Advertisment

ସହଜ କ୍ୟାଚ୍‌କୁ ହାତ ଛଡ଼ା କଲେ ଏହି ଖେଳାଳି, ଭିଡିଓ ହେଲା ଭାଇରାଲ

ଜୋହାନ୍ସବର୍ଗ: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଦକ୍ଷିଣ ଆଫ୍ରିକା ବାଜିମାତ କରିଛି। ଏହି ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ଜିତିଥିଲେ ହେଁ ପାକିସ୍ତାନର ଫିଲ୍ଡିଂକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷ କରି ଶର୍ଜିଲ ଖାନ ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ୍‌ ଜର୍ଜ ଲିଣ୍ଡେଙ୍କ ଗୋଟିଏ ସହଜ କ୍ୟାଚ୍‌କୁ ଯେଉଁଭଳି ହାତ ଛଡ଼ା କରିଛନ୍ତି, ତା’ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୋଶାଲ ମିଡିଆରେ ଶର୍ଜିଲ ଖାନଙ୍କ ଏହି କ୍ୟାଚ୍‌ ହାତ ଛଡ଼ା କରିବା […]

ସହଜ କ୍ୟାଚ୍‌କୁ ହାତ ଛଡ଼ା କଲେ ଏହି ଖେଳାଳି, ଭିଡିଓ ହେଲା ଭାଇରାଲ

Pakistan

Advertisment

ଜୋହାନ୍ସବର୍ଗ: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଦକ୍ଷିଣ ଆଫ୍ରିକା ବାଜିମାତ କରିଛି। ଏହି ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ଜିତିଥିଲେ ହେଁ ପାକିସ୍ତାନର ଫିଲ୍ଡିଂକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷ କରି ଶର୍ଜିଲ ଖାନ ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ୍‌ ଜର୍ଜ ଲିଣ୍ଡେଙ୍କ ଗୋଟିଏ ସହଜ କ୍ୟାଚ୍‌କୁ ଯେଉଁଭଳି ହାତ ଛଡ଼ା କରିଛନ୍ତି, ତା’ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ସୋଶାଲ ମିଡିଆରେ ଶର୍ଜିଲ ଖାନଙ୍କ ଏହି କ୍ୟାଚ୍‌ ହାତ ଛଡ଼ା କରିବା ଭିଡିଓକୁ ଶେୟାର ଲୋକମାନେ ତାଙ୍କୁ ପରିହାସ କରିବାରେ ଲାଗିଛନ୍ତି। ଆପଣ ମଧ୍ୟ ଭିଡିଓ ଦେଖିଲେ ନିଜ ହସକୁ ଆଦୌ ଚାପି ପାରିବେ ନାହିଁ।

Advertisment


ମ୍ୟାଚ୍‌ର ୧୩ତମ ଓଭର୍‌ରେ ପୂରା ଘଟଣା ଘଟିଥିଲା। ଉସମାନ କାଦିରଙ୍କ ଗୋଟିଏ ବଲ୍‌କୁ ଲିଣ୍ଡେ ଲଗଅନ୍‌ ଅଞ୍ଚଳକୁ ମାରିଥିଲେ। ବଲଟି ଶୂନ୍ୟରେ ସିଧା ଉକ୍ତ ଅଞ୍ଚଳରେ ଫିଲ୍ଡିଂ କରୁଥିବା ଶର୍ଜିଲଙ୍କ ପାଖକୁ ଯାଉଥିଲା। ହେଲେ ସେ ଏହାକୁ ଠିକ୍‌ ଭାବେ ଜଜ୍‌ମେଣ୍ଟ କରିପାରି ନଥିଲେ।

ବଲ୍‌ଟି ତାଙ୍କ ଆଡ଼କୁ ଯାଉଥିଲେ ହେଁ ସେ ଆଗକୁ ଦୌଡ଼ି ଆସିଥିଲେ। ହେଲେ ବଲ୍‌ଟି ତାଙ୍କ ପଛରେ ପଡ଼ିଥିଲା। ବଲ୍‌ରେ ଆଦୌ ପାୱର ନଥିବାରୁ ଏହା ବାଉଣ୍ଡରୀକୁ ମଧ୍ୟ ଛୁଇଁ ପାରି ନଥିଲା। ଶେଷରେ ଆଉ ଜଣେ ପାକ୍‌ ଖେଳାଳି ବଲ୍‌କୁ କଲକେସନ କରି ୱିକେଟ କିପରଙ୍କୁ ଦେଇଥିଲେ। ଶର୍ଜିଲ ଗୋଟିଏ ଅତି ସହଜ କ୍ୟାଚ୍‌କୁ ହାତ ଛଡ଼ା କରିଥିବାରୁ ତାଙ୍କୁ ସମସ୍ତେ ଟ୍ରୋଲ କରିବାରେ ଲାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe