Advertisment

ସଚିନ ଓ ରୋହିତଙ୍କ କ୍ଲବରେ ସାମିଲ ହେଲେ ଶ୍ରେୟସ ଆୟର

ଶ୍ରେୟସ ଆୟର ପ୍ରଥମ ଭାରତୀୟ ବ୍ୟାଟର ଭାବେ ଡଚ୍‌ ଟିମ ବିରୋଧରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

author-image
Hemant Lenka
Shreyas Iyer

Shreyas Iyer

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ଟିମ ଇଣ୍ଡିଆର ଯୁବ ତାରକା ଶ୍ରେୟସ ଆୟର ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଛନ୍ତି। ସେ ପ୍ରଥମ ୮୪ ବଲରେ ଶତକ ହାସଲ କରିଥିଲେ। ଏହାପରେ ସେ ଶେଷ ଯାଏ ୯୩ ବଲରେ ୧୨୮ ରନ କରି ଅପରାଜିତ ରହିଥିଲେ। ତାଙ୍କର ଏହି ଇନିଂସ ବଳରେ ଭାରତ ବିଶ୍ୱକପର ଶେଷ ଲିଗ ମ୍ୟାଚ୍‌ରେ ୪ ୱିକେଟ ହରାଇ ବିଶାଳ ୪୧୦ ରନ କରିଛି। ଆୟରଙ୍କ ବ୍ୟତୀତ କେଏଲ ରାହୁଲ ମଧ୍ୟ ୬୪ ବଲରେ ୧୦୨ ରନର ଇନିଂସ ଖେଳିଛନ୍ତି।

Advertisment

ଶ୍ରେୟସ ଆୟର ପ୍ରଥମ ଭାରତୀୟ ବ୍ୟାଟର ଭାବେ ଡଚ୍‌ ଟିମ ବିରୋଧରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଏଥିସହ ସେ ୪ର୍ଥ ଭାରତୀୟ ଭାବେ ବ୍ୟାଟରଙ୍କ ଭୂସ୍ୱର୍ଗ କୁହାଯାଉଥିବା ବେଙ୍ଗାଲୁରୁରେ ଶତକ ମାରିଛନ୍ତି।

ଚିନ୍ନାସ୍ୱାମୀରେ ଭାରତ ପାଇଁ ସଚିନ ତେନ୍ଦୁଲକର ଓ ରୋହିତ ଶର୍ମା ଏକରୁ ଅଧିକ ଥର ଶତକ ହାସଲ କରିଥିଲେ। ୨୦୧୩ରେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ମାରିଥିବା ଶତକୁ ଡବଲ ଟନ୍‌ରେ ମଧ୍ୟ ପରିଣତ କରିଥିଲେ। ସେହିପରି ୨୦୨୦ ଜାନୁଆରୀରେ ମଧ୍ୟ ସେ ଏଠାରେ କଙ୍ଗାରୁ ଟିମ ବିପକ୍ଷରେ ଆଉ ଏକ ଶତକ ମାରିଥିଲେ।

Advertisment

ସେହିପରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ସଚିନ ତେନ୍ଦୁଲକର ୧୯୯୭ରେ ନ୍ୟୁଜିଲ୍ୟାଣ୍ଡ ଓ ୨୦୧୧ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ୨୦୧୦ ମସିହା ଡିସେମ୍ବର ୭ରେ ୟୁସୁଫ ପଠାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୯୬ ବଲରେ ୧୨୩ ରନର ଇନିଂସ ଖେଳିଥିଲେ।

ଏବେ ଶ୍ରେୟସ ଆୟର ୪ର୍ଥ ଭାରତୀୟ ଭାବେ ଚିନ୍ନାସ୍ୱାମୀରେ ଶତକ ହାସଲ କରି ସଚିନ, ରୋହିତ ଓ ୟୁସୁଫଙ୍କ କ୍ଲବରେ ନିଜକୁ ସାମିଲ କରିନ୍ତି।

ICC ICC Men’s Cricket World Cup 2023 ICC World Cup 2023 Shreyas Iyer ICC World Cup