ଶିମରନ ହେଟମେୟରଙ୍କ ବିଶ୍ୱ ରେକର୍ଡ, ଦେଖନ୍ତୁ ଭିଡିଓ

ସେ ଟି-୨୦ରେ ଖେଳିଛନ୍ତି ବିସ୍ଫୋରକ ଇନିଂସ। ସିପିଏଲରେ ଗୁୟନା ଆମାଜନ ୱାରିୟର୍ସ ପାଇଁ ଖେଳୁଥିବା ହେଟମେୟର ନିଜର କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଛନ୍ତି।

ଶିମରନ ହେଟମେୟର

  • Published: Saturday, 07 September 2024
  • , Updated: 07 September 2024, 08:01 PM IST

ଟି-୨୦ରେ ବିଶ୍ୱ ରେକର୍ଡ କରିଛନ୍ତି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟର ଶିମରନ ହେଟମେୟର। ସେ ଟି-୨୦ରେ ଖେଳିଛନ୍ତି ବିସ୍ଫୋରକ ଇନିଂସ। ସିପିଏଲରେ ଗୁୟନା ଆମାଜନ ୱାରିୟର୍ସ ପାଇଁ ଖେଳୁଥିବା ହେଟମେୟର ନିଜର କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଛନ୍ତି। ଗୁୟନା ଆମାଜନ ୱାରିୟର୍ସ ମଧ୍ୟ ସେଣ୍ଟ କିଟ୍ଟିସ ବିରୋଧରେ ଦ୍ୱିତୀୟ ସର୍ବାଧିକ ରନ ହାସଲ କରିପାରିଛି।

ହେଟମେୟର ଓ ଆଫଗାନିସ୍ତାନର ରହମନୁଲ୍ଲା ଗୁରବାଜ(୩୭ ବଲରେ ୬୯)ଙ୍କ ବିସ୍ଫୋରଣ ଯୋଗୁ ଗୁୟନା ଆମାଜନ ୱାରିୟର୍ସ ୨୦ ଓଭରରେ ୭ ୱିକେଟ ହରାଇ ୨୬୬ ରନ କରିବାକୁ ସକ୍ଷମ ହୋଇଛି। ପୂର୍ବରୁ ସିପିଏଲ ଇତହାସର ଦ୍ୱିତୀୟ ସର୍ବାଧକ ଦଳ ଗତ ସ୍କୋର Jamaica Tallawahs ନାଁରେ ଥିଲା। ଦଳ ୨୦ ଓଭରରେ ୨୫୫ ରନ କରିଥିଲା।

ତେବେ ପୂରା ମ୍ୟାଚ୍‌ରେ ହେଟମେୟର ଚର୍ଚ୍ଚାରେ ରହିଛନ୍ତି। ସେ ୩୯ ବଲରେ ୯୧ ରନର ଇନିଂସ ଖେଳି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଏହି ଇନିଂସରେ ୧୧ଟି ଛକା ମାରିଥିଲେ ହେଁ ଗୋଟିଏ ହେଲେ ଚୌକା ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିନାହିଁ। ଟି-୨୦ କ୍ରିକେଟରେ ପ୍ରଥମଥର ପାଇଁ ଏମିତି ଘଟଣା ଘଟିଛି, ଯେଉଁଟି ଜଣେ ବ୍ୟାଟରୁ ୧୦ରୁ ଅଧିକ ଛକା ମାରିଥିଲେ ହେଁ ତାଙ୍କ ବ୍ୟାଟରୁ ଗୋଟିଏ ବି ଚୌକା ଦେଖିବାକୁ ମିଳି ନାହିଁ।

 
 
 
 
 
 
 
 
 
 
 
 
 
 
 

A post shared by CPL T20 (@cplt20)

ପୂର୍ବରୁ ଏହି ରେକର୍ଡ ରିକି ୱେସେଲ୍ସଙ୍କ ନାଁରେ ଥିଲା। ସେ ୨୦୧୮ରେ ଟି-୨୦ ବ୍ଲାଷ୍ଟ ଗେମରେ ସର୍ବାଧିକ ୯ଟି ଛକା ମାରିଥିଲେ। ସେହିପରି ୱିଲ ଜ୍ୟାକ୍ସ ୨୦୧୯ରେ ୮ଟି, ସୟିଦ ଅଜିତ ୨୦୨୨ରେ ୮ଟି, ୨୦୨୩ରେ ନେପାଳର ଦିପେନ୍ଦର ସିଂହ ୮ ଓ ୨୦୨୪ ଆଇପିଏଲରେ ହେନରିଚ କ୍ଲାସେନ ୮ଟି ଛକା ମାରିଥିଲେ। ଏହି ସବୁ ବ୍ୟାଟର ନିଜ ଇନିଂସରେ ଆଦୌ ଚୌକା ମାରି ନଥିଲେ।

ଅନ୍ୟପକ୍ଷରେ ଗୁୟନା ଆମାଜନ ୱାରିୟର୍ସ ଓ ଏସକେଏନ୍‌ ମ୍ୟାଚରେ ଆଉ ଏକ ରେକର୍ଡ ହୋଇଛି। ଏହି ମ୍ୟାଚ୍‌ରେ ଟି-୨୦ କ୍ରିକେଟରେ ସର୍ବାଧିକ ୪୨ଟି ଛକା ଦେଖିବାକୁ ମିଳିଛି। ୨୦୨୪ ଆଇପିଏଲରେ କୋଲକାତା ଓ ପଞ୍ଜାବ କିଙ୍ଗସ ମ୍ୟାଚରେ ମଧ୍ୟ ଉଭୟ ଦଳ ସମାନ ୪୨ଟି ଛକା ମାରିଥିଲେ।

Related story