Advertisment

ଶାର୍ଦ୍ଦୁଲଙ୍କୁ ୭ ୱିକେଟ୍, ଦକ୍ଷିଣ ଆଫ୍ରିକା ୨୨୯ ରନରେ ଅଲଆଉଟ୍

ଜୋହାନସବର୍ଗ: ୱାଣ୍ଡରର୍ସରେ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ବୋଲିଂରେ ଜଲୱା ଦେଖାଇଛନ୍ତି ଶାର୍ଦ୍ଦୁଲ ଠାକୁର। ଶାର୍ଦ୍ଦୁଲଙ୍କ ଘାତକ ବୋଲିଂ ବଳରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୨୯ ରନରେ ଅଲଆଉଟ୍ କରିଦେଇଛି। ଶାର୍ଦ୍ଦୁଲ ଏଠାରେ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରି ୬୧ ରନରେ ୭ ୱିକେଟ୍ ଅକ୍ତିଆର କରିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୭ ରନର ମହତ୍ତ୍ୱପୂର୍ଣ୍ଣ ଲିଡ୍ ହାସଲ କରିଛି। ଏହା ପୂର୍ବରୁ ଭାରତ ୨୦୨ ରନ୍ କରି ଅଲଆଉଟ୍ ହୋଇଥିଲା। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଶାର୍ଦ୍ଦୁଲଙ୍କୁ ୭ ୱିକେଟ୍, ଦକ୍ଷିଣ ଆଫ୍ରିକା ୨୨୯ ରନରେ ଅଲଆଉଟ୍

shardul-thakur

ଜୋହାନସବର୍ଗ: ୱାଣ୍ଡରର୍ସରେ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ବୋଲିଂରେ ଜଲୱା ଦେଖାଇଛନ୍ତି ଶାର୍ଦ୍ଦୁଲ ଠାକୁର। ଶାର୍ଦ୍ଦୁଲଙ୍କ ଘାତକ ବୋଲିଂ ବଳରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୨୯ ରନରେ ଅଲଆଉଟ୍ କରିଦେଇଛି। ଶାର୍ଦ୍ଦୁଲ ଏଠାରେ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରି ୬୧ ରନରେ ୭ ୱିକେଟ୍ ଅକ୍ତିଆର କରିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୭ ରନର ମହତ୍ତ୍ୱପୂର୍ଣ୍ଣ ଲିଡ୍ ହାସଲ କରିଛି। ଏହା ପୂର୍ବରୁ ଭାରତ ୨୦୨ ରନ୍ କରି ଅଲଆଉଟ୍ ହୋଇଥିଲା।

Advertisment

ଦକ୍ଷିଣ ଆଫ୍ରିକା ପକ୍ଷରୁ କୀଗାନ ପିଟରସନ୍ ସର୍ବାଧିକ ୬୨ ରନ୍ କରିଥିବା ବେଳେ ତେମ୍ବା ବାଭୁମା ୫୧ (୬୧ ବଲ୍, ୬ ଚୌକା, ୧ ଛକା), କ୍ୟାପଟେନ୍ ଡିନ୍ ଏଲଗାର ୨୮, କାଇଲ୍ ଭେରେନ୍ ୨୧, ମାର୍କୋ ଜାନସେନ୍ ୨୧, କେଶବ ମହାରାଜ ୨୧, ରାସି ଭାନ ଡର୍ ଡୁସେନ୍ ୧ ରନ୍ କରି ଆଉଟ୍ ହୋଇଥିଲେ। କାଗିସୋ ରବାଡା ଓ ଲୁଙ୍ଗି ଏନଗିଡି ଖାତା ଖୋଲିପାରି ନଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ୨ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ମାତ୍ର ୨୦୨ ରନ୍ କରିଥିଲା। ଇନଫର୍ମ ଲୋକେଶ ରାହୁଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଯୋଗଦାନ ଦେଇନଥିଲେ। ରାହୁଲ୍ ୫୦ ଓ ଅଶ୍ୱିନ୍ ୪୬ ରନ୍ କରିଥିଲେ। ତେବେ ଚେତେଶ୍ୱର ପୂଜାରା (୩) ଓ ଅଜିଙ୍କ୍ୟ ରାହାଣେ (୦) ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଜାନସେନ୍ ୪ଟି, ରବାଡା ଓ ଡୁଆନ୍ ଓଲିଭିଅର୍ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment