Advertisment

ଇଂଲଣ୍ଡର ଯୁବ ସ୍ପିନର ଶୋଏବ ବଶୀରଙ୍କୁ ମିଳିଲା ଭିସା, ଟେଷ୍ଟ ସିରିଜ୍ ଖେଳିବାକୁ ଆସିବେ ଭାରତ

ପାକିସ୍ତାନୀ ବଂଶୋଦ୍ଭବ ଶୋଏବ ବଶୀରଙ୍କୁ ଭିସା ମିଳିଥିବା ନେଇ ECB (ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ) ପକ୍ଷରୁ ‘ଏକ୍ସ’ ଯୋଗେ ସୂଚନା ଦିଆଯାଇଛି।

Shoaib Bashir

Shoaib Bashir

Advertisment

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍। କାଲି ହାଇଦ୍ରାବାଦରେ ପ୍ରଥମ ମ୍ୟାଚ୍ ଖେଳା ଯିବାକୁ ଥିବା ବେଳେ ତା’ପୂର୍ବରୁ ଇଂଲଣ୍ଡକୁ ମିଳିଛି ଖୁସି ଖବର। ଦଳର ଯୁବ ସ୍ପିନର ଶୋଏବ ବଶୀରଙ୍କୁ ଭାରତ ଆସିବା ପାଇଁ ମିଳିଛି ଭିସା। ତେବେ ସେ ପ୍ରଥମ ଟେଷ୍ଟ ଖେଳି ପାରିବେ ନାହିଁ। ଆସନ୍ତା ଶନିବାର କିମ୍ବା ରବିବାର ସେ ଭାରତରେ ପହଞ୍ଚିବେ। ତେଣୁ ଶୋଏବ ବଶୀର ଫେବ୍ରୁଆରୀ ୨ ତାରିଖରେ ବିଶାଖାପାଟଣାରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳି ପାରିବେ।

Advertisment

ପାକିସ୍ତାନୀ ବଂଶୋଦ୍ଭବ ଶୋଏବ ବଶୀରଙ୍କୁ ଭିସା ମିଳିଥିବା ନେଇ ECB (ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ) ପକ୍ଷରୁ ‘ଏକ୍ସ’ ଯୋଗେ ସୂଚନା ଦିଆଯାଇଛି। ଏହା ସହିତ ଚଳିତ ସପ୍ତାହନ୍ତ ବେଳକୁ ସେ ଭାରତରେ ଟିମ୍ ସହିତ ସାମିଲ ହେବେ ବୋଲି ଏଥିରେ ଲେଖା ହୋଇଛି। ତାଙ୍କୁ ଭିସା ନ ମିଳିବା ଯୋଗୁ ଯେଉଁ ସ୍ଥିତି ଉତ୍ପନ୍ନ ହୋଇଥିଲା ତା’ର ସମାଧାନ ହୋଇଯାଇଥିବାରୁ ଆମେ ବହୁତ ଖୁସି ବୋଲି ଇସିବି ଲେଖିଛି।

ହାଇଦ୍ରାବାଦରେ ଆସନ୍ତାକାଲିଠାରୁ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଭିସା ନ ମିଳିବାରୁ ଶୋଏବ ବଶୀରଙ୍କୁ ବଡ଼ ଧକ୍କା ଲାଗିଥିଲା। ୨୦୨୩ ଡିସେମ୍ବର ୧୧ ତାରିଖରେ ସେ ଭିସା ପାଇଁ ଆବେଦନ କରିଥିଲେ। ଇଂଲଣ୍ଡ ଦଳର ଅନ୍ୟ ସମସ୍ତ ସଦସ୍ୟ ସଙ୍ଗେ ସଙ୍ଗେ ଭିସା ପାଇ ଯାଇଥିବା ବେଳେ ଶୋଏବ ବଶୀରଙ୍କ କ୍ଷେତ୍ରରେ ବିଳମ୍ବ ଘଟିଥିଲା।

Advertisment

ଶୋଏବ ବଶୀରଙ୍କୁ ଭିସା ମିଳିବାରେ ବିଳମ୍ବ ହେବାରୁ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟକ୍‌ସ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଘଟଣା ତାଙ୍କୁ ସାଂଘାତିକ ମାତ୍ରାରେ ନିରାଶ କରିଥିବା ସେ କହିଥିଲେ। ଶୋଏବ ବଶୀରଙ୍କ ପାଇଁ ସେ ବହୁତ ଦୁଃଖୀ ଥିବା ମଧ୍ୟ କହିଥିଲେ। ଇସିବି ପକ୍ଷରୁ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ତାହା ତୁରନ୍ତ ସମ୍ଭବ ହୋଇପାରି ନଥିଲା। ଆବୁ ଧାବିରେ ଏକ ପ୍ରି-ସିରିଜ୍ କ୍ୟାମ୍ପ ଚାଲିଥିବା ବେଳେ ଇସିବି ପକ୍ଷରୁ ଏହି ପ୍ରୟାସ କରାଯାଇଥିଲା। କିନ୍ତୁ କିଛି ସୁଫଳ ନମିଳିବାରୁ ଶୋଏବ ବଶୀର ପୁଣି କାଗଜପତ୍ର କାମ କରିବା ପାଇଁ ସେଠାରୁ ଇଂଲଣ୍ଡ ଫେରି ଯାଇଥିଲେ।

Shoaib Bashir ECB INDvsENG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe