ଭାରତର ଶେଷ ଭରସା ଧ୍ରୁବ ଜୁରେଲ, ସ୍କୋର ୨୧୯/୭

ଦ୍ୱିତୀୟ ଦିନର ଖେଳ ଶେଷ ବଳକୁ ଭାରତ ତା’ର ପ୍ରଥମ ଇନିଂସରେ ୭ ୱିକେଟ ହରାଇ ୨୧୯ ରନ କରିଛି। ଏବେ ଦଳ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୧୩୪ ରନ ପଛରେ ରହିଛି।

Jurel

ଶଟ ଖେଳୁଛନ୍ତି ଧ୍ରୁବ ଜୁରେଲ

Hemant Lenka
  • Published: Saturday, 24 February 2024
  • Updated: 24 February 2024, 05:11 PM IST

ଇଂଲଣ୍ତର ସ୍ପିନ ଜାଲରେ ଫସି ଯାଇଛି ଟିମ ଇଣ୍ଡିଆ। ୪ର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇଂଲଣ୍ଡକୁ ପ୍ରଥମ ଇନିଂସରେ ୩୫୩ ରନରେ ରୋକିବା ପରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ଦିନରେ ସଂଘର୍ଷ କରିଛି।

ଯଶସ୍ୱୀ ଜୈସୱାଲଙ୍କୁ ଛାଡ଼ି ଦେଲେ କେହି ବି ଇଂଲଣ୍ଡ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନାହାନ୍ତି। ବିଶେଷ କରି ଇଂଲଣ୍ଡ ସ୍ପିନର ଶୋଏବ ବଶିର ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି। ସେ ୪ ୱିକେଟ ଦଖଲ କରି ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। 

ଦ୍ୱିତୀୟ ଦିନର ଖେଳ ଶେଷ ବଳକୁ ଭାରତ ତା’ର ପ୍ରଥମ ଇନିଂସରେ ୭ ୱିକେଟ ହରାଇ ୨୧୯ ରନ କରିଛି। ଏବେ ଦଳ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୧୩୪ ରନ ପଛରେ ରହିଛି। ଏହି ରନ ପାଇଁ ଏବେ ଭାରତକୁ କେବଳ ଧ୍ରୁବ ଜୁରେଲ ଭରସା। ତାଙ୍କ ସହ କୁଲଦୀପ ଯାଦବ ଅଛନ୍ତି।

Also Read

ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଜୁରେଲ ୩୦ ଓ କୁଲଦୀପ ୧୭ ରନ କରି ଅପରାଜିତ ରହିଛନ୍ତି। ଭାରତ ୭ମ ୱିକେଟ ୧୭୭ ରନରେ ହରାଇଥିଲା। ଲାଗୁଥିଲା ଦଳ ଆଜି ହିଁ ଅଲଆଉଟ ହୋଇଯିବ। କିନ୍ତୁ ଜୁରେଲ ଓ କୁଲଦୀପ ବେଶ ସାହାସର ସହ ଇଂଲଣ୍ଡ ବୋଲିଂ ଆଟାକୁ ସମ୍ଭାଳିଥିଲେ। ଏବେ ସେମାନେ ଆସନ୍ତାକାଲି କେମିତି ବ୍ୟାଟିଂ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ରାଞ୍ଚିରେ ଖେଳା ଯାଉଥିବା ୪ର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ୩୦୨/୭ରୁ ଇନିଂସ ଆରମ୍ଭ କରିଥିଲା। ଗତକାଲି ଠାରୁ ଅପରାଜିତ ଥିବା ଜୋ ରୁଟ ଓ ଓଲି ରବନିସନ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। କିଛି ଓଭର ପରେ ରବିନସନ କାଉଣ୍ଟର ଆଟାକ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

କିନ୍ତୁ ତାଙ୍କୁ ରବୀନ୍ଦ୍ର ଜାଡେଜା ୫୮ ରନରେ ଆଉଟ କରିଥିଲେ। ଶୋଏବ ବଶିର ଓ ଜେମ୍ସ ଆଣ୍ଡରସନ ଖାତା ଖୋଲିବା ପୂର୍ବରୁ ଜାଡେଜାଙ୍କ ଶିକାର ବନିଥିଲେ। ରୁଟ ଶେଷ ଯାଏ ୧୨୨ ରନ କରି ଅପରାଜିତ ରହିଥିଲେ।

ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ କରି ଅଲଆଉଟ ହେବା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କିନ୍ତୁ ଦଳୀୟ ସ୍କୋର ୪ ଥିବା ବେଳେ ବ୍ୟକ୍ତିଗତ ୨ ରନ କରି ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। ତାଙ୍କ ୱିକେଟ ଆଣ୍ଡରସନ ନେଇଥିଲେ। ଏହାପରେ ଶୁବମନ ଗିଲ ଓ ଯଶସ୍ୱୀ ସ୍ଥିତି ସମ୍ଭାଳିଥିଲେ।

ଦଳୀୟ ସ୍କୋରକୁ ସେମାନେ ୮୬ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଠିକ ଚା’ ପାନ ବିରତି ପୂର୍ବରୁ କମାଲ ଦେଖାଇଥିଲେ ବଶିର। ସେ ପ୍ରଥମେ ଗିଲ(୩୮), ପରେ ରଜତ ପାଟିଦାର (୧୭) ଓ ରବୀନ୍ଦ୍ର ଜାଡେଜା(୧୨)ଙ୍କୁ ଆଉଟ କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଏସବୁ ଭିତରେ ଯଶସ୍ୱୀ ତାଙ୍କ ଟେଷ୍ଟ କ୍ୟାରିୟରର ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଇନଫର୍ମ ସର୍ଫରାଜ ଖାନଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭଲ ଲୟରେ ଥିବା ବଶିର ୭୩ ରନ କରିଥିବା ଯଶସ୍ୱୀଙ୍କୁ ଆଉଟ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଯଶସ୍ୱୀ ତାଙ୍କ ୭୩ ରନର ଇନିଂସରେ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଭାରତ ୧୬୧ ରନରେ ୫ମ ୱିକେଟ ହରାଇଥିଲା।

ସର୍ଫରାଜ କ୍ରିଜରେ ତିଷ୍ଠିବାକୁ ଚେଷ୍ଟା କରିଥିଲେ ହେଁ ଟମ ହାର୍ଟଲୀ ଏହା କରାଇ ଦେଇ ନଥିଲେ। ୧୪ ରନ କରିଥିବା ବେଳେ ସର୍ଫରାଜଙ୍କୁ ସେ ଆଉଟ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ(୧) ମଧ୍ୟ ହାର୍ଟଲୀଙ୍କ ଶିକାର ବନିଥିଲେ।

ଭାରତ ୧୭୭ ରନରେ ୭ମ ୱିକେଟ ହରାଇଥିଲା। ଇଂଲଣ୍ଡ ଆଜି ହିଁ ଭାରତକୁ ଅଲଆଉଟ କରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଜୁରେଲ ଓ କୁଲଦୀପ ବେଶ ଚମତ୍କାର ଢଙ୍ଗରେ ଇଂଲିଶ ବୋଲରଙ୍କୁ ଖେଳିଥିଲେ। ଉଭୟ ୧୭ ଓଭର ବ୍ୟାଟିଂ କରିଥିଲେ ହେଁ ଇଂଲଣ୍ଡକୁ ଆଉଟ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ।

ଶେଷରେ ଷ୍ଟମ୍ପ ଅପସାରଣ ବେଳକୁ ଭାରତର ସ୍କୋରକୁ ଏମାନେ ୨୧୯ରେ ପହଞ୍ଚାଇ ଦେଇଥିଲେ। ଆସନ୍ତକାଲି ଜୁରେଲ ଓ କୁଲଦୀପ ପୁଣି ଭାରତର ଇନିଂସ ଆରମ୍ଭ କରିବେ। ଏମାନଙ୍କ ଠାରୁ ସମସ୍ତେ ବଡ଼ ଇନିଂସର ଆଶା ରଖିଛନ୍ତି।

ଇଂଲଣ୍ଡ ପାଇଁ ଏଯାଏ ବଶିର ୪ଟି, ହାର୍ଟଲୀ ୨ଟି ଓ ଆଣ୍ଡରସନ ଗୋଟିଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story