Advertisment

୭ ଛକା, ୧୯୦ରୁ ଅଧିକ ଷ୍ଟ୍ରାଇକ ରେଟ, କମବ୍ୟାକ ମ୍ୟାଚ୍‌ରେ ଗର୍ଜିଲେ ଏହି ବ୍ୟାଟର

ଦୁବେ ପ୍ରତିପକ୍ଷ ଟିମର ସବୁ ବୋଲରଙ୍କୁ କଡ଼ା ପ୍ରହାର କରିବା ସହ ୧୯୧ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଛନ୍ତି। ସେ ତାଙ୍କ ଇନିଂସରେ ୭ଟି ବିଶାଳ ଛକା ମଧ୍ୟ ମାରିଛନ୍ତି।

author-image
Hemant Lenka
shivam

shivam

ଜୁଲାଇ ମାସରୁ ଆହତ ସମସ୍ୟା ଯୋଗୁ କ୍ରିକେଟରୁ ଦୂରେଇ ରହିଥିବା ବାମହାତୀ ବ୍ୟାଟର ଶିବମ ଦୁବେ ବେଶ ନାଟକୀୟ ଢଙ୍ଗରେ କମବ୍ୟାକ କରିଛନ୍ତି। ମୁମ୍ବାଇ ପାଇଁ ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନିଜ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ ଖେଳି ବିସ୍ଫୋରକ ରୂପ ଦେଖାଇଛନ୍ତି।

Advertisment

ଦୁବେ ପ୍ରତିପକ୍ଷ ଟିମର ସବୁ ବୋଲରଙ୍କୁ କଡ଼ା ପ୍ରହାର କରିବା ସହ ୧୯୧ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଛନ୍ତି। ସେ ତାଙ୍କ ଇନିଂସରେ ୭ଟି ବିଶାଳ ଛକା ମଧ୍ୟ ମାରିଛନ୍ତି।

ହାଇଦ୍ରାବାଦରେ ସର୍ଭିସ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ୬୦/୩ ଥିବା ବେଳେ ଦୁବେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ସମୟରେ କ୍ରିଜରେ ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ରହିଥିଲେ। ସେ ଏହି ସମୟରେ ୧୫ ରନ କରିଥିଲେ। ଉଭୟ ୧୧ ଓଭରରେ ମୁମ୍ବାଇ ପାଇଁ ୧୩୦ ରନ ଯୋଡ଼ି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ।

Advertisment

ଦୁବେ ଏହି ଭାଗିଦାରୀରେ ୭୧ ରନ କରିଛନ୍ତି। ସୂର୍ଯ୍ୟ ମଧ୍ୟ ମ୍ୟାଚ୍‌ରେ ୭୦ ରନର ଇନିଂସ ଖେଳିଛନ୍ତି। କିନ୍ତୁ ୩୫ ବଲରେ ଦୁବେ କରିଥିବା ଅପରାଜିତ ୭୧ ରନ ବେଶ ଚିତାକର୍ଷକ ଓ ଆକର୍ଷଣୀୟ ରହିଥିଲା। ଦୁବେ ତାଙ୍କ ଇନିଂସରେ ୭ଟି ଛକା ସହ ୨ଟି ଚୌକା ମଧ୍ୟ ମାରିଛନ୍ତି।

୨୦୨୨ ଆଇପିଏଲରେ ଦୁବେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଥିଲେ। ସେ ୧୫୬.୨୧ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଥିଲେ। ୨୦୨୩ରେ ସେ ୪୧୮ ରନ ଓ ୨୦୨୪ରେ ୩୯୬ ରନ କରିଥିଲେ। ଦମଦାର ପ୍ରଦର୍ଶନ ଯୋଗୁ ତାଙ୍କୁ ୨୦୨୪ ଟି-୨୦ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିଥିଲା। ସେ ମଧ୍ୟ ଠିକଠାକ ପ୍ରଦର୍ଶନ କରିଥିଲେ।

ତେବେ ଜୁଲାଇ ମାସ ଠାରୁ ଆହତ ସମସ୍ୟା ଯୋଗୁ ଶିବମ ଦୁବେ କ୍ରିକେଟରୁ ଦୂରେଇ ରହିଥିଲେ। ତଥାପି ତାଙ୍କୁ ଆଇପିଏଲ ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ୧୨ କୋଟି ଟଙ୍କା ବଳରେ ରିଟେନ କରିଥିଲା। ଏବେ ସେ କମବ୍ୟାକ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ନିଜର ଜଲୱା ଦେଖାଇଛନ୍ତି।

Cricket Shivam Dube Syed Mushtaq Ali Trophy