Advertisment

ରିଷ୍ଟ୍‌ର ଯାଦୁଗର, ନିଦ ହଜାଇଥିଲେ ସଚିନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମହାନ ସ୍ପିନର୍ ଶେନ୍ ୱାର୍ଣ୍ଣଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ଏହି ଖବର ପୂରା କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛି। ମାତ୍ର ୫୨ ବର୍ଷ ବୟସରେ ୱାର୍ଣ୍ଣ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି, ଏହାକୁ ସହଜରେ କେହି ବିଶ୍ୱାସ କରିପାରୁନାହାନ୍ତି। ଦୁନିଆର ଅନ୍ୟତମ ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ପରିଚିତ ୱାର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ୍ ଖେଳି ୨୫.୪୧ ହାରରେ ୭୦୮ ୱିକେଟ୍ ନେଇଛନ୍ତି। ଶ୍ରୀଲଙ୍କାର ମୁଥିଆ ମୁରଲିଧରନ (୮୦୦ ୱିକେଟ୍)ଙ୍କ ପରେ ସେ ଟେଷ୍ଟରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରିଷ୍ଟ୍‌ର ଯାଦୁଗର, ନିଦ ହଜାଇଥିଲେ ସଚିନ୍

shane-warne1

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମହାନ ସ୍ପିନର୍ ଶେନ୍ ୱାର୍ଣ୍ଣଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ଏହି ଖବର ପୂରା କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛି। ମାତ୍ର ୫୨ ବର୍ଷ ବୟସରେ ୱାର୍ଣ୍ଣ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି, ଏହାକୁ ସହଜରେ କେହି ବିଶ୍ୱାସ କରିପାରୁନାହାନ୍ତି। ଦୁନିଆର ଅନ୍ୟତମ ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ପରିଚିତ ୱାର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ୍ ଖେଳି ୨୫.୪୧ ହାରରେ ୭୦୮ ୱିକେଟ୍ ନେଇଛନ୍ତି। ଶ୍ରୀଲଙ୍କାର ମୁଥିଆ ମୁରଲିଧରନ (୮୦୦ ୱିକେଟ୍)ଙ୍କ ପରେ ସେ ଟେଷ୍ଟରେ ସର୍ବାଧିକ ୱିକେଟ୍ ହାସଲ କରିଛନ୍ତି।

Advertisment

ବଲ୍ ଅଫ୍ ଦି ସେଞ୍ଚୁରୀ:୧୫ ବର୍ଷର ଲମ୍ବା କ୍ରିକେଟ୍ କ୍ୟାରିୟରରେ ଶେନ୍ ୱାର୍ଣ୍ଣ ଅନେକ ସ୍ମରଣୀୟ ବଲ୍ ପକାଇଛନ୍ତି। କିନ୍ତୁ ୧୯୯୩ର ଆଶେସ ସିରିଜରେ ସେ ଇଂଲଣ୍ଡର ମାଇକ୍ ଗ୍ୟାଟିଙ୍ଗଙ୍କୁ ପକାଇଥିବା ବଲ୍ ବହୁତ ଖାସ୍ ଥିଲା। ୱାର୍ଣ୍ଣଙ୍କ ବଲ୍ ଲେଗ୍ ଷ୍ଟମ୍ପ ବାହାରେ ପିଚ୍ ହୋଇଥିଲା ଏବଂ ଲାଗୁଥିଲା ବଲ୍ ୱାଇଡ୍ ହୋଇଯିବ। ତେଣୁ ଗ୍ୟାଟିଙ୍ଗ୍ ମଧ୍ୟ ଏହାକୁ ଖେଳିବାକୁ ପ୍ରୟାସ କରିନଥିଲେ। ହେଲେ ବଲଟି ଏତେ ଜୋରରେ ଟର୍ଣ୍ଣ ହୋଇଥିଲା ଯେ ବଲ୍ ଗ୍ୟାଟିଙ୍ଗଙ୍କୁ ଚକମା ଦେଇ ତାଙ୍କ ଅଫ୍ ଷ୍ଟମ୍ପ ଉଡ଼ାଇ ଦେଇଥିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ସେହି ବଲକୁ ‘ବଲ୍ ଅଫ୍ ଦି ସେଞ୍ଚୁରୀ’ କୁହାଯାଇଥିଲା।

https://twitter.com/Relax_Boisss/status/1499750801123672064?s=20&t=giVXhO082AOEdFtUvyxJ_A

Advertisment

ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ:ୱାର୍ଣ୍ଣ ୧୯୯୨ରେ ଭାରତ ବିପକ୍ଷରେ ସିଡନୀ ଟେଷ୍ଟରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ପ୍ରଥମ ଟେଷ୍ଟ ସେ ମାତ୍ର ୨ଟି ୱିକେଟ୍ ପାଇଥିଲେ। ରବି ଶାସ୍ତ୍ରୀ ତାଙ୍କ କ୍ୟାରିୟରର ପ୍ରଥମ ସଫଳତା ଥିଲେ। ଏହା ପରେ ପଛକୁ ନଚାହିଁ ଲଗାତର କୀର୍ତ୍ତିମାନ ସ୍ଥାପନ କରିଚାଲିଲେ। ୱାର୍ଣ୍ଣ ନିଜର ଶେଷ ଟେଷ୍ଟ ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ୧୯୯୯ରେ ସେ ଅଷ୍ଟ୍ରେଲିଆ ଟିମର ଭାଇସ୍ କ୍ୟାପଟେନ୍ ରହିଥିଲେ, କିନ୍ତୁ ତାଙ୍କୁ କେବେବି କ୍ୟାପଟେନ୍ ସୁଯୋଗ ମିଳିନଥିଲା।

Sachin Tendulkar pays tribute to Shane Warne: 'You always had a special  place for India' | Sports News,The Indian Express

ସଚିନଙ୍କ ସ୍ୱପ୍ନ ଦେଖିଥିଲେ:କ୍ରିକେଟ୍ ମଇଦାନରେ ୱାର୍ଣ୍ଣ ଓ ସଚିନ୍ ତେନ୍ଦୁଲକରଙ୍କ ମଧ୍ୟରେ ଲଢ଼େଇକୁ ହୁଏତ କେହି ଭୁଲିନଥିବେ। ୧୯୯୮-୯୯ରେ ଶାରଜାରେ ଖେଳାଯାଇଥିବା ଦିନିକିଆ ଟ୍ରାଇ-ସିରିଜରେ ସଚିନଙ୍କ ଝଡ଼ ଆଜି ଲୋକଙ୍କ ମନରେ ତାଜା ଅଛି। ସଚିନଙ୍କୁ ରୋକିବା ଅଷ୍ଟ୍ରେଲିଆ ଟିମ୍ ପକ୍ଷେ ଅସମ୍ଭବ ଥିଲା। ସଚିନ ପ୍ରାୟ ସବୁ ଅଷ୍ଟ୍ରେଲିଆ ବୋଲରଙ୍କୁ ନିର୍ଧୁମ ଧୁଲେଇ କରିଥିଲେ, ଯେଉଁଥିରେ ୱାର୍ଣ୍ଣ ମଧ୍ୟ ସାମିଲ୍ ଥିଲେ। ୭୦୮ ୱିକେଟ୍ ନେଇଥିବା ୱାର୍ଣ୍ଣ ସେହି ସମୟରେ କହିଥିଲେ ଯେ ଯେତେବେଳେ ମୁଁ ଶୋଇବାକୁ ଯାଏ, ସେତେବେଳେ ସଚିନଙ୍କ ସ୍ୱପ୍ନ ଦେଖିଥିଲି। ମୋତେ ସ୍ୱପ୍ନ ଆସେ ଯେ ସଚିନ୍ ମୋ ମୁଣ୍ଡ ଉପରେ ଛକା ମାରୁଛନ୍ତି। ତାଙ୍କୁ ରୋକିବା କଷ୍ଟକର। ମୋତେ ଲାଗୁନି ଯେ ସଚିନଙ୍କ ବ୍ୟତୀତ ଆଉ ଭିତରେ ଡନ୍ ବ୍ରାଡମ୍ୟାନଙ୍କ କଳା ଥିବ। ମୋ ମତରେ ସଚିନ୍ ସର୍ବକାଳୀନ ମହାନ ବ୍ୟାଟର।

Shane Warne reveals he broke down in front of teammates after 2003 World  Cup ban - Sports News

ବିବାଦ ଘେରରେ କ୍ୟାରିୟର:ମଇଦାନ ଭିତରେ ୱାର୍ଣ୍ଣ ଯେତେ ସଫଳ ସ୍ପିନର ଥିଲେ, ବ୍ୟକ୍ତିଗତ ଜୀବନରେ ସେତେ ରଙ୍ଗୀନ ମିଜାଜର ଥିଲେ। ୨୦୦୦ ମସିହାରେ ବ୍ରିଟିଶ ନର୍ସ ଡୋନା ରାଇଟ୍ ୱାର୍ଣ୍ଣଙ୍କ ବିରୋଧରେ ଅଶ୍ଳୀଳ ଆଚରଣ କରିଥିବା ନେଇ ଅଭିଯୋଗ ଆଣିଥିଳେ। ଅଭିଯୋଗ ଅନୁସାରେ ୱାର୍ଣ୍ଣ ଫୋନ୍ କରି ନର୍ସଙ୍କୁ ଅଶାଳୀନ କଥା ଓ ଆପତ୍ତିଜନକ ମେସେଜ୍ ପଠାଇଥିଲେ। ଏହାବ୍ୟତୀତ ୨୦୦୩ରେ ଆଞ୍ଜେଲା ନାମକ ଜଣେ ଷ୍ଟ୍ରିପର ମଧ୍ୟ ୱାର୍ଣ୍ଣରଙ୍କ ବିରୋଧରେ ଅଶ୍ଳୀନ ମେସେଜ୍ କରିଥିବା ଅଭିଯୋଗ ଲଗାଇଥିଲେ। ୨୦୦୬ରେ ଏକ ମାଗାଜିନରେ ୱାର୍ଣ୍ଣଙ୍କର ଦୁଇ ମଡେଲଙ୍କ ସହ ଫଟୋ ପ୍ରକାଶିତ ହୋଇଥିଲା। ଏହି ଦୁଇ ମଡେଲ୍ ଦାବି କରିଥିଲେ ଯେ ୱାର୍ଣ୍ଣ ସେମାନଙ୍କ ସହ ଜୋର ଜବରଦସ୍ତି ସମ୍ପର୍କ ସ୍ଥାପନ କରିଛନ୍ତି।

ଡ୍ରଗ୍ସ ସେବନ ପାଇଁ ବର୍ଷେ ବ୍ୟାନ୍: ୨୦୦୩ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚର ଠିକ୍ ପୂର୍ବରୁ ୱାର୍ଣ୍ଣଙ୍କର ଡ୍ରଗ୍ ଟେଷ୍ଟ ହୋଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦିଆଯାଇଥିଲା। ୱାର୍ଣ୍ଣଙ୍କ ୟୁରିନରେ ମେଡୁରେଟିକ୍ ଔଷଧ ମିଳିଥିଲା, ଯାହାକୁ ଆଇସିସି ପ୍ରତିବନ୍ଧକ ଲଗାଇ ସାରିଥିଲା। ପରେ ଅଷ୍ଟ୍ରେଲିଆ ଫେରିବା ପରେ ୱାର୍ଣ୍ଣ କହିଥିଲେ ଯେ ସେ ନିଜ ପ୍ରଦର୍ଶନକୁ ବଢ଼ାଇବା ପାଇଁ କୌଣସି ପ୍ରକାରର ପ୍ରତିବନ୍ଧିତ ଔଷଧ ସେବନ କରିନଥିଲେ। ପରେ ସେ କହିଥିଲେ ଯେ ନିଜ ମା’ଙ୍କ ପରାମର୍ଶ କ୍ରମେ ଓଜନ କମାଇବା ପାଇଁ ମେଡିସିନ୍ ସେବନ୍ କରିଥିଲେ।

Shane Warne: IPL के पहले चैंपियन कप्तान की मौत, Rajasthan Royals को दिलाई  थी ट्रॉफी | first IPL champion Captain dies, Shane Warne is no more - News  Nation

ରାଜସ୍ଥାନ ରୟାଲ୍ସକୁ ପିନ୍ଧାଇଥିଲେ ଚାମ୍ପିୟନ୍ ମୁକୁଟ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ୱାର୍ଣ୍ଣ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଟିମର ନେତୃତ୍ୱ ନେଇଥିଲେ। ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣରେ ୱାର୍ଣ୍ଣଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଫାଇନାଲରେ ଚେନ୍ନାଇ ସୁପର୍ କିଙ୍ଗସକୁ ହରାଇ ଚାମ୍ପିୟନ୍ ହୋଇଥିଲା। ୱାର୍ଣ୍ଣ ଆଇପିଏଲରେ ମୋଟ ୨୯ ମ୍ୟାଚ୍ ଖେଳି ୨୫.୩୯ ହାରରେ ୫୭ ୱିକେଟ୍ ନେଇଥିଲେ।