Advertisment

କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଶିଖର ଧଓ୍ୱନ

ଶିଖର ସୋଶାଲ ମିଡିଆରେ ଭିଡିଓ ଜାରି କରି କ୍ରିକେଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
shikhar-dhawan

shikhar-dhawan

Advertisment

ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଗବ୍ବର୍‌ ତଥା ଷ୍ଟାର ଓପନର୍‌ ଶିଖର ଧଓ୍ୱନ। ୧୪ ବର୍ଷର କ୍ରିକେଟ ଯାତ୍ରାରେ ଲାଗିଲା ଫୁଲ୍‌ଷ୍ଟପ୍‌। ସେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। 

Advertisment

ଶିଖର ସୋଶାଲ ମିଡିଆରେ ଭିଡିଓ ଜାରି କରି କ୍ରିକେଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି କହିଛନ୍ତି। ଏଥିସହ କ୍ରିକେଟରୁ ଅବସର ଘୋଷଣା କରିବା ବେଳେ ସେ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି। ସେ ବିସିସିଆଇ, ଡିଡିସିଆଇ(ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌) ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। 

Advertisment

କେବଳ ସେତିକି ନୁହେଁ ଭାରତୀୟ କ୍ରିକେଟ ଓ୍ୱାଲ୍ଡରେ 'ଗବ୍ବର' ନାମରେ ପ୍ରସିଦ୍ଧ ଥିବା ଶିଖର ତାଙ୍କ ସାଥୀ ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ମ୍ୟାଚ୍ ସମୟରେ ମୁଁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଏବଂ ଭଲପାଇବା ପାଇଛି ବୋଲି ସେ କହିଛନ୍ତି। 

ଶିଖର ଧଓ୍ୱନ୍‌ ନିଜ କ୍ୟାରିୟର୍‌ରେ ୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ୨୦୧୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୩୪ ମ୍ୟାଚରୁ ୪୦ ଆଭରେଜରେ ୨ ହଜାର ୩୧୫ରନ ସଂଗ୍ରହ କରିଥିଲେ। 

ସେହପରି ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ଧୱନ ୧୬୭ ମ୍ୟାଚରୁ ୬ ହଜାର ୯୯୩ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୧୭ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ସାମିଲ ରହିଛି। ନିଜ କ୍ୟାରିୟରରେ ସେ ୬୮ ଟି-ଟ୍ୱେଣ୍ଟି ଖେଳି ୧୭୫୯ ରନ ସଂଗ୍ରହ କରିଛନ୍ତି। ୨୦୧୩ ଚାମ୍ପିଅନସ ଟ୍ରିଫିରେ ଭଲ ପ୍ରଦର୍ଶନ କରିଥିଲେ ଶିଖର ଧୱନ। 

Shikhar Dhawan Shikhar Dhawan Announced Retirement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe