Advertisment

ଦିଲ୍ଲୀ ଛାଡ଼ିବେ ଆୟର୍, ନୂଆ ଫ୍ରାଞ୍ଚାଇଜିର କ୍ୟାପଟେନ୍ ହେବେ!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିବେ। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ ଦେଇଛନ୍ତି। ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ସେ ନୂଆ ଟିମ୍ ପାଇଁ ଖେଳିବେ ବୋଲି ଜଣାପଡ଼ିଛି। ଆୟର୍ ଟିମର ନେତୃତ୍ୱ ନେବାକୁ ଚାହାଁନ୍ତି ଏବଂ ଆଇପିଏଲ୍- ୨୦୨୨ରେ ଦୁଇ ନୂଆ ଟିମ୍ ପଦାର୍ପଣ କରିବେ। ଏହି କାରଣରୁ ଆୟର୍ ଅକ୍ସନରେ ସାମିଲ୍ ହେବାକୁ ମନସ୍ଥ କରିଥିବା ସୂଚନା ମିଳିଛି। ଆଇପିଏଲ୍-୨୦୨୧ର ପ୍ରଥମ ପର୍ଯ୍ୟାୟରେ ଆହତ କାରଣରୁ […]

author-image
Ranjit Kumar Jena
ଦିଲ୍ଲୀ ଛାଡ଼ିବେ ଆୟର୍, ନୂଆ ଫ୍ରାଞ୍ଚାଇଜିର କ୍ୟାପଟେନ୍ ହେବେ!

iyer

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିବେ। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ ଦେଇଛନ୍ତି। ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ସେ ନୂଆ ଟିମ୍ ପାଇଁ ଖେଳିବେ ବୋଲି ଜଣାପଡ଼ିଛି। ଆୟର୍ ଟିମର ନେତୃତ୍ୱ ନେବାକୁ ଚାହାଁନ୍ତି ଏବଂ ଆଇପିଏଲ୍- ୨୦୨୨ରେ ଦୁଇ ନୂଆ ଟିମ୍ ପଦାର୍ପଣ କରିବେ। ଏହି କାରଣରୁ ଆୟର୍ ଅକ୍ସନରେ ସାମିଲ୍ ହେବାକୁ ମନସ୍ଥ କରିଥିବା ସୂଚନା ମିଳିଛି।

Advertisment

ଆଇପିଏଲ୍-୨୦୨୧ର ପ୍ରଥମ ପର୍ଯ୍ୟାୟରେ ଆହତ କାରଣରୁ ଆୟର୍ ବାଦ୍ ପଡ଼ିଥିଲେ ଏବଂ ତାଙ୍କ ଅନୁପସ୍ଥିତିରେ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ନେତୃତ୍ୱ ନେଇଥିଲେ। ଆୟର ଦ୍ୱିତୀୟ ପର୍ଯ୍ୟାୟରେ କମବ୍ୟାକ୍ କରିଥିଲେ, ହେଲେ କ୍ୟାପଟେନ୍ ଦାୟିତ୍ୱ ପନ୍ତଙ୍କ ପାଖରେ ରହିଥିଲା। ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ଆଇପିଏଲର ୧୪ଶ ସଂସ୍କରଣରେ ଦମଦାର ପ୍ରଦର୍ଶନ କରି ପ୍ଲେଅଫକୁ ଯାଇଥିଲା। କିନ୍ତୁ ଟିମ୍ ଫାଇନାଲରେ ପହଞ୍ଚିପାରିନଥିଲା।

ଆଇପିଏଲ୍-୨୦୨୧ରେ ଦିଲ୍ଲୀ ୧୪ ମ୍ୟାରୁ ୧୦ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଟପରେ ରହିଥିଲା। ଟିମ୍ ଦୁଇଟି ଯାକ କ୍ୱାଲିଫାୟରରେ ହାରିଯାଇଥିଲା।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବକ, ଆୟର୍ ଦିଲ୍ଲୀର ନେତୃତ୍ୱ ନେବାକୁ ଚାହୁଁଥିଲେ। ତେବେ ତାଙ୍କ ପନ୍ତ ଚଳିତ ସଂସ୍କରଣରେ ଯେଉଁଭଳି କ୍ୟାପଟେନଶିପ୍ କରିଛନ୍ତି, ତାକୁ ଦୃଷ୍ଟିରେ ରଖି ଆୟରଙ୍କୁ ଦିଲ୍ଲୀ ଟିମର ନେତୃତ୍ୱଭାର ମିଳିବା ସମ୍ଭାବନା କମ୍। ଆଇପିଏଲ୍-୨୦୨୨ରେ ଦୁଇ ନୂଆ ଫ୍ରାଞ୍ଚାଇଜି ଭାବେ ଅହମଦାବାଦ ଓ ଲକ୍ଷ୍ନୌ ଡେବ୍ୟୁ କରିବେ। ଆଉ ଏହାକୁ ଦେଖି ଆୟର ଦିଲ୍ଲୀ ଠାରୁ ଦୂରେଇ ନିଜକୁ ନିଲାମରେ ସାମିଲ୍ କରିବାକୁ ଚାହିଁବେ।

Advertisment

୨୦୧୫ରେ ଆୟର ଦିଲ୍ଲୀ ଟିମରେ ସାମିଲ୍ ହୋଇଥିଲେ। ୨୦୧୮ରେ ଗୌତମ ଗମ୍ଭୀରଙ୍କ ହଟିବା ପରେ ଆୟରଙ୍କୁ ଟିମର ନେତୃତ୍ୱ ଭାର ପ୍ରଦାନ କରାଯାଇଥିଲା। ଏହା ପରେ ଆୟର ସଫଳତା ପୂର୍ବକ ଟିମର ନେତୃତ୍ୱ ନେଇଥିଲେ ଏବଂ ଦିଲ୍ଲୀକୁ ପ୍ଲେଅଫରେ ପହଞ୍ଚାଇଥିଲେ। ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୫ ୱିକେଟରେ ହାରି ରନର୍ସଅପ୍ ହୋଇଥିଲା।