Advertisment

’ଭାରତରେ ସ୍ଥିତି ସାଙ୍ଘାତିକ, ସମସ୍ତେ ସହାୟତାର ହାତ ବଢ଼ାନ୍ତୁ’

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର୍ ଭାରତରେ ଭୟର ବାତାବରଣ ସୃଷ୍ଟି କରିସାରିଛି। ଦେଶରେ ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବେଡ୍‌ର ଅଭାବ ମଧ୍ୟ ଦେଖା ଦେଇଛି। ଦେଶରେ ଏବେ ପ୍ରତିଟି ଜୀବନ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରହିଛି। ହସ୍ପିଟାଲ ଗୁଡ଼ିକରେ ଅକ୍ସିଜେନ୍ ସିଲିଣ୍ଡର ଅଭାବ ଦେଖା ଦେଇଛି। କରୋନା ବିରୋଧରେ ଭାରତର ଏହି ଲଢ଼େଇ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଅନେକ ଦେଶ। ଏଭଳି […]

’ଭାରତରେ ସ୍ଥିତି ସାଙ୍ଘାତିକ, ସମସ୍ତେ ସହାୟତାର ହାତ ବଢ଼ାନ୍ତୁ’

shoaib-akhtar

Advertisment

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର୍ ଭାରତରେ ଭୟର ବାତାବରଣ ସୃଷ୍ଟି କରିସାରିଛି। ଦେଶରେ ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବେଡ୍‌ର ଅଭାବ ମଧ୍ୟ ଦେଖା ଦେଇଛି। ଦେଶରେ ଏବେ ପ୍ରତିଟି ଜୀବନ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରହିଛି। ହସ୍ପିଟାଲ ଗୁଡ଼ିକରେ ଅକ୍ସିଜେନ୍ ସିଲିଣ୍ଡର ଅଭାବ ଦେଖା ଦେଇଛି। କରୋନା ବିରୋଧରେ ଭାରତର ଏହି ଲଢ଼େଇ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଅନେକ ଦେଶ।

Advertisment

ଏଭଳି ଏକ ସଂକଟ ସମୟରେ ପଡ଼ୋଶୀ ଦେଶ ପାକିସ୍ତାନ ମଧ୍ୟ ଭାରତ ସହ ଛିଡ଼ା ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପରେ ଦେଶର ପୂର୍ବତନ କ୍ରିକେଟର୍ ଶୋଏବ ଅଖତର ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ଭାରତରେ ଖୁବଶୀଘ୍ର ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ନେଇ ଅଖତର ଆଶା ପ୍ରକଟ କରିଛନ୍ତି।

https://twitter.com/shoaib100mph/status/1385562363093471233?s=20

ଅଖତର ଟ୍ୱିଟ୍ କରି ଲେଖିଛନ୍ତି, ଭାରତବାସୀଙ୍କ ପ୍ରତି ମୋର ପ୍ରାର୍ଥନା ରହିଛି। ମୋର ବିଶ୍ୱାସ ସେ ଭାରତରେ ପୁଣିଥରେ ସବୁକିଛି ସ୍ୱାଭାବିକ ଅବସ୍ଥାକୁ ଫେରିବ। ଭାରତ ସରକାର ସଙ୍କଟକୁ ଭଲ ଭାବେ ସମ୍ଭାଳିବାରେ ସକ୍ଷମ। ଆମେ ସମସ୍ତେ ସେମାନଙ୍କ ସହ ଅଛୁ। ଅଖତର ଟ୍ୱିଟ୍ ସହ #IndiaNeesdsOxygen #IndiaFightsCOVID19 #oneworld ହ୍ୟାଶଟ୍ୟାଗର ବ୍ୟବହାର କରିଛନ୍ତି।

Advertisment

ଅଖତର ମଧ୍ୟ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ଭାରତ ପାଇଁ ବର୍ତ୍ତମାନ ସ୍ଥିତି ବହୁତ ଖରାପ ରହିଛି। ପ୍ରତିଦିନ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହେଉଛନ୍ତି। କୌଣସି ସରକାର ପକ୍ଷେ ଏଭଳି ସ୍ଥିତିର ମୁକାବିଲା କରିବା କଷ୍ଟକର। ମୁଁ ନିଜ ଦେଶବାସୀ ଓ ପାକିସ୍ତାନ ସରକାରକୁ ଅପିଲ୍ କରୁଛି ଯେ ଆମର ଭାଇ ଓ ଭଉଣୀମାନେ ସମସ୍ୟାରେ ଅଛନ୍ତି। ସେମାନଙ୍କର ଯଥାସମ୍ଭବ ସହାୟତା କରନ୍ତୁ। ଅଖତରଙ୍କ ବ୍ୟତୀତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ମଧ୍ୟ ଭାରତ ପାଇଁ ଚିନ୍ତା ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ଏବେ ସାରା ବିଶ୍ୱରେ କରୋନା ମହାମାରୀର ଏପିସେଣ୍ଟର ହୋଇଛି। ପ୍ରତିଦିନ ଏଠାରେ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି। ଦେଶରେ ଲଗାତର ତୃତୀୟ ଦିନରେ ତିନି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୩,୪୬,୭୮୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨,୬୨୪ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe