Advertisment

ଶାର୍ଦ୍ଦୁଲ ଠାକୁରଙ୍କୁ ବିରାଟ ଦେଲେ ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌ ପଦକ

ବୋଲିଂ ଓ ବ୍ୟାଟିଂ ବ୍ୟତୀତ ଶାର୍ଦ୍ଦୁଲ ଠାକୁର ଫିଲ୍ଡିଂ ବେଳେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଭାରତର ବୋଲିଂ ବେଳେ ଗୋଟିଏ ଆଖି ଦୃଶିଆ କ୍ୟାଚ୍‌ ଧରିଥିଲେ।

author-image
Hemant Lenka
Virat

Virat

ଆଫଗାନିସ୍ତାନ ବିପକ୍ଷରେ ଭାରତର ବୁଧବାର ଦମଦାର ବିଜୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭର୍‌ରେ ୮ ୱିକେଟ ହରାଇ ୨୭୨ ରନ କରିଥିଲା। ଏହାର ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ଓ ବିରାଟ କୋହଲିଙ୍କ କ୍ଲାସିକ ଅର୍ଦ୍ଧଶତକ ବଳରେ ୩୫ ଓଭର୍‌ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲେ।

Advertisment

ବୋଲିଂ ଓ ବ୍ୟାଟିଂ ବ୍ୟତୀତ ଶାର୍ଦ୍ଦୁଲ ଠାକୁର ଫିଲ୍ଡିଂ ବେଳେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଭାରତର ବୋଲିଂ ବେଳେ ଗୋଟିଏ ଆଖି ଦୃଶିଆ କ୍ୟାଚ୍‌ ଧରିଥିଲେ।

ଆଫଗାନିସ୍ତାନର ୧୩ତମ ଓଭର୍‌ରେ ଓପନର ବ୍ୟାଟର ରହମନୁଲ୍ଲା ଗୁରବାଜ ଡିପ୍‌ ବ୍ୟାକୱାର୍ଡ ସ୍କୋୟେର ଲେଗ ବାଉଣ୍ତରୀକୁ ଶଟ ମାରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ସେ ଏପରି ଶଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଠାକୁର ଭଲ ଭାବେ ବଲକୁ ଜଜ କରିଥିଲେ।

Advertisment

ସେ ପ୍ରଥମେ ବଲକୁ ବାଉଣ୍ଡରୀ ଭିତରକୁ ଫ୍ଲିକ କରିଥିଲେ। କାରଣ ସେ ବାଉଣ୍ଡରୀ କ୍ରସ କରି ଯାଉଥିବା ଅନୁଭବ କରିଥିଲେ। ସେ ବଲକୁ ଠିକ ସମୟରେ ଫ୍ଲିକ କରିବା ସହ ବାଉଣ୍ଡରୀ ବାହାରକୁ ଚାଲି ଯାଇଥିଲେ। ଏହାପରେ ପୁଣି ବାଉଣ୍ଡରୀ ଭିତରକୁ ଆସି ଅତି ଚମତ୍କାର ଢଙ୍ଗରେ କ୍ୟାଚ୍‌ କରିଥିଲେ।

ମ୍ୟାଚ୍‌ ପରେ ଠାକୁରଙ୍କ ଏପରି କ୍ୟାଚ୍‌କୁ ନେଇ ପୂରା ଟିମ ତାଙ୍କୁ ପ୍ରଶଂସା କରିଥିଲା। ଏହାପରେ ତାଙ୍କୁ ଡ୍ରେସିଂ ରୁମ ଭିତରେ ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌ ପଦକ ମିଳିଥିଲା। ବିରାଟ କୋହଲି ତାଙ୍କୁ ଏହି ପଦକ ଦେଇଥିଲେ। କାରଣ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବିରାଟଙ୍କୁ ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌ ପଦକ ମିଳିଥିଲା। ଏହାର ଫଟୋ ବିସିସିଆଇ ପକ୍ଷରୁ ଟ୍ୱିଟ କରାଯାଇଛି।

ICC ICC Men’s Cricket World Cup 2023 ICC World Cup 2023