Advertisment

ଟି-୨୦ରେ ନୂଆ ଅଧିନାୟକ ଚୟନ ପାଇଁ କହିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ପାଇଁ ଟି-୨୦ରେ ନୂଆ ଅଧିନାୟକଙ୍କୁ ତୁରନ୍ତ ନିଯୁକ୍ତ ମିଳିବା ଦରକାର। ସେହିପରି ଟି-୨୦ ବିଶ୍ୱ ବିଜେତା ଇଂଲଣ୍ଡର ଆଭିମୁଖ୍ୟକୁ ଭାରତ ଅନୁସରଶ କରିବା ଉଚିତ ବୋଲି କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ଏବେ ୩୫ ବର୍ଷୀୟ ରୋହିତ ଶର୍ମା ସବୁ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ରହିଛନ୍ତି। କିନ୍ତୁ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଟିମ ଇଣ୍ଡିଆ ଏକତରଫା ଭାବେ ଇଂଲଣ୍ଡ ଠାରୁ ହାରିବା ପରେ ରୋହିତଙ୍କ […]

ଅଦ୍ୟତନ ହୋଇଛି
ଟି-୨୦ରେ ନୂଆ ଅଧିନାୟକ ଚୟନ ପାଇଁ କହିଲେ ରବି ଶାସ୍ତ୍ରୀ

Ravi-shastri

Advertisment

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ପାଇଁ ଟି-୨୦ରେ ନୂଆ ଅଧିନାୟକଙ୍କୁ ତୁରନ୍ତ ନିଯୁକ୍ତ ମିଳିବା ଦରକାର। ସେହିପରି ଟି-୨୦ ବିଶ୍ୱ ବିଜେତା ଇଂଲଣ୍ଡର ଆଭିମୁଖ୍ୟକୁ ଭାରତ ଅନୁସରଶ କରିବା ଉଚିତ ବୋଲି କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ।

Advertisment

ଏବେ ୩୫ ବର୍ଷୀୟ ରୋହିତ ଶର୍ମା ସବୁ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ରହିଛନ୍ତି। କିନ୍ତୁ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଟିମ ଇଣ୍ଡିଆ ଏକତରଫା ଭାବେ ଇଂଲଣ୍ଡ ଠାରୁ ହାରିବା ପରେ ରୋହିତଙ୍କ କ୍ୟାପ୍ଟେନ୍ସି ଉପରେ ପ୍ରଶ୍ନ ଉଠିଛି। ବିଭିନ୍ନ ମହଲରେ ନୂଆ ଟି-୨୦ କ୍ୟାପ୍ଟେନ ନିଯୁକ୍ତ କରିବାକୁ ଦାବି ହେଉଛି। ଏହି ଦାବିକୁ ରବି ଶାସ୍ତ୍ରୀ ମଧ୍ୟ ସମର୍ଥନ କରିଛନ୍ତି।

ଆସନ୍ତାକାଲି ଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ ଏବଂ ପରେ ଦିନିକିଆ ସିରିଜ ଖେଳାଯିବ। ଏହି ସିରିଜ୍‌ରେ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବଶ୍ରାମ ଦିଆଯାଇଛି। ରୋହିତଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ରେ ଓ ଶିଖର ଧୱନ ଦିନିକିଆରେ ଭାରତର କମାଣ ସମ୍ଭାଳିବେ।

Advertisment

ଏସବୁ ଭିତରେ ରବି ଶାସ୍ତ୍ରୀ କହିଛନ୍ତି ଯେ “ଟି-୨୦ କ୍ରିକେଟରେ ନୂଆ କ୍ୟାପ୍ଟେନଙ୍କୁ ନିଯୁକ୍ତ ଦେବାରେ କୌଣସି ସମସ୍ୟା ଥିବା ମୁଁ ଭାବୁନି। କାରଣ ଏବେ କ୍ରିକେଟର ସ୍ଥିତିକୁ ଦେଖିଲେ ଜଣେ ଖେଳାଳି ୩ଟି ଟାକ ଫର୍ମାଟ ଖେଳିବା ଆଦୌ ସହଜ ନୁହେଁ। ରୋହିତ ଶର୍ମା ଦିନିକିଆ ଓ ଟେଷ୍ଟ ଟିମ୍‌ର ନେତୃତ୍ୱ ନେଉଛନ୍ତି। ତେଣୁ ଟି-୨୦ ପାଇଁ ଏବେ ଠାରୁ ନୂଆ କ୍ୟାପ୍ଟେନଙ୍କୁ ଚୟନ କରାଯିବା ଦରକାର। ଯଦି ସେ ଖେଳାଳିଙ୍କ ନାଁ ହାର୍ଦ୍ଦିକ ପାଣ୍ଡ୍ୟା। ତା’ହେଲେ ବହୁତ ଭଲ।”

ଇଂଲଣ୍ଡ ଯେଉଁଭଳି ଭାବେ ଦଳରେ ପରିବର୍ତ୍ତନ କରିବାର ରଣନୀତି ଆପଣାଇଛି ଓ ଏହି ପରିବର୍ତ୍ତନ ଯୋଗୁ ଦଳ ଟି-୨୦ ବିଶ୍ୱକପ ଜିତିଥିବାରୁ ଶାସ୍ତ୍ରୀ ଏହାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ “ସେମାନେ(ଇଂଲଣ୍ଡ) ବସିଥିଲେ ଓ ନିଷ୍ପତ୍ତି ନେଇଥିଲେ ଯେ ଆମେ ଆମର ସମ୍ବଳକୁ ପରିବର୍ତ୍ତନ କରିବୁ। ଆମେ ବିଭିନ୍ନ ଫର୍ମାଟ ପାଇଁ ନିଜର ଶ୍ରେଷ୍ଠ ଖେଳାଳିଙ୍କୁ ଚୟନ କରିବୁ। ସେ ଟି-୨୦ ହେଉ କି ୫୦ ଓଭର, ସେମାନେ ଶ୍ରେଷ୍ଠ ଖେଳାଳିଙ୍କୁ ବାଛିବାକୁ ନିଷ୍ପତ୍ତି ନେଇଥିଲେ।

ଯଦି ଏହି ପ୍ରକ୍ରିୟାରେ କୌଣସି ବରିଷ୍ଠ ଖେଳାଳି ବାଦ ପଡ଼ୁଛନ୍ତି, ତା’ହେଲେ ବି ସେମାନେ ଏଥିପାଇଁ ବିଚଳିତ ହେଉନାହାନ୍ତି। ସେମାନେ ଜୋଶ ଭରା ଯୁବ ତାରକାରଙ୍କୁ ଟିମରେ ସାମିଲ କରୁଛନ୍ତି। ଏହା ଟି-୨୦ ଫର୍ମାଟ ପାଇଁ ବେଶ ଜରୁରୀ। ଏହି ପ୍ରକ୍ରିୟାକୁ ବେଶ ସହଜର ଅନୁସରଣ କରାଯାଇ ପାରିବ। ଭାରତ ପାଖରେ ଅନେକ ସମ୍ବଳ ରହିଛି। ତେଣୁ ଏହା ଉପରେ ଏବେ ଠାରୁ ଓ ଏହି ଟୁରରୁ ପ୍ରକ୍ରିୟା ଆରମ୍ଭ କରାଯିବା ଦରକାର।

୬୦ ବର୍ଷୀୟ ବୃଦ୍ଧ କେବେ ହେଲେ ଚିନ୍ତା କରିବେ ନାହିଁ ଯେ ଭାରତୀୟ ଖେଳାଳିମାନେ ବିଦେଶରେ ଟି-୨୦ ଲିଗ ଖେଳନ୍ତୁ। ଲିଗ୍‌ରେ ଭାଗ ନେଇ ସେଠାକାର ପରିବେଶ ସହ ଭାରତୀୟ ଖେଳାଳି ଖାପ ଖୁଆଇବା ଦରକାର ବୋଲି ବୃଦ୍ଧ ଜଣଙ୍କ କେବେ ହେଲେ ଚିନ୍ତା କରିବେ ନାହିଁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe