Advertisment

ଧୋନିଙ୍କ ସହ ପାର୍ଟି କରିବା ଓ ଛୁଟି ନେବାରୁ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଦୁଇ ଖେଳାଳି

ଈଶାନ ଓ ଶ୍ରେୟସ ଆୟରଙ୍କ ଉପରେ ବିସିସିଆଇ ଖପ୍ପା ହୋଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉଭୟଙ୍କୁ ଟି-୨୦ ସିରିଜରୁ ବାଦ ଦେଇଛି। ଏପରି କି ଟି-୨୦ ବିଶ୍ୱକପରେ ମଧ୍ୟ ଈଶାନ କିଶନ ନଜର ନ ଆସି ପାରନ୍ତି।

BCCI

BCCI

Advertisment

ଟିମ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଶ୍ରେୟସ ଆୟର ଓ ଈଶାନ କିଶନ ଏବେ ଚର୍ଚ୍ଚାରେ। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ଏହି ଦୁଇ ଖେଳାଳି ବାଦ ପଡ଼ିଛନ୍ତି। ଦୁଇ ଖେଳାଳିଙ୍କୁ ନେଇ ଟି-୨୦ ବିଶ୍ୱକପ ଟିମ କଥା ଚିନ୍ତା କରାଯାଉଥିବା ବେଳେ ଉଭୟଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ବାଦ ଦିଆଯାଇଛି।

Advertisment

ଏହାକୁ ନେଇ ଅନେକ କ୍ରିକେଟ ପଣ୍ଡିତ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଜୁନ ମାସରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଈଶାନ କିଶନ ଟି-୨୦ରେ ପ୍ରମୁଖ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। କିନ୍ତୁ ବିଶ୍ୱକପ ପୂର୍ବରୁ ଖେଳା ଯାଉଥିବା ଶେଷ ଟି-୨୦ ସିରିଜରୁ ତାଙ୍କ ବାଦ ଦିଆଯିବା ଘଟଣାକୁ କେହି ବି ସହଜରେ ହଜମ କରିପାରି ନାହାନ୍ତି।

ତେବେ ଈଶାନ ଓ ଶ୍ରେୟସ ଆୟରଙ୍କ ଉପରେ ବିସିସିଆଇ ଖପ୍ପା ହୋଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉଭୟଙ୍କୁ ଟି-୨୦ ସିରିଜରୁ ବାଦ ଦେଇଛି। ଏପରି କି ଟି-୨୦ ବିଶ୍ୱକପରେ ମଧ୍ୟ ଈଶାନ କିଶନ ନଜର ନ ଆସି ପାରନ୍ତି।

Advertisment

ନିକଟରେ ଈଶାନ କିଶନ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଅଧାରୁ ସ୍ୱଦେଶ ଫେରି ଆସିଥିଲେ। ବ୍ୟକ୍ତିଗତ କାରଣ ପାଇଁ ସେ ଟେଷ୍ଟ ସିରିଜରୁ ଓହରି ଯାଇଥିଲେ। ସେହିପରି ଆୟର ଦକ୍ଷିଣ ଆଫ୍ରିକା ବିପକ୍ଷ ୨ଟି ଟେଷ୍ଟର ୪ ଇନିଂସରେ ୪୧ ରନ କରିଥିଲେ।

ଏବେ ଗୋଟିଏ ଖବରକାଗଜରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ ଆୟର ଓ ଈଶାନଙ୍କୁ ବିସିସିଆଇ ବିଶୃଙ୍ଖଳା ଆଚରଣ ପାଇଁ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ ଦେଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଅଧାରୁ ବ୍ୟକ୍ତିଗତ ଓ ମାନସିକ ଚାପ କଥା କହି ଈଶାନ କିଶନ ବ୍ରେକ ନେଇଥିଲେ। କିନ୍ତୁ ସେ କ୍ରିକେଟ ଛାଡ଼ି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଦୁବାଇରେ ପାର୍ଟି କରିଥିଲେ। ସେହିପରି ଗୋଟିଏ ଟିଭି ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମରେ ମଧ୍ୟ ଈଶାନ ନଜର ଆସିଥିଲେ।

ଏକଥା ସାମ୍ନାକୁ ଆସିବା ପରେ ବିସିସିଆଇ ଈଶାନ କିଶନଙ୍କ ଉପରେ ଖପ୍ପା ହୋଇଥିଲା। ତେଣୁ ତାଙ୍କୁ ଆଫଗାନ ବିପକ୍ଷ ସିରିଜକୁ ବାଦ ଦିଆଯାଇଛି। ଜୁନ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରୁ ମଧ୍ୟ ଈଶାନ ବାଦ ମଧ୍ୟ ପଡ଼ି ପାରନ୍ତି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଫେଲ ମାରିଥିବା ଆୟର ରଣଜୀ ଟ୍ରଫି ଖେଳନ୍ତୁ ବୋଲି ବିସିସିଆଇ ଚୟନ କମିଟି ଚାହୁଁଥିଲା। ହେଲେ ସ୍ୱଦେଶ ଫେରିବା ପରେ ସେ ବିସିସିଆଇର ନିର୍ଦ୍ଦେଶକୁ ଖାତିର କରି ନଥିଲେ। ସେ ରଣଜୀ ଟ୍ରଫି ଖେଳିବା ବଦଳରେ ଛୁଟି କାଟିବାକୁ ଚାହିଁଥିଲେ। ତେଣୁ ତାଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ବାଦ ଦିଆଯାଇଛି।

ବିସିସିଆଇର ଏପରି କଡ଼ା ଆଭିମୁଖ୍ୟ ପରେ ଆୟରଙ୍କ ଚେତା ଫେରିଛି। ସେ ଏବେ ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିବାକୁ ରାଜି ହୋଇଛନ୍ତି। ଜାନୁଆରୀ ୧୨ରେ ଆନ୍ଧ୍ର ବିପକ୍ଷ ମ୍ୟାଚ୍‌ରେ ଆୟର ଖେଳିବେ ବୋଲି ଜଣାପଡ଼ିଛି।

ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ନିଷ୍ପତ୍ତି ନେଇଛି ଯେ ଯେଉଁ ଖେଳାଳିମାନେ ଟେଷ୍ଟ କ୍ରିକେଟ କିମ୍ବା ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବାକୁ ମନା କରିବେ, ସେମାନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Bcci Shreyas Iyer Ishan Kishan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe