Advertisment

ନୀରବତା ଭାଙ୍ଗିଲେ ସୋଏବ ମଲ୍ଲିକ, କହିଲେ- ସାନିଆଙ୍କ ସହ ସମ୍ପର୍କ...

ଦୀର୍ଘ ଦିନ ହେଲା ସୋଏବ ମଲ୍ଲିକ ଓ ସାନିଆ ମିର୍ଜାଙ୍କ ସମ୍ପର୍କ ଠିକ୍‌ ନ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ଏହାକୁ ନେଇ ପାଟି ଫିଟାଇଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ ।

author-image
Niharika Rout
shoaib-malik &wife-sania-mirza

shoaib-malik &wife-sania-mirza

‘ଆମେ ସାଥି ହୋଇଥିଲୁ ଓ ଏବେବି ଅଛୁ। ଆମ ଭିତରେ କୌଣସି ଫାଟ ନାହିଁ । କେବଳ ବୃତ୍ତିଗତ ପ୍ରତିବନ୍ଧକ ହେତୁ ଆମେ ପରସ୍ପରକୁ ସମୟ ଦେଇ ପାରୁନୁ। ଇଦ୍‌ରେ ମୁଁ ପତ୍ନୀ ସାନିଆ ଓ ମୋ’ ପୁଅଙ୍କୁ ଖୁବ୍‌ ମିସ୍‌ କରୁଛି। ’ ଦୀର୍ଘ ଦିନ ହେଲା ସୋଏବ ମଲ୍ଲିକ ଓ ସାନିଆ ମିର୍ଜାଙ୍କ ସମ୍ପର୍କ ଠିକ୍‌ ନ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ଏହାକୁ ନେଇ ପାଟି ଫିଟାଇଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ । ପାକିସ୍ତାନର ଏକ ଟେଲିଭିଜନ ଶୋ’ରେ ଯୋଗ ଦେଇ ନିଜ ନୀରବତା ଭାଙ୍ଗିଛନ୍ତି ସୋଏବ ମଲ୍ଲିକ ।

Advertisment

ଏହି ପ୍ରୋଗ୍ରାମରେ ନିଜ ମନ କଥା କହିଥିବା ସୋଏବ ବହୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି। ସୋଏବ କହିଛନ୍ତି, ଆମ ମଧ୍ୟରେ ସମ୍ପର୍କ ଭଲ ନ ଥିବା ବିଭିନ୍ନ ସମୟରେ ଖବର ପ୍ରକାଶ ପାଉଛି। କିନ୍ତୁ ଏହା ସତ ନୁହେଁ । ଆମେ ଏବେବି ଏକାଠି ଅଛୁ। କିନ୍ତୁ କାମ ଚାପ ଯୋଗୁ ପରସ୍ପରକୁ ସମୟ ଦେଇ ପାରୁନୁ ।

ଇଦ୍‌ ଅବସରରେ ପତ୍ନୀ ଓ ପୁଅ ମୋ’ ପାଖରେ ନ ଥିବାରୁ ଉଭୟଙ୍କୁ ଖୁବ୍‌ ମିସ୍‌ କରୁଛି। କିନ୍ତୁ ଏବେ ଆଇପିଏଲ୍‌ ଶୋ’ ଚାଲିଥିବାରୁ ଆମେ ଏକାଠି ହୋଇପାରିନୁ। କିନ୍ତୁ ଆମ ମଧ୍ୟରେ ସବୁବେଳେ ପରସ୍ପର ପ୍ରତି ଭଲ ପାଇବା ଓ ସମ୍ମାନ ରହିଛି। ହେଲେ ଉଭୟଙ୍କ ମଧ୍ୟରେ ଥିବା ବୃତ୍ତିଗତ ପ୍ରତିବନ୍ଧକ ହେତୁ ଆମେ ସବୁବେଳେ ପରସ୍ପରର ନିକଟତର ହୋଇ ପାରୁନୁ। ଆମେ ଦୁହେଁ ଗୁଜବକୁ ବିଶ୍ୱାସ କରୁନୁ । ଆମେ ଏପରି ଖବରକୁ ଗୁରୁତ୍ୱ ଦେଉ ନ ଥିବାରୁ ସବୁବେଳେ ଗୁଜବ ଉପରେ ଆମେ ସ୍ପଷ୍ଟୀକରଣ ରଖିବାକୁ ପସନ୍ଦ କରୁନୁ ବୋଲି କହିଛନ୍ତି ସୋଏବ ।

Advertisment

୨୦୧୩ ମସିହାରେ ଭାରତୀୟ ଟେନିସ ସୁନ୍ଦରୀ ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ସୋଏବ ଏବେ ଆଇପିଏଲ୍‌ ପାଇଁ ଟିଭି ଶୋ’ କରୁଥିବା ବେଳେ ସାନିଆ ଶେଷ ଥର ଦୁବାଇ ଚାମ୍ପିୟନସିପ୍‌ରେ ଟେନିସ୍‌ ଖେଳିଥିବା ବେଳେ ଅବସର ପରେ ସେ ମହିଳା ପ୍ରିମିୟର ଲିଗ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ମେଣ୍ଟର ଭାବେ ଯୋଗ ଦେଇଥିଲେ।

Pakistan India Cricket Tennis