Advertisment

ମନାଲି ଟ୍ରିପ୍‌ ପରେ ୧୫ ବର୍ଷ ବୟସରେ ଧୱନ୍‌ଙ୍କର ହୋଇଥିଲା ଏଚ୍‌ଆଇଭି ଟେଷ୍ଟ

ମାତ୍ର ୧୪ ୧୫ ବର୍ଷ ବୟସରେ ଧୱନ ମନାଲିରୁ ଫେରି ନିଜର ଏଚ୍‌ଆଇଭି ଟେଷ୍ଟ ମଧ୍ୟ କରିଥିଲେ। ଏହା ପଛର କାରଣ ସମ୍ପର୍କରେ ଧୱନ ନିକଟରେ ଦେଇଥିବା ଗୋଟିଏ ସାକ୍ଷାତକାରରେ ଖୁଲାସା କରିଛନ୍ତି।

author-image
Hemant Lenka
Shikhar Dhawan

Shikhar Dhawan

କ୍ରିକେଟର ଶିଖର ଧୱନ କେବଳ ବ୍ୟାଟିଂ ପାଇଁ ନୁହେଁ, ବରଂ ନିଜ ସ୍ୱାଗ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ନିଜର ଷ୍ଟାଇଲିଶ ନିଶ ପାଇଁ ତ ଆଉ କେତେବେଳେ ନୂଆ ନୂଆ ହେୟାର ଷ୍ଟାଇଲ ତାଙ୍କୁ ସମସ୍ତଙ୍କ ଠାରୁ ଅଲଗା କରିଥାଏ। ତାଙ୍କ ଟାଟୁ ମଧ୍ୟ ଚର୍ଚ୍ଚାରେ ରହିଥାଏ। ସେ ତାଙ୍କ ଦେହରେ ଅନେକ ଟାଟୁ ମଧ୍ୟ କରିଛନ୍ତି।

Advertisment

ତେବେ ମାତ୍ର ୧୪ ୧୫ ବର୍ଷ ବୟସରେ ଧୱନ ମନାଲିରୁ ଫେରି ନିଜର ଏଚ୍‌ଆଇଭି ଟେଷ୍ଟ ମଧ୍ୟ କରିଥିଲେ। ଏହା ପଛର କାରଣ ସମ୍ପର୍କରେ ଧୱନ ନିକଟରେ ଦେଇଥିବା ଗୋଟିଏ ସାକ୍ଷାତକାରରେ ଖୁଲାସା କରିଛନ୍ତି।

ସେ କହିଛନ୍ତି, “ମୋତେ ଯେତେବେଳେ ୧୪-୧୫ ବର୍ଷ ବୟସ ହୋଇଥିଲା ମୁଁ ମନାଲି ଯାଇଥିଲି। ଘର ଲୋକଙ୍କୁ ନ କହି ସେଠାରେ ମୁଁ ପିଠିରେ ଗୋଟିଏ ଟାଟୁ କରି ଦେଇଥିଲି। କିଛି ଦିନ ପାଇଁ ଏକଥା ମୁଁ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲି। କିନ୍ତୁ ୩ରୁ ୪ ମାସ ପରେ ମୋ ବାପା ଟାଟୁ କଥା ଜାଣି ଦେଇଥିଲେ। ସେ ମୋତେ ପ୍ରବଳ ପିଟିଥିଲେ।

Advertisment

ତେବେ ଟାଟୁ ପାଇଁ ବ୍ୟବହାର ହୋଇଥିବା ଛୁଞ୍ଚି ସମ୍ପର୍କରେ ଜାଣିବା ପରେ ମୁଁ ଭୟଭୀତ ହୋଇ ଯାଇଥିଲି। କେତେ ଲୋକ ସମାନ ଛୁଇଁଞ୍ଚିରେ ଟାଟୁ କରିଥିଲେ, ସେକଥା ମୋତେ ଜଣା ନଥିଲା। ତେଣୁ ମୁଁ ଏଚ୍‌ଆଇଭି ଟେଷ୍ଟ କରିଥିଲେ। ଏହା ନେଗେଟିଭ ଆସିଥିଲା।”

ଟାଟୁ ସମ୍ପର୍କରେ ଅଧିକ ସୂଚନା ଦେଇ ଧୱନ କହିଛନ୍ତି, “ମୋର ପ୍ରଥମ ଟାଟୁ ପିଠିରେ ରହିଛି। ଏହା ଗୋଟିଏ ବିଛା। କାରଣ ସେହି ସମୟରେ ମୋ ମନରେ ବିଛା କଥା ହିଁ ଆସିଥିଲା। କିଛି ଦିନ ପରେ ମୁଁ ସେଥିରେ କିଛି ଡିଜାଇନ କରିଛି। ମୋ ହାତରେ ଭଗବାନ ଶିବଙ୍କ ଟାଟୁ ରହିଛି। ଅର୍ଜୁନଙ୍କର ଗୋଟିଏ ଟାଟୁ ବି ମୁଁ କରିଛି।”

ଧୱନ ବେଶ କିଛି ଦିନ ହେବ ଟିମ ଇଣ୍ଡିଆ ସ୍କ୍ୱାଡରେ ସୁଯୋଗ ପାଉ ନାହାନ୍ତି। କିନ୍ତୁ ତାଙ୍କୁ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଦେଖିବାକୁ ମିଳିବ। ସେ ପଞ୍ଜାବ କିଙ୍ଗସର ନେତୃତ୍ୱ ନେବେ।

Indian Cricket Team Shikhar Dhawan