Advertisment

ଗୋଟିଏ ଦେଶ ଭାବେ ପାକିସ୍ତାନ ଆଘାତ ପାଇଛି, ବୋଲରଙ୍କ ମୁଣ୍ଡରେ ଅଠା ବୋଳିଲେ ଅଧିନାୟକ

ଶାନ ମସୁଦଙ୍କ କ୍ୟାପ୍ଟେନ୍ସିରେ ପାକିସ୍ତାନ କ୍ରମାଗତ ୬ଟି ଟେଷ୍ଟ ହାରିବା ପରେ ତାଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ପାକିସ୍ତାନର ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ସୋଶାଲ ମିଡିଆରେ ଦଳକୁ କଟାକ୍ଷ କରାଯାଉଛି।

Shan Massod

Shan Massod

Advertisment

ପ୍ରଥମ ଇନିଂସରେ ୫୫୬ ରନ କରି ମଧ୍ୟ ଇଂଲଣ୍ଡ ଠାରୁ ମୁଲତାନ ଟେଷ୍ଟରେ ଇନିଂସ ପରାଜୟ ବରଣ କରିଥିବା ପାକିସ୍ତାନ ଏବେ ତୀବ୍ର ସମାଲୋଚନାର ଶିକାର ହେବାରେ ଲାଗିଛି।

Advertisment

ଶାନ ମସୁଦଙ୍କ କ୍ୟାପ୍ଟେନ୍ସିରେ ପାକିସ୍ତାନ କ୍ରମାଗତ ୬ଟି ଟେଷ୍ଟ ହାରିବା ପରେ ତାଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ପାକିସ୍ତାନର ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ସୋଶାଲ ମିଡିଆରେ ଦଳକୁ କଟାକ୍ଷ କରାଯାଉଛି।

ଏପରି ସ୍ଥିତିରେ ବୋଲରଙ୍କ ମୁଣ୍ଡରେ ପରାଜୟର ଅଠା ବୋଳିଛନ୍ତି ପାକିସ୍ତାନ ଅଧିନାୟକ ଶାନ ମସୁଦ। ଇଂଲଣ୍ଡ ଠାରୁ ଇଂନିସ ଓ ୪୭ ରନ ହାରିବା ପରେ ମସୁଦ ପାକିସ୍ତାନର ବୋଲରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ମ୍ୟାଚ୍‌ରେ କେମିତି ୨୦ଟି ୱିକେଟ ନେବାକୁ ପଡ଼ିବ, ସେକଥା ବୋଲରମାନେ ଶିଖିବା ଦରକାର ବୋଲି ସେ କହିଛନ୍ତି।

Advertisment

ମ୍ୟାଚ୍‌ ପରେ ମସୁଦ କହିଛନ୍ତି, “ବୋଲରମାନେ ୫୫୦ରୁ ଅଧିକ ରନ ପରେ ୧୦ ୱିକେଟ ନେବାର ଥିଲା। ଆମେ ତୃତୀୟ ଇନିଂସ କିମ୍ବା ୪ର୍ଥ ଇନିଂସ କଥା କହିଥାଉ। କିନ୍ତୁ ସର୍ବୋପରି ଏହା ଏକ ଦଳୀୟ ଗେମ।

ଗୋଟିଏ ଟିମ ହିସାବରେ ପ୍ରତିଟି ଜିନିଷର ଅନୁକୂଳ ଓ ପ୍ରତିକୂଳ ସ୍ଥିତି ରହିଛି। ଯେତେବେଳେ ଗୋଟିଏ ଟିମ ୫୫୦ରୁ ଅଧିକ ରନ କରୁଛି ସେତେବେଳେ ଏହାକୁ ରୋକିବା ପାଇଁ ୧୦ ୱିକେଟ ନେବାକୁ ପଡ଼େ।

ତୃତୀୟ ଇନିଂସରେ ୨୨୦ ରନ କରିଥିଲୁ। ଏହା ମଧ୍ୟ ଏକ ଭଲ ସ୍କୋର ହୋଇପାରିବ। ହେଲେ ଏହାପୂର୍ବରୁ ଆପଣ କେତେ ରନ ଲିଡ ହାସଲ କରିଛନ୍ତି, ତା’ହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଇଂଲଣ୍ଡ ୨୦ ୱିକେଟ ନେବାକୁ ସକ୍ଷମ ହୋଇଥିଲା। ଆମକୁ ମଧ୍ୟ ସେହି ବାଟ ବାହାର କରିବାକୁ ପଡ଼ିବ। ଆଗକୁ ଯିବା ବେଳେ ଏହା ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହେବ।”

ମସୁଦଙ୍କ କହିବା କଥା ମ୍ୟାଚ୍‌ର ରେଜଲ୍ଟ ଦ୍ୱାରା ସେମାନେ ଅନେକ ଆଘାତ ପାଇଛନ୍ତି। ପାକିସ୍ତାନ କ୍ରିକେଟ ଆଶା କରୁ ନଥିବା ରେଜଲ୍ଟ ମିଳିଛି। ଉତ୍ତରଦାୟିତ୍ୱ ଖସାଇ ଦେଉଥିବା ଖେଳାଳି ସେ ନୁହନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, “ଆମେ ସିରିଜ ମଝିରେ ରହିଛୁ। ଆମେ ସ୍କ୍ୱାଡର ମାନସିକତା ଓ ସ୍ଥିରତା ବିଷୟରେ କଥା ହେଉଛୁ। ପିଚ୍‌ର ସ୍ଥିତି ଯେଭଳି ଥାଉ ନା କାହିଁକି ଆମକୁ ବାଟ ବାହାର କରିବାକୁ ପଡ଼ିବ। ଇଂଲଣ୍ଡ ତା’ହା କରି ଦେଖାଇଛି।

ବେଳେବେଳେ ନିଜକୁ ସୁହାଇଲା ଭଳି କିମ୍ବା ବିପରୀତ ସ୍ଥିତି ସୃଷ୍ଟି ହୋଇଥାଏ। ଆମେ ଟେଷ୍ଟ କ୍ରିକେଟ ଖେଳିବାକୁ ଭଲ ପାଉଛୁ। ନିଶ୍ଚିତ ଭାବେ ରେଜଲ୍ଟ ଆମକୁ ମର୍ମାହତ କରିଛି। ଗୋଟିଏ ଦେଶ ଭାବେ ପାକିସ୍ତାନକୁ ଏହା ଆଘାତ ଦେଇଛି। ଆମେ ଏହାକୁ ବଦଳାଇବା ପାଇଁ ନିଶ୍ଚିତ ଚେଷ୍ଟା କରିବୁ।”

Shan Massod Test Cricket Pakistan Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe