Advertisment

BCCI: ଫିଟ ହୋଇନାହାନ୍ତି ତିଳକ ବର୍ମା, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସ୍କ୍ୱାଡରେ ରହିଲେ ଏହି ଖେଳାଳି

ତିଳକ ସଂପୂର୍ଣ୍ଣ ଫିଟ ହେବା ପରେ ଦଳ ସହ ଫେବୃଆରୀ ୩ ବେଳକୁ ମୁମ୍ବାଇରେ ସାମିଲ ହେବାର ଅଛି। ଏହାର ଦିନକ ପରେ ଅର୍ଥାତ ଫେବୃଆରୀ ୪ରେ ଭାରତ ଟି-୨୦ ବିଶ୍ୱକପର ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ବୋଲି ବିସିସିଆଇ କହିଛି।

author-image
Hemant Lenka
Tilak

ତିଳକ ବର୍ମା (ଫାଇଲ ଫଟୋ)

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଆହତ ହୋଇଥିବା ଭାରତୀୟ ବ୍ୟାଟର ତିଳକ ବର୍ମା ଏଯାଏ ଫିଟ ହୋଇନାହାନ୍ତି। ତେଣୁ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବାକି ୨ଟି ଯାକ ଟି-୨୦ରୁ ବାଦ ପଡ଼ିଛନ୍ତି।

Advertisment

ସିରିଜ ଆରମ୍ଭ ହେବା ପୂର୍ବରୁ ତିଳକଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ପ୍ରଥମ ୩ଟି ମ୍ୟାଚ୍‌ ପାଇଁ ସ୍କ୍ୱାଡରେ ରଖାଯାଇଥିଲା। ତିଳକ ଆସିବା ପରେ ସେ ଆୟର ସ୍କ୍ୱାଡରୁ ବିଦାୟ ନେଇଥାଆନ୍ତେ। କିନ୍ତୁ ଏବେ ତିଳକ ଫିଟ ହୋଇ ନଥିବାରୁ ଆୟର ପୂର୍ବ ଭଳି ବାକି ୨ଟି ଯାକ ଟି-୨୦ ପାଇଁ ଭାରତୀୟ ସ୍କ୍ୱାଡରେ ରହିବେ ବୋଲି ବିସିସିଆଇ(Bcci) କହିଛି। 

ଭାରତ ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜକୁ ୩-୦ରେ ଜିତି ସାରିଲାଣି। ସିରିଜରେ ଆହୁରି ୨ଟି ମ୍ୟାଚ୍‌ ବାକି ରହିଛି। ଏହାପରେ ଦଳ ଫେବୃଆରୀ ୭ରୁ ଟି-୨୦ ବିଶ୍ୱକପ ଖେଳିବାକୁ ମୈଦାନକୁ ଓହ୍ଲାଇବ। କିନ୍ତୁ ତିଳକ ବର୍ମା ଏଯାଏ ଫିଟ ନ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। 

Advertisment

ବିସିସିଆଇର କହିବା କଥା ଯେ ତିଳକ ଏବେ ବେଙ୍ଗାଲୁରୁ ସ୍ଥିତି ସେଣ୍ଟର ଅଫ ଏକ୍ସିଲେନ୍ସିରେ ରହିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବାକି ୨ଟି ଟି-୨୦ ସମୟରେ ଦଳ ସାମିଲ ହୋଇଥାଆନ୍ତେ। କିନ୍ତୁ ସେ ଫିଟ ନ ହେବାରୁ ଆୟରଙ୍କୁ ପୂର୍ବଭଳି ସ୍କ୍ୱାଡରେ ରହିବାକୁ କୁହାଯାଇଛି।

ତିଳକ ଏବେ ଶାରୀରିକ ଟ୍ରେନିଂ ଆରମ୍ଭ କରିଥିବା ବେଳେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ତାଙ୍କର ରିହାବ ପ୍ରକ୍ରିୟା ଚାଲିଛି। ମ୍ୟାଚ୍‌ ଫିଟନେସ ପାଇଁ ତାଙ୍କୁ ଆଉ କିଛି ଅତିରିକ୍ତ ସମୟ ଦରକାର। ତେଣୁ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବାକି ୨ଟି ମ୍ୟାଚ୍‌ରେ ମଧ୍ୟ ଉପଲବ୍ଧ ହେବେ ନାହିଁ। 

ତିଳକ ସଂପୂର୍ଣ୍ଣ ଫିଟ ହେବା ପରେ ଦଳ ସହ ଫେବୃଆରୀ ୩ ବେଳକୁ ମୁମ୍ବାଇରେ ସାମିଲ ହେବାର ଅଛି। ଏହାର ଦିନକ ପରେ ଅର୍ଥାତ ଫେବୃଆରୀ ୪ରେ ଭାରତ ଟି-୨୦ ବିଶ୍ୱକପର ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ବୋଲି ବିସିସିଆଇ କହିଛି। 

ଦିନିକିଆ ଟିମର ଉପ ଅଧିନାୟକ ଆୟର ଏଯାଏ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ସିରିଜର କୌଣସି ମ୍ୟାଚ୍‌ରେ ସୁଯୋଗ ପାଇ ନାହାନ୍ତି। ଭାରତ ୩-୦ରେ ସିରିଜ କବଜା କରି ସାରିଥିବାରୁ ଆୟରଙ୍କୁ ୪ର୍ଥ ମ୍ୟାଚରେ ସୁଯୋଗ ମିଳିପାରେ। ସେ ୨୦୨୩ ଡିସେମ୍ବର ଠାରୁ ଭାରତ ପାଇଁ କୌଣସି ଟି-୨୦ ମ୍ୟାଚ ଖେଳି ନାହାନ୍ତି। 

ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ, ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ରିଙ୍କୁ ସିଂହ, ଯଶପ୍ରୀତ ବୁମ୍ରା, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଈଶାନ କିଶନ ଓ ରବି ବିଷ୍ଣୋଇ। 

Bcci