ଅକ୍ସନରେ ଶାମିଙ୍କ ମୂଲ୍ୟ ହ୍ରାସ ପାଇବ ବୋଲି ମଞ୍ଜରେକର ଆକଳନ କରିଥିଲେ।

ଅଦ୍ୟତନ ହୋଇଛି
shami

shami

Advertisment

ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ଶାମି ଆଜି ସୋଶାଲ ମିଡିଆରେ ପୂର୍ବତନ କ୍ରିକେଟର ତଥା ଭାଷ୍ୟକର ସଞ୍ଜୟ ମଞ୍ଜରେକରଙ୍କୁ ଭୟଙ୍କର ଢଙ୍ଗରେ କଟାକ୍ଷ କରିଛନ୍ତି। ଆଇପିଏଲ ଅକ୍ସନରେ ଶାମିଙ୍କ ମୂଲ୍ୟ ହ୍ରାସ ପାଇବ ବୋଲି ମଞ୍ଜରେକର ଆକଳନ କରିଥିଲେ।

Advertisment

ମଞ୍ଜରେକରଙ୍କ କହିବା କଥା ଯେ ଶାମି ବାରମ୍ବାର ଆହତ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କୁ କିଣିବା ପୂର୍ବରୁ ଫ୍ରାଞ୍ଚାଇଜମାନେ ଅନେକ କିଛି ଚିନ୍ତା କରିବେ। ଏହାଦ୍ୱାରା ତାଙ୍କ ଆଇପିଏଲ ରାଶି ମଧ୍ୟ ହ୍ରାସ ପାଇପାରେ।

ଏହାର ଭିଡିଓ ଭାଇରାଲ ହେବା ପରେ ଶାମି ଏହାର ଜୋରଦାର ଜବାବ ଦେଇଛନ୍ତି। ସେ କହିଛନ୍ତି, “ବାବାଜୀଙ୍କ ଜୟ ହେଉ। କିଛି ଜ୍ଞାନ ନିଜର ଭବିଷ୍ୟତ ପାଇଁ ମଧ୍ୟ ବଞ୍ଚାଇ ରଖନ୍ତୁ। ଏହା କାମରେ ଆସିବ ସଞ୍ଜୟ ଜୀ। କାହାକୁ ଯଦି ଭବିଷ୍ୟତକୁ ଯିବାର ଅଛି, ତା’ହେଲେ ସାର୍‌ଙ୍କୁ ଦେଖା କରନ୍ତୁ।” ସେ ନିଜର ବୋଲିଂ ସହ ସଞ୍ଜୟ ମଞ୍ଜରେକରଙ୍କ ଫଟୋକୁ ମଧ୍ୟ ପୋଷ୍ଟ କରିଛନ୍ତି।

Advertisment

ଦିନିକିଆ ବିଶ୍ୱକପ ଫାଇନାଲ ପର ଠାରୁ ଶାମି ଆହତ ସମସ୍ୟା ଦେଇ ଗତି କରୁଥିଲେ। ଦୀର୍ଘ ୩୬୦ ଦିନ ପରେ ସେ ବେଙ୍ଗଲ ପକ୍ଷରୁ ରଣଜୀ ଖେଳି କମବ୍ୟାକ କରିଛନ୍ତି। ଏବେ ସେ ପୂରା ଲୟରେ ଥିବା ବେଳେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ମଧ୍ୟ ଅଷ୍ଟ୍ରେଲିଆ ଯିବାର ସମ୍ଭାବନା ରହିଛି। ସେହିପରି ୨୪ ଓ ୨୫ ଦୁଇ ଦିନ ଧରି ଚାଲିବାକୁ ଥିବା ଆଇପିଏଲ ମେଗା ଅକ୍ସନରେ ମଧ୍ୟ ଶାମି ସାମିଲ ହେବେ। 

IPL Auction Mohammed Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe