Advertisment

ଓଡ଼ିଶା ଟିମକୁ ଧୋଇଲେ ଶ୍ରେୟସ ଆୟର, ଜାତୀୟ ଦଳକୁ ଫେରିବେ କି?

ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଆୟରଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୦୨ ରହିଥିଲା। ହେଲେ ଆଜି ସେ ଏହାକୁ ଅତିକ୍ରମ କରି ଯାଇଛନ୍ତି।

Shreyas Iyer

Shreyas Iyer

Advertisment

ଟିମ ଇଣ୍ଡିଆରୁ ବାହାରେ ରହିଥିବା ଶ୍ରେୟସ ଆୟର ଏବେ କମବ୍ୟାକ କରିବା ମୁଡରେ ରହିଛନ୍ତି। ଟେଷ୍ଟ କ୍ରିକେଟରେ ଆୟରଙ୍କୁ ସୁଯୋଗ ମିଳିଥିଲେ ହେଁ ସେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ତାଙ୍କୁ ଏଥିପାଇଁ ରଣଜୀ ଟ୍ରଫି ଖେଳିବାକୁ ବିସିସିଆଇ ପରମର୍ଶ ଦେଇଥିଲେ।

Advertisment

ଏବେ ରଣଜୀ ଟ୍ରଫିରେ କମାଲ କରିଛନ୍ତି ଆୟର। ବିଶେଷ କରି ସେ ଓଡ଼ିଶା ବିପକ୍ଷରେ ୨୩୩ ରନ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ମୋଟ ୨୨୮ ବଲରେ ୨୪ ଚୌକା ଓ ୯ଟି ଛକା ବଳରେ ଏତେ ବଡ଼ ଇନିଂସ ଖେଳିଛନ୍ତି। ଏହା ପ୍ରଥମ ଶ୍ରେଣୀ କ୍ରିକେଟରେ ଆୟରଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର।

ଓଡ଼ିଶା ବିପକ୍ଷ ମ୍ୟାଚର ପ୍ରଥମ ଦିନରେ ଆୟର ୧୫୨ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଦିନରେ ସେ ନିଜ ପ୍ରଥମ ଶ୍ରେଣୀ କ୍ୟାରିୟରର ୧୫ତମ ଶତକ ହାସଲ କରିଥିଲେ। ଆଜି ସେ ୨୦୧ ବଲରେ ଡବଲ ଟନ ହାସନ କରିଥିଲେ। ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଆୟରଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୦୨ ରହିଥିଲା। ହେଲେ ଆଜି ସେ ଏହାକୁ ଅତିକ୍ରମ କରି ଯାଇଛନ୍ତି।

Advertisment

୨୯ ବର୍ଷୀୟ ଆୟର ମୁମ୍ବାଇର ସ୍ଥିତି ୧୫୪/୩ ରହିଥିବା ବେଳେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ସିଦ୍ଧେଶ ଲାଡଙ୍କ ସହ ମିଶି ୪ର୍ଥ ୱିକେଶ ପାଇଁ ବିଶାଳ ୩୫୪ ରନର ଭାଗିଦାରୀ କରିଛନ୍ତି। ଏଥିସହ ମୁମ୍ବାଇର ସ୍କୋରକୁ ମଧ୍ୟ ୫୦୦ ରନ ପାର କରାଇଥିଲେ।

ଚଳିତ ରଣଜୀ ଟ୍ରଫିରେ ଏହା ଆୟରଙ୍କ କ୍ରମାଗତ ଦ୍ୱିତୀୟ ଶତକ। ଏହାପୂର୍ବରୁ ସେ ମହାରାଷ୍ଟ୍ର ବିପକ୍ଷରେ ଚମତ୍କାର ୧୪୨ ରନର ଇନିଂସ ଖେଳିଥିଲେ। ପ୍ରାୟ ୩ ବର୍ଷ ପରେ ଆୟରଙ୍କ ବ୍ୟାଟରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଶତକ ଦେଖିବାକୁ ମିଳିଥିଲା। ଶେଷ ଥର ପାଇଁ ୨୦୨୧ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ଶତକ ମାରିଥିଲେ।

ମହାରାଷ୍ଟ୍ର ବିପକ୍ଷ ରଣଜୀ ମୁକାବିଲା ପରେ ମୁମ୍ବାଇ ପରବର୍ତ୍ତୀ ମ୍ୟାଚରେ ତ୍ରିପୁରାକୁ ଭେଟିଥିଲା। ହେଲେ ଏହି ମ୍ୟାଚ୍‌ରେ ଆୟରଙ୍କୁ ବିଶ୍ରାମ ମିଳିଥିଲା। ସେ ଓଡ଼ିଶା ବିପକ୍ଷ ମ୍ୟାଚରେ ଫେରିବା ସହ ନିଜ ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହାସଲ କରିଛନ୍ତି।

୨୦୨୪ ଘରୋଇ କ୍ରିକେଟରେ ଶ୍ରେୟସଙ୍କ ଆରମ୍ଭ ସେତେଟା ଭଲ ନଥିଲା। ସେ ଦୁଲୀପ ଟ୍ରଫିର ୬ଟି ଇନିଂସରେ କେବଳ ୧୫୪ ରନ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ଥିବା ବେଳେ ସେ ଦୁଇ ଥର ଖାତା ଖୋଲି ପାରି ନଥିଲେ।

ଇରାନୀ କପର ଦୁଇଟି ଇନିଂସରେ ସେ ୫୭ ଓ ୮ ରନ କରିଥିଲେ। ଗତ ସପ୍ତାହରେ ବରଦୋ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଖାତା ଖୋଲି ପାରି ନଥିଲେ। ଚଳିତ ବର୍ଷ ସେ ଭାରତୀୟ ସ୍କ୍ୱାଡରୁ ବାଦ ପଡ଼ିବା ସହ ବିସିସିଆଇ କଣ୍ଟ୍ରାକ୍ଟ ଲିଷ୍ଟ ହରାଇଥିଲେ। ହେଲେ ଏବେ ସେ ଡବଲ ଟନ୍‌ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

Ranji Trophy Shreyas Iyer Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe