Advertisment

ଶ୍ରେୟସ ଆୟର କ୍ୟାପ୍ଟେନ, ନୀତୀଶ ରାଣା ଉପ ଅଧିନାୟକ

୨୦୨୩ ଆଇପିଏଲରେ ଦଳର କମାଣ ସମ୍ଭାଳିଥିବା ନୀତୀଶ ରାଣା ଉପ ଅଧିନାୟକ ଭୂମିକାରେ ରହିବେ।

author-image
Hemant Lenka
shreyas-iyer

shreyas-iyer

ଆହତ କାରଣରୁ ୨୦୨୩ ଆଇପିଏଲ ଖେଳି ପାରି ନଥିବା ଶ୍ରେୟସ ଆୟର ୨୦୨୪ରେ କମବ୍ୟାକ କରିବେ। କୋଲକାତା ନାଇଟ ରାଇଡର୍ସ ବା କେକେଆର ଏହି ଖବରକୁ ନିଶ୍ଚିତ କରିଛି। ୨୦୨୪ ଆଇପିଏଲରେ କେକେଆର ଆୟରଙ୍କ ନେତୃତ୍ୱରେ ଖେଳିବ। ତାଙ୍କ ଅନୁପସ୍ଥିତିରେ ୨୦୨୩ ଆଇପିଏଲରେ ଦଳର କମାଣ ସମ୍ଭାଳିଥିବା ନୀତୀଶ ରାଣା ଉପ ଅଧିନାୟକ ଭୂମିକାରେ ରହିବେ।

Advertisment

ଚଳିତ ବର୍ଷ ଏପ୍ରିଲରେ ଆୟର ବ୍ୟାକ ସର୍ଜରୀ କରିଥିଲେ। ଏଥିପାଇଁ ତାଙ୍କୁ ବେଶ କିଛି ମାସ କ୍ରିକେଟରୁ ଦୂରେଇ ରହିବାକୁ ପଡ଼ିଥିଲା। ତେବେ ଏସିଆ କପ ବେଳକୁ ସେ ଟିଭ ଇଣ୍ଡିଆକୁ କମବ୍ୟାକ କରିଥିଲେ। ଏହାପରେ ବିଶ୍ୱକପ ଓ ଏବେ ଆୟର ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ସଂପୂର୍ଣ୍ଣ ଫିଟ ଥିବାରୁ କେକେଆର ତାଙ୍କୁ ପୁଣି ଅଧିନାୟକ ପଦ ଦେଇଛି।

କେକେଆର ପକ୍ଷରୁ କୁହାଯାଇଛି ଯେ “ଆହତ ଯୋଗୁ ଶ୍ରେୟସ ୨୦୨୩ ଆଇପିଏଲ ମିସ କରିବାକୁ ଦୁର୍ଭାଗ୍ୟର ବିଷୟ। କିନ୍ତୁ ଏବେ ଆମେ ବେଶ ଉତ୍ସାହର ସହ କହିବାକୁ ଚାହୁଁଛୁ ଯେ ସେ କମବ୍ୟାକ କରିଛନ୍ତି ଓ ସେ ହିଁ ଦଳର ଅଧିନାୟକ ଭାବେ କାମ କରିବେ। ଆହତରୁ ମୁକୁଳିବା ପାଇଁ ସେ ଯେଉଁଭଳି କଠିନ ପରିଶ୍ରମ କରିଛନ୍ତି, ତା’ହା ନିଶ୍ଚିତ ପ୍ରେରଣାଦାୟୀ।”

Advertisment

କେକେଆରର ସିଓଇ ଭେଙ୍କୀ ମୟସୋର କହିଛନ୍ତି, ଆମେ ନୀତୀଶଙ୍କ ପାଖରେ ମଧ୍ୟ କୃତଜ୍ଞ। ସେ ଗତବର୍ଷ ଶ୍ରେୟସଙ୍କ ପନ୍ଥା ଅନୁସରଣ କରିଥିଲେ। ସେ ବଢ଼ିଆ କାମ କରିଛନ୍ତି। ନୀତୀଶ ଏବେ ଉପ ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କୁ ସହାୟତା କରିବେ। କେକେଆରକୁ ଲାଭ ଦେବା ପାଇଁ ସେ ନିଶ୍ଚିତ ଚେଷ୍ଟା କରିବେ ବୋଲି ଭେଙ୍କୀ କହିଛନ୍ତି।

୨୦୨୩ ଆଇପିଏଲରେ କେକେଆର ୭ମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଥିଲା। ଦଳ ୧୪ଟି ମ୍ୟାଚ୍‌ରୁ ୬ଟିରେ ଜିତିଥିବା ବେଳେ ୮ଟିରେ ପରାସ୍ତ ହୋଇଥିଲା। ୨୦୨୪ରେ କେକେଆର ଟପ୍‌ ୪ରେ ରହିବାକୁ ଲକ୍ଷ୍ୟ ରଖିଛି।

IPL IPL Dubai Shreyas Iyer