Advertisment

ସମ୍ମାନ ରଖିଲେ ଦୁବେ ଓ ତେୱାତିଆ, ରୟାଲ୍ସ ୧୭୭/୯

ମୁମ୍ବାଇ: ଟପ୍ ଅର୍ଡର ବିଫଳତା ସତ୍ତ୍ୱେ ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୭ ରନ୍ କରିଛି। ଫଳରେ ମ୍ୟାଚକୁ ଜିତିବା ପାଇଁ ଆରସିବିକୁ ୧୭୮ ରନ୍ କରିବାକୁ ପଡ଼ିବ। ରାଜସ୍ଥାନର ଶୀର୍ଷ ଚାରିଜଣ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ହେଲେ ମିଡଲ୍ ଅର୍ଡରରେ ଶିବମ ଦୁବେ, ରିୟାନ୍ ପରାଜ ଓ […]

ଅଦ୍ୟତନ ହୋଇଛି
ସମ୍ମାନ ରଖିଲେ ଦୁବେ ଓ ତେୱାତିଆ, ରୟାଲ୍ସ ୧୭୭/୯

Shivam-Dube

Advertisment

ମୁମ୍ବାଇ: ଟପ୍ ଅର୍ଡର ବିଫଳତା ସତ୍ତ୍ୱେ ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୭ ରନ୍ କରିଛି। ଫଳରେ ମ୍ୟାଚକୁ ଜିତିବା ପାଇଁ ଆରସିବିକୁ ୧୭୮ ରନ୍ କରିବାକୁ ପଡ଼ିବ।

Advertisment

ରାଜସ୍ଥାନର ଶୀର୍ଷ ଚାରିଜଣ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ହେଲେ ମିଡଲ୍ ଅର୍ଡରରେ ଶିବମ ଦୁବେ, ରିୟାନ୍ ପରାଜ ଓ ରାହୁଲ ତେୱାତିଆ ଜବରଦସ୍ତ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ଶିବମ ଦୁବେ ସର୍ବାଧିକ ୪୬ (୩୨ ବଲ୍, ୫ ଚୌକା, ୨ ଛକା), ରାହୁଲ୍ ତେୱାତିଆ ୪୦ (୨୩ ବଲ୍, ୪ ଚୌକା, ୨ ଛକା) ଓ ରିୟାନ୍ ୨୫ (୧୬ ବଲୋ, ୪ ଚୌକା) ରନ୍ କରିଛନ୍ତି। ଆରସିବି ପକ୍ଷରୁ ମହମ୍ମଦ ସିରାଜ ଓ ହର୍ଷଲ୍ ପଟେଲ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦୁଇ ଓପ୍ନର ଜୋସ୍ ବଟଲର୍ (୮) ଓ ମନନ୍ ବୋହରା (୭) ନିରାଶ କରିଥିବା ବେଳେ ଡେଭିଡ୍ ମିଲର୍ ଖାତା ଖୋଲିପାରିନଥିଲେ। କ୍ୟାପଟେନ୍ ସଞ୍ଜୁ ସାମସନ୍ (୨୧) ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଏଥିସହ ରାଜସ୍ଥାନ ୪୩ ରନ୍ ଭିତରେ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବସିଥିଲା।

Advertisment

ଏହି ସମୟରେ ଟିମର ସ୍କୋର ୧୨୦ ରନ୍ ଭିତରେ ସୀମିତ ରହିଯିବ ବୋଲି ଲାଗୁଥିଲା। କିନ୍ତୁ ଦୁବେ ଓ ରିୟାନ ପରାଗ ଦମଦାର ବ୍ୟାଟିଂ କରିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୬୬ ରନ୍ ଯୋଡ଼ି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ରିୟାନ ବ୍ୟକ୍ତିଗତ ୨୫ ରନ୍ କରିଥିବା ବେଳେ ତାଙ୍କୁ ହର୍ଷଲ୍ ପଟେଲ ଆଉଟ୍ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ତେୱାତିଆ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରିଥିଲେ।

ଦୁବେ ଅର୍ଦ୍ଧଶତକରୁ ୪ ରନ୍ ପଛରେ ଥିବା ବେଳେ ତାଙ୍କୁ କେନ୍ ରିଚାର୍ଡସନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ତେୱାତିଆ ଦ୍ରୁତ ରନ୍ କରି ଦଳକୁ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ। ତେୱାତିଆଙ୍କ ଆଉଟ୍ ପରେ ଦଳର ରନ୍ କମି ଯାଇଥିଲା। କ୍ରିସ୍ ମୋରିସ୍ ୧୦ ରନ୍ କରି ଆଉଟ୍ ହୋଇଥିବା ବେଳେ ଶ୍ରେୟସ ଗୋପାଳ ୭ ରନ୍ କରି ଅପରାଜିତ ଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe