Advertisment

ପନ୍ତ ଓ ଶାର୍ଦ୍ଦୁଲଙ୍କ ଶତକୀୟ ଭାଗିଦାରୀ, ଭାରତର ଲିଡ୍ ୩୦୦ ପାର୍

ଲଣ୍ଡନ: ତୃତୀୟ ଦିବସରେ ରୋହିତ୍ ଶର୍ମାଙ୍କ ଦମଦାର ଶତକ ପରେ ଆଜି ଚତୁର୍ଥ ଦିବସରେ କମାଲ କରିଛନ୍ତି ଋଷଭ ପନ୍ତ ଓ ଶାର୍ଦ୍ଦୁଲ ଠାକୁର। ବିଶେଷକରି ଶାର୍ଦ୍ଦୁଲ ଆଉଏକ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି। ତାଙ୍କ ସହ ପନ୍ତ ମଧ୍ୟ ସିରିଜର ପ୍ରଥମଥର ଇଂଲିଶ ବୋଲରଙ୍କୁ ଉଚିତ୍ ସାମ୍ନା କରିଛନ୍ତି। ଏଥିସହ ଭାରତର ଲିଡ୍ ୩୦୦ ଅତିକ୍ରମ କରିଛି। ଶେଷ ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୭ ୱିକେଟ୍ ହରାଇ ୪୧୨ ରନ୍ କରିଛି। ଶାର୍ଦ୍ଦୁଲ ଜବରଦସ୍ତ […]

author-image
Ranjit Kumar Jena
ପନ୍ତ ଓ ଶାର୍ଦ୍ଦୁଲଙ୍କ ଶତକୀୟ ଭାଗିଦାରୀ, ଭାରତର ଲିଡ୍ ୩୦୦ ପାର୍

shardul-and-pant

ଲଣ୍ଡନ: ତୃତୀୟ ଦିବସରେ ରୋହିତ୍ ଶର୍ମାଙ୍କ ଦମଦାର ଶତକ ପରେ ଆଜି ଚତୁର୍ଥ ଦିବସରେ କମାଲ କରିଛନ୍ତି ଋଷଭ ପନ୍ତ ଓ ଶାର୍ଦ୍ଦୁଲ ଠାକୁର। ବିଶେଷକରି ଶାର୍ଦ୍ଦୁଲ ଆଉଏକ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି। ତାଙ୍କ ସହ ପନ୍ତ ମଧ୍ୟ ସିରିଜର ପ୍ରଥମଥର ଇଂଲିଶ ବୋଲରଙ୍କୁ ଉଚିତ୍ ସାମ୍ନା କରିଛନ୍ତି। ଏଥିସହ ଭାରତର ଲିଡ୍ ୩୦୦ ଅତିକ୍ରମ କରିଛି। ଶେଷ ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୭ ୱିକେଟ୍ ହରାଇ ୪୧୨ ରନ୍ କରିଛି। ଶାର୍ଦ୍ଦୁଲ ଜବରଦସ୍ତ ବ୍ୟାଟିଂ କରି ୬୦ (୭୨ ବଲ୍) ରନର ଇନିଂସ୍ ଖେଳିଛନ୍ତି। ତାଙ୍କ ଇନିଂସରେ ୭ ଚୌକା ଓ ୧ ଛକା ରହିଛି। ପନ୍ତ (୫୦) ମଧ୍ୟ ଅର୍ଦ୍ଧଶତକ ମାରି ପ୍ୟାଭିଲିୟନ୍ ଫେରିଛନ୍ତି।

Advertisment

ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ୍ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ (୫୯) ଭାଗିଦାରୀ କରିଥିଲେ। ଜାଡେଜା ୧୭ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ ପୁଣି ନିରାଶ କରି ଖାତା ଖୋଲିପାରିନଥିଲେ। ରାହାଣେଙ୍କୁ ମଧ୍ୟ ଓକ୍ସ ଆଉଟ୍ କରିଥିଲେ। କ୍ୟାପଟେନ୍ କୋହଲି (୪୪) ଆଉ ଏକ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ମୋଇନ୍ ଅଲୀ ପ୍ୟାଭିଲିୟନ ପଠାଇଥିଲା।

୩୧୨ ରନରେ ୬ ୱିକେଟ୍ ହରାଇବା ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିଲା। କିନ୍ତୁ ପନ୍ତ ଓ ଶାର୍ଦ୍ଦୁଲଙ୍କ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିବା ବେଳେ ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦୁହେଁ ୧୦୦ ରନର ପାର୍ଟନରଶିପ୍ କରି ଭାରତକୁ ବଡ଼ ଲିଡ୍ ଆଡ଼କୁ ନେଇଛନ୍ତି। ଶାର୍ଦ୍ଦୁଲ ୬୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବା ପ୍ରୟାସରେ ଶାର୍ଦ୍ଦୁଲ ଆଉଟ୍ ହୋଇଯାଇଥିଲେ। ତାଙ୍କୁ ଇଂଲିଶ ଟିମର କ୍ୟାପଟେନ୍ ଜୋ ରୁଟ୍ ପ୍ୟାଭିଲିୟନ୍ ପଠାଇଥିଲେ। ପନ୍ତ ସ୍ପିନର ମୋଇନ୍ ଅଲୀଙ୍କୁ ସିଙ୍ଗଲ୍ ନେଇ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ଆଗକୁ ଚଢ଼ି ମାରିବାକୁ ଯାଇ ପନ୍ତ ଆଉଟ୍ ହୋଇଯାଇଥିଲେ। ପନ୍ତ ୧୦୬ ବଲରେ ୪ ଚୌକା ସହ ୫୦ ରନ୍ କରିଛନ୍ତି।

Advertisment