Advertisment

୫୦ ବର୍ଷର ରେକର୍ଡ ଭାଙ୍ଗିଲେ ଆୟର୍

କାନପୁର: ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ନିଜର ଡେବ୍ୟୁ ଟେଷ୍ଟରେ କମାଲ୍ କରିଛନ୍ତି। ଆୟର୍ ପଦାର୍ପଣ ଟେଷ୍ଟର ପ୍ରଥମ ଇନିଂସରେ ଶତକ ମାରିଥିବା ବେଳେ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ଆୟର୍ ୧୦୫ ରନର ଇନିଂସ୍ ଖେଳିଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ସେ ୬୫ ରନ୍ କରି ଆଉଟ୍ ହୋଇଛନ୍ତି। ଏଥିସହ ସେ ୫୦ ବର୍ଷର ବଡ଼ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ୫୦ରୁ ଅଧିକ ରନ୍ […]

author-image
Ranjit Kumar Jena
୫୦ ବର୍ଷର ରେକର୍ଡ ଭାଙ୍ଗିଲେ ଆୟର୍

iyer1

କାନପୁର: ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ନିଜର ଡେବ୍ୟୁ ଟେଷ୍ଟରେ କମାଲ୍ କରିଛନ୍ତି। ଆୟର୍ ପଦାର୍ପଣ ଟେଷ୍ଟର ପ୍ରଥମ ଇନିଂସରେ ଶତକ ମାରିଥିବା ବେଳେ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ଆୟର୍ ୧୦୫ ରନର ଇନିଂସ୍ ଖେଳିଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ସେ ୬୫ ରନ୍ କରି ଆଉଟ୍ ହୋଇଛନ୍ତି। ଏଥିସହ ସେ ୫୦ ବର୍ଷର ବଡ଼ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Advertisment

ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ୫୦ରୁ ଅଧିକ ରନ୍ କରିବାରେ ସେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ୍ ଗାଭାସ୍କରଙ୍କ ରେକର୍ଡ କାଟିଛନ୍ତି। ୧୯୭୧ରେ ଗାଭାସ୍କର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୬୫ ଓ ୬୭ ରନ୍ କରିଥିଲେ। ଗାଭାସ୍କରଙ୍କୁ ପୂର୍ବରୁ ଏହି ରେକର୍ଡ ଦିଲାୱର ହୁସେନଙ୍କ ନାଁରେ ଥିଲା। ୧୯୩୩ରେ ଇଂଲଣ୍ଡ ବିପକ୍ଷ କୋଲକାତାରେ ଖେଳାଯାଇଥିବା ଟେଷ୍ଟରେ ଦିଲାୱର୍ ଉଭୟ ଇନିଂସରେ ଯଥାକ୍ରମେ ୫୯ ଓ ୫୭ ରନ୍ କରିଥିଲେ। ଏବେ ଆୟର ପୁଣିଥରେ ସେହି କାରନାମା ଦୋହରାଇଛନ୍ତି।

ଏହାବ୍ୟତୀତ ଆୟର ଆଉ ଏକ ବଡ଼ କାରନାମା ମଧ୍ୟ ନିଜ ନାଁରେ କରିଛନ୍ତି। ଆୟର୍ ପ୍ରଥମ ଭାରତୀୟ ଭାବେ ଡେବ୍ୟୁ ଟେଷ୍ଟର ପ୍ରଥମ ଇନିଂସରେ ଶତକ ଓ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି। ଆୟର୍ ମଧ୍ୟ ଦୁନିଆର ଦଶମ ବ୍ୟାଟ୍ସମ୍ୟାନ୍ ଭାବେ ପଦାର୍ପଣ ଟେଷ୍ଟରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି।

Advertisment

ଆୟର୍ ଏହି ମ୍ୟାଚରେ ମୋଟ ୧୭୦ ରନ୍ କରିଛନ୍ତି। ଏଥିସହ ଆୟର୍ ଲାଲା ଅମରନାଥଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଅମରନାଥ ନିଜ ଡେବ୍ୟୁ ଟେଷ୍ଟ ମ୍ୟାଚରେ ୧୫୬ ରନ୍ କରିଥିଲେ। ତେବେ ଡେବ୍ୟୁ ଟେଷ୍ଟରେ ଭାରତୀୟ ଭାବେ ସର୍ବାଧିକ ରନ୍ କରିବାର ରେକର୍ଡ ଶିଖର ଧୱନଙ୍କ ନାଁରେ ରହିଛି। ଧୱନ୍ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୭ ରନର ଇନିଂସ୍ ଖେଳିଥିଲେ। ରୋହିତ୍ ଶର୍ମା ମଧ୍ୟ ନିଜର ଡେବ୍ୟୁ ଟେଷ୍ଟରେ ୧୭୭ ରନ୍ କରିଥିଲେ।