ଆୟରଙ୍କ ଡ୍ରିମ୍ ଡେବ୍ୟୁ, ଏଲିଟ୍ ଲିଷ୍ଟରେ ସ୍ଥାନ ପାଇଲେ

କାନପୁର: ଟେଷ୍ଟ କ୍ରିକେଟର୍ ଡ୍ରିମ୍ ଡେବ୍ୟୁ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର। କାନପୁରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚାଲିଥିବା ପ୍ରଥମ ଟେଷ୍ଟରେ ଶତକ ହାସଲ କରିଛନ୍ତି ଆୟର। ଏଥିସହ ଆୟର୍ ଭାରତର ୧୬ଶ ଖେଳାଳି ଭାବେ ପଦାର୍ପଣ ଟେଷ୍ଟରେ ଶତକ ମାରିବାର ନୂଆ କୀର୍ତ୍ତିମାନ ଅର୍ଜନ କରିଛନ୍ତି। ଆୟର୍ ୧୫୭ ବଲରେ ଆଜି ନିଜର ଶତକ ପୂରଣ କରିଥିଲେ। କିନ୍ତୁ ଶତକ ମାରିବାର କିଛି ସମୟ ଭିତରେ ସେ ଆଉଟ୍ ହୋଇଯାଇଥିଲେ। ସେ ୧୦୪ ରନ୍ କରି […]

shreyash-iyer

Ranjit Kumar Jena
  • Published: Friday, 26 November 2021
  • , Updated: 26 November 2021, 11:16 AM IST

କାନପୁର: ଟେଷ୍ଟ କ୍ରିକେଟର୍ ଡ୍ରିମ୍ ଡେବ୍ୟୁ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର। କାନପୁରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚାଲିଥିବା ପ୍ରଥମ ଟେଷ୍ଟରେ ଶତକ ହାସଲ କରିଛନ୍ତି ଆୟର। ଏଥିସହ ଆୟର୍ ଭାରତର ୧୬ଶ ଖେଳାଳି ଭାବେ ପଦାର୍ପଣ ଟେଷ୍ଟରେ ଶତକ ମାରିବାର ନୂଆ କୀର୍ତ୍ତିମାନ ଅର୍ଜନ କରିଛନ୍ତି। ଆୟର୍ ୧୫୭ ବଲରେ ଆଜି ନିଜର ଶତକ ପୂରଣ କରିଥିଲେ। କିନ୍ତୁ ଶତକ ମାରିବାର କିଛି ସମୟ ଭିତରେ ସେ ଆଉଟ୍ ହୋଇଯାଇଥିଲେ। ସେ ୧୦୪ ରନ୍ କରି ଟିମ୍ ସାଉଦୀଙ୍କ ଶିକାର ହୋଇଥିଲେ।

ଆୟରଙ୍କ ଏହି ଶତକୀୟ ଇନିଂସ୍ ବଳରେ ଭାରତ ୩୦୦ ରନ୍ ଅତିକ୍ରମ କରିବାରେ ସଫଳ ହୋଇଛି। ଆୟରଙ୍କ ପୂର୍ବରୁ ଭାରତର ୧୫ ଜଣ କ୍ରିକେଟର୍ ପଦାର୍ପଣ ଟେଷ୍ଟରେ ଶତକ ମାରିଥିଲେ। ଭାରତର ପ୍ରଥମ ଖେଳାଳି ଭାବେ ଲାଲା ଅମରନାଥ ୧୯୩୩ରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ।

ସେହିପରି ଦୀପକ ଶୋଧାନ (୧୧୦, ବନାମ ପାକିସ୍ତାନ, ୧୯୫୨), କୃପାଲ୍ ସିଂହ (୧୦୦* ବନାମ ନ୍ୟୁଜିଲ୍ୟାଣ୍ଡ, ୧୯୫୫), ଆବାସ ଅଲୀ ବେଗ୍ (୧୧୨ ବନାମ ଇଂଲଣ୍ଡ), ହନୁମନ୍ତ ସିଂହ (୧୦୫ ବନାମ ଇଂଲଣ୍ଡ, ୧୯୬୪), ଗୁଣ୍ଡପ୍ପା ବିଶ୍ୱନାଥ (୧୩୭ ବନାମ ଅଷ୍ଟ୍ରେଲିଆ, ୧୯୬୬), ମହମ୍ମଦ ଆଝାରୁଦ୍ଦିନ (୧୧୦ ବନାମ ଇଂଲଣ୍ଡ, ୧୯୮୫), ପ୍ରବୀଣ ଆମ୍ରେ (୧୦୩ ବନାମ ଦକ୍ଷିଣ ଆଫ୍ରିକା), ସୌରଭ ଗାଙ୍ଗୁଲି (୧୩୧ ବନାମ ଇଂଲଣ୍ଡ, ୧୯୯୬), ବୀରେନ୍ଦ୍ର ସେହ୍ୱାଗ (୧୦୫ ବନାମ ଦକ୍ଷିଣ ଆଫ୍ରିକା, ୨୦୦୧), ସୁରେଶ ରାଇନା (୧୨୦ ବନାମ ଶ୍ରୀଲଙ୍କା, ୨୦୧୦), ଶିଖର ଧୱନ୍ (୧୮୭ ବନାମ ଅଷ୍ଟ୍ରେଲିଆ, ୨୦୧୩), ରୋହିତ ଶର୍ମା (୧୨୭ ବନାମ ୱେଷ୍ଟଇଣ୍ଡିଜ୍, ୨୦୧୩), ପୃଥ୍ୱୀ ଶ' (୧୩୪, ୱେଷ୍ଟଇଣ୍ଡିଜ୍, ୨୦୧୮)।

ଆୟର୍ ମଧ୍ୟ ଦ୍ୱିତୀୟ ଭାରତୀୟ ଭାବେ କାନପୁରରେ ପଦାର୍ପଣ ଟେଷ୍ଟରେ ଶତକ ମାରିବାର ରେକର୍ଡ କରିଛନ୍ତି। ତାଙ୍କୁ ପୂର୍ବରୁ ଏଠାରେ ବିଶ୍ୱନାଥ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ।

ସୂଚନାଯୋଗ୍ୟ, ୨୦୧୭ରେ ସୀମିତ ଓଭର କ୍ରିକେଟରେ ଜରିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଆୟରଙ୍କୁ ଟେଷ୍ଟ ପଦାର୍ପଣ ପାଇଁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ୨୬ ବର୍ଷୀୟ ଏହି ମୁମ୍ବାଇ କ୍ରିକେଟର୍ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୪ ମ୍ୟାଚ୍ ଖେଳି ୫୨.୧୮ ହାରରେ ୪୫୯୨ ରନ୍ କରିଛନ୍ତି। ଆୟର ପ୍ରଥମଶ୍ରେଣୀ କ୍ରିକେଟରେ ୧୨ ଶତକ ମଧ୍ୟ ମାରିଛନ୍ତି।

Related story