Advertisment

ରୋହିତ୍ ବି ମାନିଲେ, ଶାର୍ଦ୍ଦୁଲ ଥିଲେ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ହକଦାର

ନୂଆଦିଲ୍ଲୀ: ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୯୯ ରନରେ ପଛୁଆ ରହିବା ସତ୍ତ୍ୱେ ଟିମ୍ ଇଣ୍ଡିଆ ଜବରଦସ୍ତ କମବ୍ୟାକ୍ କରି ୧୫୭ ରନରେ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଥିଲେ ଶାର୍ଦ୍ଦୁଲ ଠାକୁର। ଏକ ସମୟରେ ଲାଗୁଥିଲା ସେ ହିଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହେବେ। କିନ୍ତୁ ଦ୍ୱିତୀୟ ଇନିଂସରେ ଶତକ ମାରିଥିବା ରୋହିତ ଶର୍ମାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଗଲା। […]

ରୋହିତ୍ ବି ମାନିଲେ, ଶାର୍ଦ୍ଦୁଲ ଥିଲେ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ହକଦାର

shardul-thakur

Advertisment

ନୂଆଦିଲ୍ଲୀ: ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୯୯ ରନରେ ପଛୁଆ ରହିବା ସତ୍ତ୍ୱେ ଟିମ୍ ଇଣ୍ଡିଆ ଜବରଦସ୍ତ କମବ୍ୟାକ୍ କରି ୧୫୭ ରନରେ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଥିଲେ ଶାର୍ଦ୍ଦୁଲ ଠାକୁର। ଏକ ସମୟରେ ଲାଗୁଥିଲା ସେ ହିଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହେବେ। କିନ୍ତୁ ଦ୍ୱିତୀୟ ଇନିଂସରେ ଶତକ ମାରିଥିବା ରୋହିତ ଶର୍ମାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଗଲା। ରୋହିତ୍ ଦ୍ୱିତୀୟ ଇନିଂସରେ ୧୨୭ ରନର ଇନିଂସ୍ ଖେଳିଥିଲେ। ହିଟ୍ ମ୍ୟାନଙ୍କ ଏହି ଇନିଂସ ବଳରେ ଭାରତୀୟ ଟିମ୍ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା।

Advertisment

ଶାର୍ଦ୍ଦୁଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ନମିଳିବାରୁ ଫ୍ୟାନ୍ ନିରାଶ ହୋଇଛନ୍ତି। ଏପରିକି ରୋହିତ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ଜିତିବା ନେଇ ସେତେଟା ଖୁସି ହୋଇନାହାନ୍ତି। ବିସିସିଆଇ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରେ ରୋହିତ୍ କହିଛନ୍ତି, ମୋ ଅପେକ୍ଷା ଶାର୍ଦ୍ଦୁଲ ଠାକୁର ମ୍ୟାନ୍ ଅଫ୍ ଦି ମ୍ୟାଚର ଅସଲ ଦାବିଦାର ଥିଲେ। ଶାର୍ଦ୍ଦୁଲ ଉଭୟ ଇନିଂସରେ ଅର୍ଦ୍ଧଶତକ ମାରିଥିଲେ।

Image

ରୋହିତ୍ କହିଛନ୍ତି, ମୋତେ ଲାଗୁଛି ଶାର୍ଦ୍ଦୁଲ ଯେଉଁଭଳି ଖେଳିଲେ, ତାହା ମ୍ୟାଚ୍ ବିଜୟୀ ପ୍ରଦର୍ଶନ ଥିଲା। ସତ କହିବାକୁ ଗଲେ ଏହି ପ୍ରଦର୍ଶନ ପାଇଁ ଶାର୍ଦ୍ଦୁଲ ହିଁ ମ୍ୟାନ୍ ଅଫ୍ ଦି ମ୍ୟାଚର ପ୍ରବଳ ଦାବିଦାର ଥିଲେ। ଇଂଲଣ୍ଡ ଟିମ୍ ଯେତେବେଳେ ବିନା ୱିକେଟରେ ୧୦୦ ରନରେ ଥିବା ଶାର୍ଦ୍ଦୁଲ ହିଁ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାଛଡ଼ା ଶାର୍ଦ୍ଦୁଲ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟଙ୍କ ଭଳି ବଡ଼ ୱିକେଟ୍ ମଧ୍ୟ ନେଇ ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଆମେ ତାଙ୍କ ବ୍ୟାଟିଂକୁ କେମିତି ଭୁଲିପାରିବା। ପ୍ରଥମ ଇନିଂସରେ ୩୧ ବଲରେ ୫୦ ରନ୍ କରିବା ଏବଂ ଏହି ୫୦ ରନ୍ ଭାରତକୁ ୧୯୧ ରନରେ ପହଞ୍ଚାଇଥିଲା। ସେ ନିଜ ବ୍ୟାଟିଂକୁ ବହୁତ ଭଲ ପାଆନ୍ତି ଏବଂ ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରିଛନ୍ତି।

Advertisment

https://twitter.com/BCCI/status/1435097997944127489?s=20

ରୋହିତ୍ କହିଛନ୍ତି, 'ନିଜେ ଭଲ ବ୍ୟାଟିଂ କରିବା ଜାଣନ୍ତି ବୋଲି ଶାର୍ଦ୍ଦୁଲ ପ୍ରମାଣିତ କରିବାକୁ ଚାହାନ୍ତି। ମୋତେ ଆଜି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଲା। କିନ୍ତୁ ମୋତେ ଲାଗୁଛି ଶାର୍ଦ୍ଦୁଲଙ୍କୁ ମଧ୍ୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯିବାର ଥିଲା।' ସୋଶାଲ ମିଡିଆରେ ମଧ୍ୟ ଶାର୍ଦ୍ଦୁଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦେବା ପାଇଁ ଦାବି କରାଯାଉଛି। ସୋଶାଲ ମିଡିଆରେ ଶାର୍ଦ୍ଦୁଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରେଣ୍ଡ କରୁଛି।

ଚତୁର୍ଥ ଟେଷ୍ଟରେ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ବୋଲିଂ ହେଉ କି ବ୍ୟାଟିଂ, ଉଭୟ ବିଭାଗରେ ଭାରତର ପ୍ରଦର୍ଶନ ଶୀର୍ଷସ୍ତରର ଥିଲା। କମବ୍ୟାକ୍ କରିଥିବା ଉମେଶ ଯାଦବ ଟେଷ୍ଟରେ ୭ ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷରେ ଚେତେଶ୍ୱର ପୂଜାର, ଲୋକେଶ ରାହୁଲ୍ ମଧ୍ୟ ଉପଯୋଗୀ ଇନିଂସ୍ ଖେଳିଛନ୍ତି। ଦ୍ୱିତୀୟ ଇନିଂସରେ ଯଶପ୍ରୀତ ବୁମ୍ରାଙ୍କ ୨ ୱିକେଟକୁ ମଧ୍ୟ ଭୁଲିହେବ ନାହିଁ। ବୁମ୍ରା ତାଙ୍କର ସଠିକ୍ ୟର୍କର ଦ୍ୱାରା ସଫଳତା ପାଇଛନ୍ତି। ସେ ଓଲି ପପଙ୍କ ସହ ଜନ୍ନି ବେୟାରଷ୍ଟୋଙ୍କୁ ନିଜର ଶିକାର ବନାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe