Advertisment

ସମାଲୋଚକଙ୍କ ମୁହଁ ବନ୍ଦ କଲେ ପାକ୍‌ ଅଧିନାୟକ, କଲେ ଏମିତି ରେକର୍ଡ

ଶାନ ୧୫୧ ରନ ଇନିଂସ ଖେଳି ଆଉଟ ହୋଇଥିବା ବେଳେ ପାକିସ୍ତାନ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୩୨୮ ରନ କରି ନେଇଛି।

Shan Masood

Shan Masood

Advertisment

ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ ଶାନ ମସୁଦ ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ସେ ଦମଦାର ଶତକ ହାସଲ କରିଛନ୍ତି। ବାଂଲାଦେଶ ଠାରୁ ୦-୨ ହାରି ଚାପରେ ରହିଥିବା ଶାନ ଆଜି ମୁଲତାନ ମାଟିରେ ନିଜର ଦମ ଦେଖାଇଛନ୍ତି।

Advertisment

ସେ ମାତ୍ର ୧୦୨ ବଲରେ ଶତକ ହାସଲ କରି ଇଂଲଣ୍ଡ ବୋଲରଙ୍କୁ ଘାଇଲା କରିଛନ୍ତି। ମୁଲତାନ କ୍ରିକେଟ ଷ୍ଟାଡିୟମର ପିଚ୍‌ ସାଧାରଣତଃ ବ୍ୟାଟରଙ୍କୁ ସୁହାଉଥିବା ବେଳେ ଶାନ ଏହାର ଜବରଦସ୍ତ ଫାଇଦା ଉଠାଇ ପାକିସ୍ତାନକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି।

ସେ ୧୫୧ ରନ ଇନିଂସ ଖେଳି ଆଉଟ ହୋଇଥିବା ବେଳେ ପାକିସ୍ତାନ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୩୨୮ ରନ କରି ନେଇଛି। ତାଙ୍କ ବ୍ୟତୀତ ଅବଦୁଲ୍ଲ ସଫିକ୍ୟୁ ମଧ୍ୟ ୧୦୨ ରନର ଇନିଂସ ଖେଳିଛନ୍ତି। ତେବେ ପୂର୍ବତନ ଅଧିନାୟକ ବାବର ଆଜମ କେବଳ ୩୦ ରନ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ଶାନ ଆଜି ଶତକ ହାସଲ କରିବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହା ଅଧିନାୟକ ଭାବେ ଶାନଙ୍କ ପ୍ରଥମ ଟେଷ୍ଟ ଶତକ। ମୁଲତାନରେ ସେ ୧୫୧ ରନର ଇନିଂସ ଖେଳି ୧୫୨୪ ଦିନ ଧରି ଧଳା ଜର୍ସିରେ ଜାରି ରହିଥିବା ଶତକ ମରୁଡ଼ିକୁ ଶେଷ କରିଛନ୍ତି।

ସେହିପରି ବାବର ଆଜମ ଓ ଇଞ୍ଜିମାମ ଉଲ ହକଙ୍କ ପରେ ଶାନ ତୃତୀୟ ପାକ ଅଧିନାୟକ ଭାବେ ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି।

ପାକ୍‌ ଅଧିନାୟକ ଭାବେ ଇଂଲଣ୍ଡ ବିପକ୍ଷର ଶତକ ହାସଲକାରୀ

ଜାଭେଦ ବୁରକୀ- ୧୯୬୨(ଗୋଟିଏ ଶତକ)

ହନିଫ ମହମ୍ମଦ- ୧୯୬୭ (ଗୋଟିଏ ଶତକ)

ଇମ୍ରାନ ଖାନ- ୧୯୮୭ (ଗୋଟିଏ ଶତକ)

ଜାଭେଦ ମିଆଁଦାଦ- ୧୯୯୨ (ଗୋଟିଏ ଶତକ)

ଇଞ୍ଜିମାମ ଉଲ ହକ- ୨୦୦୫ (୨ଟି ଶତକ)

ମିସବା ଉଲ ହକ- ୨୦୧୫-୨୦୨୬ (୨ଟି ଶତକ)

ଆଝାର ଅଲୀ-୨୦୨୦ (ଗୋଟିଏ ଶତକ)

ବାବର ଆଜମ- ୨୦୨୨( ଗୋଟିଏ ଶତକ)

ଶାନ ମସୁଦ-୨୦୨୪ (ଗୋଟିଏ ଶତକ)

ଗତ ମାସରେ ପାକିସ୍ତାନ ୦-୨ରେ ବାଂଲାଦେଶଠାରୁ ହାରିବା ପରେ ତୀବ୍ର ସମାଲୋଚନାର ଶିକାର ହୋଇଥିଲା। ପ୍ରେସ କନଫରେନ୍ସରେ ଶାନ ମସୁଦଙ୍କ ଜଣେ ସାମ୍ବାଦିକଙ୍କ ଯୁକ୍ତିତର୍କ ବି ହୋଇଥିଲା। ତେବେ ସେ ସବୁ ଭୁଲି ଆଜି ଠାରୁ ପାକିସ୍ତାନ ଘରୋଇ ମାଟିରେ ଇଂଲଣ୍ଡ ସହ ଲଢ଼େଇ ଆରମ୍ଭ କରିଛି।

ମ୍ୟାଚ୍‌ର ୪ର୍ଥ ଓଭରରେ ପାକିସ୍ତାନ ଓପନର ସାମି ଆୟୁବ(୪)ଙ୍କୁ ହରାଇଥିଲା। କିନ୍ତୁ ଏହାପରେ ଶାନ ଓ ଅବଦୁଲ୍ଲା ୨୦୦ରୁ ଅଧିକ ରନର ଭାଗିଦାରୀ କରି ପାକିସ୍ତାନକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଉଭୟ ଇଂଲଣ୍ଡ ବିପକ୍ଷରେ ଶତକ ମଧ୍ୟ ହାସଲ କରିଥିଲେ। 

Pakistan Test Cricket Test Match Shan Masood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe